ପୁଣି ଚର୍ଚ୍ଚାରେ ମୟୂରଭଞ୍ଜ: ବିଶ୍ୱର ଶ୍ରେଷ୍ଠ ୫୦ଟି ଦର୍ଶନୀୟ ସ୍ଥାନରେ ଜିଲ୍ଲାର ନାଁ

ପୁଣି ଚର୍ଚ୍ଚାରେ ମୟୂରଭଞ୍ଜ ଜିଲ୍ଲା । ଟାଇମ୍ ପତ୍ରିକାରେ ବିଶ୍ୱର ଶ୍ରେଷ୍ଠ ସ୍ଥାନ ତାଲିକାରେ ମୟୂରଭଞ୍ଜ । ମନୋରମ ପରିବେଶ, ଜୈବ ବିବିଧତା ସହିତ ହାତୀ, ଓ କଳା ବାଘ ଉପରେ ଉଲ୍ଲେଖ । ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଟାଣିଆଣୁଥିବା ପତ୍ରିକାରେ ପ୍ରକାଶ ।

ପୁଣି ଚର୍ଚ୍ଚାରେ ମୟୂରଭଞ୍ଜ: ବିଶ୍ୱର ଶ୍ରେଷ୍ଠ ୫୦ଟି ଦର୍ଶନୀୟ ସ୍ଥାନରେ ଜିଲ୍ଲାର ନାଁ

ପୁଣି ଚର୍ଚ୍ଚାରେ ମୟୂରଭଞ୍ଜ: ବିଶ୍ୱର ଶ୍ରେଷ୍ଠ ୫୦ଟି ଦର୍ଶନୀୟ ସ୍ଥାନରେ ଜିଲ୍ଲାର ନାଁ

  • News18 Odia
  • Last Updated :
  • Mayurbhanj, India
  • Share this:
News 18 Odia Digital

ମୟୁରଭଞ୍ଜ: ପୁଣି ଚର୍ଚ୍ଚାରେ ମୟୂରଭଞ୍ଜ ଜିଲ୍ଲା (mayurbhanj district) । ଅନ୍ତର୍ଜାତୀୟ ଗଣମାଧ୍ୟମରେ ମୟୂରଭଞ୍ଜକୁ ନେଇ ଜୋରଦାର ଚର୍ଚ୍ଚା । ପୂର୍ବରୁ ରାଷ୍ଟ୍ରପତି (president)ଙ୍କ ଜନ୍ମମାଟି ମୟୂରଭଞ୍ଜରେ ଥିବା ଶିମିଳିପାଳ, (similipal) ବିଶ୍ୱ ବିଖ୍ୟାତ ଛଉନୃତ୍ୟ ଓ ଅନ୍ୟାନ୍ୟ ବହୁ ପ୍ରସଙ୍ଗରେ ମୟୂରଭଞ୍ଜବାସୀ ନିଜକୁ ଗର୍ବିତ ଅନୁଭବ କରୁଥିଲେ । ହେଲେ ଏବେ ଟାଇମ୍ ମାଗାଜିନ୍‌ରେ (time magazine) ମୟୂରଭଞ୍ଜର ନାଁକୁ ନେଇ ଗର୍ବିତ ମୟୂରଭଞ୍ଜବାସୀ ।

ବିଶ୍ୱର ଶ୍ରେଷ୍ଠ ୫୦ଟି ଦର୍ଶନୀୟ ସ୍ଥାନ (Sights) ମଧ୍ୟରେ ସ୍ଥାନ ପାଇଛି ମୟୁରଭଞ୍ଜ । ଟାଇମ ପତ୍ରିକା ଦ୍ୱାରା ପ୍ରକାଶିତ ୨୦୨୩ର ଶ୍ରେଷ୍ଠ ସ୍ଥାନ ମଧ୍ୟରୁ ଭାରତର ଦୁଇଟି ସ୍ଥାନ ଲଦାଖ (ladakh) ଓ ମୟୁରଭଞ୍ଜ ସ୍ଥାନ ପାଇଛି । ମାଗାଜିନ ଅନୁସାରେ ମୟୂରଭଞ୍ଜ ହେଉଛି ବିଶ୍ୱର ଏକମାତ୍ର ସ୍ଥାନ, ଯେଉଁଠି ଆପଣ କଳା ବାଘ (black tiger) ଦେଖିପାରିବେ । ଶିମିଳିପାଳ ଅଭୟାରଣ୍ୟ ସହିତ ବହୁତ କିଛି ଦେଖି ପାରିବେ ମୟୂରଭଞ୍ଜରେ । ସେଠାକାର ମନୋରମ ପରିବେଶ, ଜୈବ ବିବିଧତା ସହିତ ହାତୀ (elephant), ମହାବଳ ବାଘ ଯେକୌଣସି ପର୍ଯ୍ୟଟକର ମନ ମୋହିପାରିବ ।

ଏହି ଖବର ପଢ଼ନ୍ତୁ - http://Solar Cooler: ସୋଲାର କୁଲରର ଚାହିଦା.. ଅନଲାଇନରେ ବୃଦ୍ଧି ପାଉଛି ବୁକିଂ

ଏହା ସହିତ ମୟୂରଭଞ୍ଜରେ ରହିଛି ପୁରାତନ ରାଜଉଆସ । ଡୋକରା, ସବାଇ ଘାସର ସାମଗ୍ରୀ ପରି ହସ୍ତଶିଳ୍ପ ବି ପର୍ଯ୍ୟଟକଙ୍କ ମନ କିଣିପାରିବ । ମୟୂରଭଞ୍ଜର ଛଉ ନୃତ୍ୟ ସମ୍ପର୍କରେ ମଧ୍ୟ ଟାଇମ୍ ମ୍ୟାଗାଜିନ ଉଲ୍ଲେଖ କରିଛି । ଭୁବନେଶ୍ୱରର ଐତିହ୍ୟ କୀର୍ତ୍ତିରାଜି ଓ ଜୟପୁରର ନାକଟି ଡଙ୍ଗର ହିଲ୍ ସମ୍ପର୍କରେ ମଧ୍ୟ ଟାଇମ ମ୍ୟାଗାଜିନରେ ଉଲ୍ଲେଖ କରାଯାଇଛି । ଭାରତର ଆଉ ଏକ ସ୍ଥାନ ଲଦାଖ ମଧ୍ୟ ଟାଇମ ମ୍ୟାଗାଜିନର ଏହି ତାଲିକାରେ ସ୍ଥାନ ପାଇଛି ।
Published by:Soubhagya Mishra
First published: