ବାରିପଦା: ୩ ଜଣଙ୍କ ହତ୍ୟା ଅଭିଯୋଗରେ ୧୯ ବର୍ଷ ଜେଲରେ ରହିବା ପରେ ନିର୍ଦୋଷରେ ଖଲାସ ହେଲେ

Mayurbhanj man acquitted of 3 murders after 19 years in jail | ପୋଲିସର ଚାର୍ଜଶୀଟ୍ ଅନୁସାରେ ୨୦୦୩ ମସିହାରେ ଏହି ବ୍ୟକ୍ତି ପଡ଼ୋଶୀ ଘରର ଦୁଇ ପୁରୁଷ ଲୋକ ଓ ଜଣେ ଦୁଇ ବର୍ଷ ଶିଶୁକୁ ହତ୍ୟା କରିଥିଲେ । ସେ କୁଆଡ଼େ ସେମାନଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲେ ଓ ସେମାନଙ୍କ ଯୌନାଙ୍ଗ କାଟି ଦେଇଥିଲେ ।

ଜେଲରୁ ମୁକୁଳିବା ପରେ ଆସାମୀ ହାବିଲ ସିନ୍ଧୁ (ଡାହାଣ)

ଜେଲରୁ ମୁକୁଳିବା ପରେ ଆସାମୀ ହାବିଲ ସିନ୍ଧୁ (ଡାହାଣ)

  • Share this:
News18 Odia Digital

ବାରିପଦା: ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୯ ବର୍ଷ ଧରି ଜେଲର ଚାରି କାନ୍ଥ ଭିତରେ ରହିବା ପରେ ନିର୍ଦୋଷ ପ୍ରମାଣିତ ହୋଇ ଖଲାସ ହୋଇଛନ୍ତି ଜଣେ ବ୍ୟକ୍ତି । ଜଣେ ଦୁଇ ବର୍ଷ ଶିଶୁ ସମେତ ତିନି ଜଣ ଲୋକଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ୍‌ ଯାଇଥିବା ଏହି ବ୍ୟକ୍ତିଙ୍କୁ ୧୬ ବର୍ଷ ତଳେ ଆଜୀବନ କାରାଦଣ୍ଡ ମିଳିଥିଲା ।

ଜେଲର ଅନ୍ଧାରୀ କୋଠରୀରୁ ମୁକ୍ତି ପାଇବା ପରେ ‘‘ମର୍ଡ଼ର ଆସାମୀ’’ ହାବିଲ ସିନ୍ଧୁଙ୍କ ମୁହଁରେ ଥିଲା ଖୁସିର ସ୍ମିତହସ । ଦୀର୍ଘ ୧୯ ବର୍ଷ ଜେଲରେ ରହିବା ପରେ ପ୍ରମାଣ ଅଭାବରୁ ସେ ମୁକ୍ତି ପାଇଛନ୍ତି । ମୟୂରଭଞ୍ଜ ଯଶିପୁର ଥାନା ବଳରାମପୁର ଗାଁର ହାବିଲ ସିନ୍ଧୁଙ୍କୁ ଡିସେମ୍ବର ୧୬ ତାରିଖରେ ବାରିପଦା ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ପଟ୍ଟନାୟକ ନିର୍ଦୋଷରେ ଖଲାସ କରିଛନ୍ତି ।

ଏହା ବି ପଢ଼ନ୍ତୁ | Women marriage legal age: ଝିଅମାନେ ଆଉ ୧୮ ବର୍ଷ ବୟସରେ ବିବାହ କରିପାରିବେନି; ବଦଳିବ ଆଇନ

୪୮ ବର୍ଷୀୟ ହାବିଲ ସିନ୍ଧୁଙ୍କ ନାମରେ ଥିବା ଅଭିଯୋଗ ଅନୁସାରେ ୨୦୦୩ ମସିହାରେ ପଡ଼ୋଶୀ ଘରର ଦୁଇ ପୁରୁଷ ଲୋକ ଓ ଜଣେ ଦୁଇ ବର୍ଷ ଶିଶୁକୁ ହତ୍ୟା କରିଥିଲେ । ହାବିଲ କୁଆଡେ ଗୁଣି ଗାରେଡି଼ ସନ୍ଦେହରେ ଏହି ତିନି ଜଣଙ୍କୁ ହତ୍ୟା କରି ସେମାନଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା କରି ଫୋପାଡି ଦେଇଥିଲେ ଓ ସେମାନଙ୍କ ଯୌନାଙ୍ଗ କାଟି ଦେଇଥିଲେ । ଏ ନେଇ ଯଶିପୁର ଥାନାରେ ଅଭିଯୋଗ ହେବା ପରେ ହାବିଲ ସିନ୍ଧୁ ଗିରଫ ହୋଇଥିଲେ ।

ହାବିଲ ସିନ୍ଧୁଙ୍କ ସହ ତାଙ୍କ ପାଇଁ ଲଢୁଥିବା ସରକାରୀ ଓକିଲ ଅସିତ ଓତା


ଏହା ବି ପଢ଼ନ୍ତୁ | CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀ

୨୦୦୫ ମସିହାରେ ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଏହି ମାମଲାର ବିଚାର କରି ହାବିଲ ସିନ୍ଧୁଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ତା’ ପରେ ହାବିଲ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଶ୍ରୟ ନେଇଥିଲେ । ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ହସ୍ତକ୍ଷେପ କରି ମାମଲାର ପୁନଃ ବିଚାର କରିବା ପାଇଁ ମୟୁରଭଞ୍ଜ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | Vicky Kaushal Katrina Kaif Wedding: ଖୁସିରେ ନାଚିଲେ କରଣ ଜୋହର ଫରାହ ଖାନ୍, VIDEO ଛାଡ଼ିଲେ

‘‘ମୁଁ ଆଜି ବହୁତ ଖୁସି । ଜେଲରେ କୋଡ଼ିଏ ବର୍ଷ ମୁଁ ରହିଲି । ମୁଁ ତ ନିର୍ଦୋଷ ପ୍ରମାଣିତ ହେବି ବୋଲି ଆଶା ଛାଡ଼ିଦେଇଥିଲି । ବହୁତ କଷ୍ଟ ଲାଗୁଥିଲା । ମୋ’ ପରିବାର ଲୋକେ ମୋତେ ଜେଲରେ ଦେଖା କରିବାକୁ ଆସୁଥିଲେ, ହେଲେ ମୁଁ ସେମାନଙ୍କୁ ଆଉ ଆସିବାକୁ ମନା କରିଦେଇଥିଲି,’’ କହିଛନ୍ତି ହାବିଲ ସିନ୍ଧୁ । ସେ କହିଛନ୍ତି ଯେ ଘରକୁ ଫେରି ସେ ଚାଷ କରିବେ । ‘‘ମୋ’ର ପୁଅ ଗୋଟେ ଓ ଝିଅ ଗୋଟେ ଅଛନ୍ତି । ନାତି ନାତୁଣୀ ଅଛନ୍ତି । କିଛି ଜମି ଅଛି । ମୁଁ ଚାଷ କରିବି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | Omicron: ଏହି ସବୁ ଉପାୟ କରି ଆପଣ ପିଲାମାନଙ୍କୁ ମାରାତ୍ମକ ସଂକ୍ରମଣରୁ ସୁରକ୍ଷିତ ରଖିପାରିବେ

ଏହି ମାମଲାରେ ହାଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସରକାରଙ୍କ ତରଫରୁ ନିଯୁକ୍ତ ହୋଇଥିବା ଓକିଲ ଅସିତ୍ ଓତା ହାବିଲ ସିନ୍ଧୁଙ୍କ ଖଲାସ ହେବାକୁ ନେଇ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି । ‘‘କଥାରେ ଅଛି ୧୦୦ ଦୋଷୀ ପଛେ ଖସି ଯାଆନ୍ତୁ ହେଲେ କୌଣସି ନିର୍ଦୋଷ ବ୍ୟକ୍ତି ଦଣ୍ଡ ନ ପାଉ । ଜିଲ୍ଲା ଜଜ୍‌ ନିଜେ ତାଙ୍କ ନିଜ ଅଭିଜ୍ଞତାରୁ ମୋତେ ଏହି ମାମଲା ଲଢ଼ିବା ପାଇଁ ନିଯୁକ୍ତ କରିଥିଲେ । ମୋତେ ଆଜି ଖୁସି ଲାଗୁଛି ଯେ ମୁଁ ଏମିତି ଗୋଟେ ଭଲ ମାମଲାକୁ ଭଲଭାବେ ଓ ବିନା ପଇସାରେ ଲଢ଼ି ଆସାମୀକୁ ଖଲାସ କରିପାରିଛି,’’ କହିଛନ୍ତି ଓତା ।

ଏହା ବି ପଢ଼ନ୍ତୁ | ଦୁଇ ହଜାର ଟଙ୍କିଆ ନୋଟ୍ ବଜାରରେ କାହିଁକି ଦେଖିବାକୁ ମିଳୁନି? ଏବେ ଜଣା ପଡ଼ିଲା କାରଣ

‘‘ଜିଲ୍ଲା ଦୌରା ଜଜ୍‌ ସବୁ ନିୟମ ଅନୁପାଳନ କରି ଏହି ରାୟ ଶୁଣାଇଛନ୍ତି । ଯଦିଓ ଆସାମୀ ହାବିଲ୍‌ ସିନ୍ଧୁ ତିନି ଜଣ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା, କିନ୍ତୁ ସେହି ଅଭିଯୋଗକୁ ଭିତ୍ତି କରି ଯେଉଁ ସାକ୍ଷୀମାନଙ୍କ ଜମାନବନ୍ଦୀ ହେଲା ସେଥିରେ ପ୍ରସେକ୍ୟୁସନ୍‌ ସର୍କ୍ୟୁମଷ୍ଟାନସିଆଲ୍‌ ଏଭିଡେନ୍ସ (ପାରିପାର୍ଶ୍ୱିକ ପ୍ରମାଣ) ଓ ଏକସ୍ଟ୍ରା-ଜୁଡିସିଆଲ୍‌ କନଫେସନକୁ (ନ୍ୟାୟପାଳିକା ବାହାରର ସ୍ୱୀକାରୋକ୍ତି) ପ୍ରମାଣ କରିପାରିଲା ନାହିଁ । ତେଣୁ ପ୍ରମାଣ ଅଭାବରୁ ମାନ୍ୟବର ଦୌରା ଜଜ୍‌ ଆସାମୀ ହାବିଲ ସିନ୍ଧୁକୁ ନିର୍ଦୋଷରେ ଖଲାସ କରିଛନ୍ତି,’’ କହିଛନ୍ତି ଅସିତ ଓତା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଲାଲ୍ଶାଢ଼ୀ ପିନ୍ଧି ଉତ୍ତାପ ବଢ଼ାଇଦେଲେ ଏହି ଅଭିନେତ୍ରୀ; ତାଙ୍କ ସବୁ ପୋଜ୍ରେ ଫ୍ୟାନ୍ମାନେ ଦିୱାନା ହେଲେ

ଏହି ମାମଲାରେ ମୟୁରଭଞ୍ଜ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହୋଇଥିବା ଶୁଣାଣିରେ ୧୧ ଜଣ ସାକ୍ଷୀ ଓ ୩୨ଟି ତଦନ୍ତ ରିପୋର୍ଟ ସାମିଲ ଥିଲେ । ସେସବୁକୁ ତର୍ଜ୍ଜମା କରି ଉପଯୁକ୍ତ ସାକ୍ଷ ପ୍ରମାଣ ଅଭାବରୁ ଆସାମୀ ହାବିଲ ସିନ୍ଧୁଙ୍କୁ ନିର୍ଦୋଷରେ ଖଲାସ କରିବାକୁ ଆଦେଶ ଦେଇଥିଲେ କୋର୍ଟ ।

ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତାମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

‘‘ଏହି ମାମଲାରେ ସ୍ପଷ୍ଟ ହୋଇଛି ଯେ ତଦନ୍ତକାରୀ ପୋଲିସ ଅଧିକାରୀ ହତ୍ୟା ଘଟଣାକୁ ଠିକ୍‌ ଭାବେ ତଦନ୍ତ ନ କରି ଜଣେ ନିର୍ଦୋଷ ବ୍ୟକ୍ତି ନାଁରେ ଅଭିଯୋଗପତ୍ର ଦାଖଲ କରିଥିଲେ । ସେ ବ୍ୟକ୍ତି ନିଜ ଜୀବନର ପାଖାପାଖି ୨୦ ବର୍ଷ ହରେଇଲା । ନିଜ ପରିବାର ପାଇଁ କିଛି କରିପାରିଲା ନାହିଁ । ଆଇନ ଅନୁସାରେ ତା’ ଭରଣପୋଷଣ ପାଇଁ ସୁବିଧା କରାଇବାକୁ ଅନୁରୋଧ କରି ଆମେ ଶୀଘ୍ର ହାଇ କୋର୍ଟଙ୍କ ଦ୍ୱାରସ୍ଥ ହେବୁ,’’ କହିଛନ୍ତି ସିନ୍ଧୁଙ୍କ ଓକିଲ ଅସିତ ଓତା ।
Published by:Anand S.T. Das
First published:
)}