News18 Odia Digital
ଖାଇବା ଥାଳି ପାଖରେ ଆଚାର କିମ୍ବା ଚଟଣୀର ସ୍ୱାଦ କିଛି ନିଆରା। ପ୍ରାୟତଃ ଲୋକମାନେ ପୋଦିନା, ନଡ଼ିଆ, ଆମ୍ବ, ତେନ୍ତୁଳି ଭଳି ଚଟଣୀ ଖାଇଥାନ୍ତି। କିନ୍ତୁ ଓଡ଼ିଶାରେ ଆଉ ଏକ ଚଟଣୀ ବେଶ ଲୋକାଦୃତ ହେବାରେ ଲାଗିଛି। ତାହା ହେଉଛି ମୟୁରଭଞ୍ଜର ଲାଲି କାଇ ଚଟଣୀ। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ବେଶ ସୁଆଦିଆ ଓ ସ୍ୱାସ୍ଥ୍ୟକର।
ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟତଃ ଆଦିବାସୀମାନେ ଲାଲି କାଇରୁ ଚଟଣୀ ପ୍ରସ୍ତୁତ କରିଥାନ୍ତି। ଚଟଣୀକୁ ସର୍ବୋଷଧି ମାନ୍ୟତା ଦେବା ପାଇଁ ବାରିପଦା PWD ସହକାରୀ ଯନ୍ତ୍ରୀଙ୍କ ଏକ ଚିଠିରେ ଆୟୁଷ ମନ୍ତ୍ରଣାଳୟ ଦେଇଥିବା ଏକ ପ୍ରତିଉତ୍ତରରେ ଏକଥା ସ୍ପଷ୍ଟ ହୋଇଛି । ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ଏହି ବିଷୟକୁ ଏବେ ଗୁରୁତ୍ୱର ସହ ନେଇଛି ଆୟୁଷ ମନ୍ତ୍ରଣାଳୟ ।
କେଉଁ ସମୟରେ ମିଳିଥାଏ ଲାଲ କାଇକୃଷ୍ଣ ଭିଜିନ୍ କେନ୍ଦ୍ର ବୈଜ୍ଞାନିକ ଜଗନ୍ନାଥ ପାତ୍ରଙ୍କ ଅନୁସାରେ, ଏହି ପିମ୍ପୁଡ଼ି ବର୍ଷସାରା ମୟୂରଭଞ୍ଜରେ ବହୁ ପରିମାଣରେ ମିଳିଥାଏ। ବିଶେଷ କରି ଏହି ଚଟଣୀ ପାଇଁ କାଇ ଅଣ୍ଡା ଓ ବୟସ୍କ କାଇ ଉପଯୁକ୍ତ।ଗଛର ପତ୍ରକୁ ନେଇ ସେମାନେ ବାନ୍ଧିଥିବା ବସାକୁ ଅତି ସାବଧାନତା ସହିତ ଭାଙ୍ଗିବା ପରେ ଘରକୁ ଆଣିଥାନ୍ତି । ଶିଳପତାରେ ରସୁଣ, ଅଦା, ଧନିଆ ପତ୍ର, କଞ୍ଚାଲଙ୍କା, ତେନ୍ତୁଳି, ଲୁଣ ମିଶାଇ ନାଲି କାଇକୁ ଛେଚିବା ପରେ ଚଟଣି କରାଯାଇଥାଏ । ପରେ ଏହାକୁ କାଚପାତ୍ରରେ 6 ମାସରୁ 1ବର୍ଷ ଧରି ରଖାଯାଇଥାଏ। ପ୍ରତିଦିନ ଏହାକୁ ଖାଦ୍ୟ ସହିତ ଚଟଣୀ ଭାବି ଅଧିବାସୀ ଲୋକମାନେ ଖାଇବା ଦ୍ବାରା ବିଭିନ୍ନ ଉପକାରିତା ମିଳିଥାଏ ବୋଲି ସେମାନେ ଦାବି କରିନ୍ତି । କେହି କେହି ଏହି ଚଟଣୀକୁ କଞ୍ଚା ଖାଆନ୍ତି କିମ୍ବା ମସଲାଯୁକ୍ତ ଉପାଦାନରେ ଖାଇବାକୁ ପସନ୍ଦ କରନ୍ତି। ଗ୍ରାମାଞ୍ଚଳ ବଜାରରେ ଆଦିବାସୀମାନେ ବିକ୍ରି କରନ୍ତି। ଏହାକୁ ଆଦିବାସୀ ମାନେ କୁରକୁଟି କହିଥାନ୍ତି।
କିପରି ପ୍ରସ୍ତୁତ ହୁଏ ଏହି ଚଟଣୀଚଟଣୀ ତିଆରି କରିବା ପାଇଁ ଗ୍ରାମବାସୀ ପ୍ରଥମେ ସମସ୍ତ କାଇ ଓ ତାର ଅଣ୍ଡାକୁ ଶୁଖାଇ ଦିଅନ୍ତି, ତା’ପରେ ଗ୍ରାଇଣ୍ଡ୍ କରି ସେଥିରେ ଟମାଟୋ, ଧନିଆ, ରସୁଣ, ଅଦା, ଲଙ୍କା, ଲୁଣ, ଓ ଟିକେ ଚିନି ମିଶାଇ ଏକ ପେଷ୍ଟ ତିଆରି କରନ୍ତି। ବେଳେବେଳ ସେଥିରେ ତେଲ ଓ କଟା ପିଆଜ ସହିତ ପେଷ୍ଟକୁ ଅଧିକ ରାନ୍ଧନ୍ତି।
ଲାଲ କାଇ ଚଟଣୀର ଉପକାରିତାବହୁମୂଲ୍ୟ ପ୍ରୋଟିନ୍, କ୍ୟାଲସିୟମ୍, ଜିଙ୍କ, ଭିଟାମିନ୍ , ଆଇରନ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ସୋଡିୟମ୍, ତମ୍ବା, ଫାଇବର ଭରପୂର ଏହି ସୁଗନ୍ଧିତ ଖାଦ୍ୟ ପଦାର୍ଥ ରୋଗ ପ୍ରତିରୋଧକ ଶକ୍ତି ଓ ରୋଗକୁ ଦୂରେଇ ରଖିବା ପାଇଁ ଜଣାଶୁଣା।
ମୟୂରଭଞ୍ଜର ଆଦିବାସୀମାନେ ଫ୍ଲୁ, ସାଧାରଣ ଥଣ୍ଡା, କାଶରୁ ମୁକ୍ତି ପାଇବା ପାଇଁ ଆଖିର ଦୃଷ୍ଟିଶକ୍ତି ବଢ଼ାଇବା ପାଇଁ ଓ ଗଣ୍ଠି ଯନ୍ତ୍ରଣା, ପେଟ ରୋଗ ପାଇଁ ଅତ୍ୟାବଶ୍ୟକୀୟ ଚିକିତ୍ସା ପାଇଁ କାଇ ଚଟଣୀ କିମ୍ବା ସୁପ୍ ଖାଇଥା’ନ୍ତି।
ଆଦିବାସୀ ମାନେ ସଂଗୃହିତ କାଇକୁ ଶୁଦ୍ଧ ସୋରିଷ ତେଲରେ ବୁଡ଼ାଇ ତେଲ ମଧ୍ୟ ପ୍ରସ୍ତୁତ କରନ୍ତି। କିଛି ଦିନ ପରେ, ଏହି ତେଲ ଶିଶୁ ତେଲ ଭାବରେ ବ୍ୟବହୃତ ହୁଏ ଯାହା ଚର୍ମ ରୋଗରୁ ଉପଶମ ପାଇଁ ବ୍ୟବହୃତ ହୁଏ।
ଓଡ଼ିଶାରେ ବୈଜ୍ଞାନିକମାନେ ବର୍ତ୍ତମାନ ଏହି ଚଟଣୀର ଭୌଗୋଳିକ ସୂଚକାଙ୍କ (ଜିଆଇ) ରେଜିଷ୍ଟ୍ରି ପାଇଁ ଉପସ୍ଥାପନା କରିବାକୁ ସେମାନଙ୍କର ଅନୁସନ୍ଧାନକୁ ସୂକ୍ଷ୍ମ ଭାବରେ ପ୍ରସ୍ତୁତ କରୁଛନ୍ତି। GI ଲେବଲ୍ ସ୍ଥାନୀୟ ଉତ୍ପାଦଗୁଡିକର ପ୍ରତିଷ୍ଠା ଓ ମୂଲ୍ୟ ବୃଦ୍ଧି କରିବ ଓ ସ୍ଥାନୀୟ ବ୍ୟବସାୟକୁ ସମର୍ଥନ କରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।