Heat Wave: ଏବେଠୁ ଡ଼ାରାଇଲାଣି ଖରା; ମାର୍ଚ୍ଚରେ ୪୦ ଡିଗ୍ରୀ ପାର ହେବ ତାପମାତ୍ରା

Heat Wave: ଏ ବର୍ଷ ମାର୍ଚ୍ଚରେ ଅନୁଭୂତ ହୋଇପାରେ ହିଟ୍‌ୱେଭ୍‌। ମାର୍ଚ୍ଚରେ ପାରଦ ଟପିଯାଇପାରେ ୪୦ ଡିଗ୍ରୀ। ଏଲ୍‌ନିନୋ କାରଣରୁ ଏ ବର୍ଷ ବଢ଼ିପାରେ ତାତି। ଫେବୃଆରୀରୁ ତାର ହାୱା ବାରି ହେଲାଣି।

ଏବେଠୁ ଡ଼ାରାଇଲାଣି ଖରା

ଏବେଠୁ ଡ଼ାରାଇଲାଣି ଖରା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

May rise Heat Wave: ଡ଼ାରାଇଲାଣି ଖରା। ଫେବୃଆରୀ ଶେଷରୁ ତାତି ବଢ଼ିଲାଣି। ଆଶଙ୍କା କରାଯାଉଛି, ମାର୍ଚ୍ଚ ପ୍ରଥମ ସପ୍ତାହରେ ପାରଦ ଟପିଯାଇପାରେ ୪୦ ଡିଗ୍ରୀ।

ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ, ଏଲୋନିନୋ ପ୍ରଭାବରେ ଏବର୍ଷ ତାପମାତ୍ରା ଅଧିକ ବଢ଼ିବ। ତେବେ କେବେ କେତେ ତାପମାତ୍ରା ବଢ଼ିବ, ତାକୁ ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି।

ଏ ବର୍ଷ ମାର୍ଚ୍ଚରେ ଅନୁଭୂତ ହୋଇପାରେ ହିଟ୍‌ୱେଭ୍‌। ମାର୍ଚ୍ଚରେ ପାରଦ ଟପିଯାଇପାରେ ୪୦ ଡିଗ୍ରୀ। ଏଲ୍‌ନିନୋ କାରଣରୁ ଏ ବର୍ଷ ବଢ଼ିପାରେ ତାତି। ଫେବୃଆରୀରୁ ତାର ହାୱା ବାରି ହେଲାଣି।

ପାଣିପାଗ ବିଜ୍ଞାନି ଜାସନ ନିକୋଲ୍ସଙ୍କ ସୂଚନା ଅନୁସାରେ ମାର୍ଚ୍ଚ, ଏପ୍ରିଲ ଓ ମେରେ ଭାରତ ସମେତ ଏସିଆର ବିଭିନ୍ନ ଦେଶରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। କିନ୍ତୁ ପାଣିପାଗ ବିଜ୍ଞାନୀ ଶରତ ସାହୁ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି।

ସେ କହିଛନ୍ତି ଯେ ଏଲନିନୋର ପ୍ରଭାବ ରହିବ। କିନ୍ତୁ ହିଟ୍‌ୱେଭ୍‌ ନେଇ ଯେଉଁ ଆକଳନ କରାଯାଉଛି, ସେ ଅନୁସାରେ ତାତି ଅନୁଭୂତ ହେବ ନାହିଁ। ମାର୍ଚ୍ଚ ଶେଷ ସପ୍ତାହ ପରେ ତାପମାତ୍ରାରେ ଅଧିକ ବୃଦ୍ଧି ଘଟିପାରେ। ଏଲନିନୋ ପ୍ରଭାବ ଏବର୍ଷ ନୁହେଁ, ବରଂ ଆସାନ୍ତା ବର୍ଷ ଅଧିକ ରହିବ ବୋଲି ଶରତ ସାହୁ ଆକଳନ କରିଛନ୍ତି।

ଏଥର ଗ୍ରୀଷ୍ମରେ ତାପମାତ୍ରା ବୃଦ୍ଧି ପାଇବା ନେଇ ସମ୍ଭାବନା ରହୁଛି। ତେବେ କେଉଁ ସମୟରେ କେତେ ତାପମାତ୍ରା ବୃଦ୍ଧି ପାଇବ, ତାକୁ ନେଇ ବିଶେଷଜ୍ଞଙ୍କ ଭିତରେ ମତ ପାର୍ଥକ୍ୟ ରହୁଛି। କିନ୍ତୁ ଫେବୃଆରୀ ଶେଷରୁ ଯେଉଁ ହାରରେ ପାରଦ ଉଠୁଛି, ତାକୁ ଲକ୍ଷ୍ୟ କଲେ ମାର୍ଚ୍ଚ ଓ ଏପ୍ରିଲରେ ଯେ ତାତି ଅସହ୍ୟ ହେବ, ଏ ସମ୍ଭାବନାକୁ ଏଡ଼ାଇ ଦେଇହେଉନି।

ସେପଟେ ବିଭିନ୍ନ ପାଣିପାଗ ମଡେଲକୁ ନେଇ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଛନ୍ତି। କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ଅନୁମାନ କରିଛନ୍ତି, ମାର୍ଚ୍ଚ ୧ ତାରିଖରୁ ତାତି ବଢ଼ିବ।

ବର୍ତ୍ତମାନ ସମୟରେ ଦେଶର ଉତ୍ତର ଭାଗ ଏବଂ ଓଡ଼ିଶାରେ ତାପମାତ୍ରା ସ୍ଵାଭାବିକଠାରୁ ଊର୍ଦ୍ଧ୍ବରେ ରହିଛି। ଆଗକୁ ତାପମାତ୍ରାରେ ଆହୁରି ୪ରୁ ୫ ଡିଗ୍ରୀ ସେଲସିୟସ ବୃଦ୍ଧି ଘଟିପାରେ । ମାର୍ଚ୍ଚ ୩ ତାରିଖ ବେଳକୁ ରାଜ୍ୟର କେତେକ ସ୍ଥାନରେ ୪୧ରୁ ୪୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି। ପଶ୍ଚିମ ଓଡ଼ିଶା ସହିତ ପୂର୍ବ ଓଡ଼ିଶାର। କଟକ-ଭୁବନେଶ୍ବରରେ ତାତି ଅଧିକ ରହିପାରେ। ଯାହାକୁ ନେଇ ବିଭିନ୍ନ ପ୍ରକାର କାରଣ ଦର୍ଶାଇଛନ୍ତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ।

ରାଜ୍ୟରେ ଏବେଠୁ କଲବଲ କଲାଣି ତାତି। ମାର୍ଚ୍ଚରୁ ତାତି ଆହୁରି ବଢ଼ିବ। ତେବେ ଏହାକୁ ବିଶେଷଜ୍ଞ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ଯଦି ଏଲ୍‌ନିନୋର ପ୍ରଭାବ ରୁହେ, ତେବେ ଚଳିତ ବର୍ଷ ତାତି ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି।
Published by:Lipina Das
First published: