ମୟୂରଭଞ୍ଜ: ହେଲ୍‌ମେଟ୍ ପାଇଁ ଗର୍ଭବତୀଙ୍କୁ ୩ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍‌ପେଣ୍ଡ୍ ହେଲେ

ନିଜ ଗର୍ଭବତୀ ପତ୍ନୀଙ୍କୁ ବାଇକରେ ହସପିଟାଲକୁ ନେଉଥିବା ବେଳେ ବିକ୍ରମ ନିଜେ ହେଲମେଟ୍ ପିନ୍ଧିଥିଲେ, ହେଲେ ତାଙ୍କ ପତ୍ନୀ ହେଲମେଟ୍ ପିନ୍ଧି ନ ଥିଲେ । ରାସ୍ତାରେ ଚେକିଂ କରୁଥିବା OIC ରୀନା ବକ୍ସଲା ଓ ତାଙ୍କ ଟିମ୍ ତାଙ୍କୁ ଅଟକାଇଥିଲେ ।

ପତ୍ନୀଙ୍କ ସହ ବିକ୍ରମ ବିରୁଲି; (ଡାହାଣ) ନିଲମ୍ବିତ ପୋଲିସ ଅଧିକାରୀ ରୀନା ବକ୍ସଲା

ପତ୍ନୀଙ୍କ ସହ ବିକ୍ରମ ବିରୁଲି; (ଡାହାଣ) ନିଲମ୍ବିତ ପୋଲିସ ଅଧିକାରୀ ରୀନା ବକ୍ସଲା

  • Share this:
News18 Odia Digital

ଶରତ (ମୟୂରଭଞ୍ଜ): ନିଜ ସ୍ୱାମୀଙ୍କ ସହ ବାଇକରେ ହସପିଟାଲକୁ ଯାଉଥିବା ଜଣେ ଗର୍ଭବତୀ ଆଦିବାସୀ ମହିଳା ହେଲମେଟ୍‌ ପିନ୍ଧି ନ ଥିବାରୁ ମହିଳା ପୋଲିସ ଅଧିକାରୀ ତାଙ୍କ ସ୍ୱାମୀଙ୍କୁ ଥାନାକୁ ନେଇ ଚାରି ଘଣ୍ଟା ଅଟକ ରଖିଥିଲେ । ଆଠ ମାସର ଗର୍ଭବତୀ ମହିଳା ଉପାୟ ନ ପାଇ ଚାଲି ଚାଲି ତିନି କିଲୋମିଟର୍‌ ଦୂରରେ ଥିବା ଥାନାରେ ପହଞ୍ଚିଥିଲେ । ଏମିତି ଅମାନବୀୟ ଘଟଣା ଘଟାଇଥିବା ମୟୂରଭଞ୍ଜ ଜିଲ୍ଲା ଶରତ ଥାନାର ଓ.ଆଇ.ସି. ରୀନା ବକ୍ସଲାଙ୍କୁ ସସପେଣ୍ଡ୍‌ କରିଛନ୍ତି ଜିଲ୍ଲା ଏସ୍‌.ପି. ।

ଏସ୍‌.ପି.ଙ୍କ ଅଫିସରୁ ଜାରି ହୋଇଥିବା ନିର୍ଦ୍ଦେଶ ପତ୍ରରେ ରୀନା ବକ୍ସଲାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟାଳୟ ବାରିପଦାରେ ଥିବା ପୋଲିସ ଲାଇନରେ ଯୋଗ ଦେବାକୁ କୁହାଯାଇଛି ବୋଲି କହିଛନ୍ତି ଏସ୍‌.ଡି.ପି.ଓ. (ଉଦଳା ଉପଖଣ୍ଡ) କେଦାର ନାଥ ସାହୁ । କପ୍ତିପଦା ଥାନାର ଓ.ଆଇ.ସି. ସଞ୍ଜୟ ପ୍ରଧାନଙ୍କୁ ଶରତ ଥାନାର ଅତିରିକ୍ତ ଭାର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ଜଣେଇଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ପୀଡ଼ିତା ମହିଳା ଗୁରୁବାରୀ ବିରୁଲିଙ୍କ ସ୍ୱାମୀ ବିକ୍ରମ ବିରୁଲିଙ୍କ ଅଭିଯୋଗ ତଥା ମିଡ଼ିଆରେ ସମ୍ବାଦ ପ୍ରସାରଣ ପରେ ନିଆଯାଇଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ କ୍ଷୀର, ବିଜୁଳି, TV, AC, କାର୍ ବିମାନ ଯାତ୍ରା ମହଙ୍ଗା ହେବାକୁ ଯାଉଛି; ଜାଣନ୍ତୁ କେତେ

‘‘ମୋ’ ଗର୍ଭବତୀ ପତ୍ନୀଙ୍କୁ ହେଲମେଟ୍‌ ପାଇଁ ଏମିତି ହଇରାଣ କରିବା ଆଦୌ ଉଚିତ ନ ଥିଲା । ଓ.ଆଇ.ସି. ମ୍ୟାଡାମ୍‌ ରୀନା ବକ୍ସଲାଙ୍କ କାର୍ଯ୍ୟ ଯୋଗୁଁ ସେ ବହୁତ କଷ୍ଟ ପାଇଲେ । ମୁଁ ବି ବହୁତ କଷ୍ଟ ପାଇଲି । ଏ ବିଷୟରେ ମୁଁ ଏସ୍‌.ଡି.ପି.ଓ. ସାରଙ୍କୁ ଫୋନ୍‌ କରି ଓ ପରେ ଲିଖିତ ଭାବେ ଜଣାଇଥିଲି । ଏହି କାର୍ଯ୍ୟାନୁଷ୍ଠାନକୁ ମୁଁ ଓ ଆମ ଆଦିବାସୀ ସମାଜର ଲୋକେ ସ୍ୱାଗତ କରୁଛୁଁ,’’ କହିଛନ୍ତି ବିକ୍ରମ ବିରୁଲି । ସେ ହୋ ଆଦିବାସୀ ସମ୍ପ୍ରଦାୟର ଜଣେ ବ୍ୟକ୍ତି ।

ବିକ୍ରମ ବିରୁଲି ଓ ତାଙ୍କ ପତ୍ନୀ ଗୁରୁବାରୀ ବିରୁଲି


ପତ୍ନୀଙ୍କୁ ଉଦଳାରେ ଥିବା ହସପିଟାଲକୁ ବାଇକରେ ନେଇ ଯାଉଥିବା ବେଳେ ବିକ୍ରମ ନିଜେ ହେଲମେଟ୍‌ ପିନ୍ଧିଥିଲେ, ହେଲେ ତାଙ୍କ ପତ୍ନୀ ଗୁରୁବାରୀ ହେଲମେଟ୍‌ ପିନ୍ଧି ନ ଥିଲେ । ରାସ୍ତାରେ ରୀନା ବକ୍ସଲା ଓ ତାଙ୍କ ପୋଲିସ ଟିମ୍‌ ଚେକିଂ କରୁଥିଲେ । ସେମାନେ ବିକ୍ରମଙ୍କୁ ଅଟକାଇ ଫାଇନ୍‌ ଦେବାକୁ କହିଲେ । ବିକ୍ରମଙ୍କ ପାଖରେ ଟଙ୍କା ନ ଥିବାରୁ ତାଙ୍କୁ ଥାନାକୁ ନେଇ ପାଖାପାଖି ଚାରି ଘଣ୍ଟା ସେଠାରେ ଅଟକ ରଖିଥିଲେ ରୀନା ବକ୍ସଲା । ଗର୍ଭବତୀ ପତ୍ନୀ ଗୁରୁବାରୀ ଏକା ରାସ୍ତାରେ ଠିଆ ହେବା ପରେ ଚାଲି ଚାଲି ତିନି କିଲୋମିଟର୍‌ ଦୂରରେ ଥିବା ଥାନାରେ ପହଞ୍ଚିଥିଲେ ।

ଏହା ବି ପଢ଼ନ୍ତୁ | Ind Vs Eng: ଭାରତ ଶେଷ ବଲ୍‌ରେ ଜିତିଲା ତୃତୀୟ ODI; ଇଂଲଣ୍ଡ ଲଗାତର ୬ଷ୍ଠ ODI ସିରିଜ୍ ହାରିଲା

‘‘ଓ.ଆଇ.ସି. ରୀନା ବକ୍ସଲାଙ୍କୁ ମୁଁ ଫାଇନ୍‌ ରାଶି ଅନଲାଇନ ପେମେଣ୍ଟ୍‌ କରିବାକୁ ଚାହୁଁଛି ବୋଲି କହିବାରୁ ସେ ରାଗିଯାଇଥିଲେ । କହିଥିଲେ ନଗଦ ଟଙ୍କା ଅଛି ତ ଦେ । ତା’ ପରେ ମୋ’ ବାଇକର ଚାବି ଓ ମୋ’ ମୋବାଇଲ୍‌ ଫୋନ୍‌ ଛଡ଼େଇନେଇଥିଲେ ଓ ମୋତେ ଥାନାକୁ ନେଇଯାଇଥିଲେ । ମୋ’ ପତ୍ନୀଙ୍କୁ ସାଙ୍ଗରେ ନେବାକୁ ମୁଁ କହିବା ସତ୍ତ୍ୱେ ସେ ଶୁଣି ନ ଥିଲେ,’’ କହିଛନ୍ତି ବିକ୍ରମ ।



ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଗର୍ଭବତୀ ଲିସା ହେଡେନ୍ 'ବିକିନି ଫଟୋଶୁଟ୍' କରାଇଲେ; ଫିଟ୍ନେସ୍ ଦେଖି ଫ୍ୟାନ୍ମାନେ ଚକିତ ହେଲେ

ଏହି ଘଟଣା ସମ୍ପର୍କରେ ପ୍ରଥମେ ନ୍ୟୁଜ୍‌୧୮ ଟିଭି ଚ୍ୟାନେଲରେ ଖବର ପ୍ରସାରଣ କରାଯାଇଥିଲା । ରୀନା ବକ୍ସଲା ଏହି ମାମଲାରେ କିଛି କହିବାକୁ ମନା କରିଦେଇଥିଲେ । ତାଙ୍କ ସସପେଣ୍ଡ୍‌ ହେବା ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପ୍ରତି ଭଲପାଇବା ବଢ଼ାଇଦେଇଛି ।
Published by:Anand S.T. Das
First published: