ସୁନ୍ଦରଗଡ଼ରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଯୋଗୁଁ ପ୍ରସବଜନିତ ମାତୃ ମୃତ୍ୟୁ ସଂଖ୍ୟା କମ୍ ହେଲା

ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ୨୦୨୦ ନଭେମ୍ବରରୁ ଆରମ୍ଭ ହୋଇଥିବା ‘ମାତୃଜ୍ୟୋତି’ ଅଧୀନରେ ପ୍ରତି ଗର୍ଭବତୀଙ୍କୁ ମାଗଣାରେ ଚାରି ଥର ଅଲଟ୍ରାସାଉଣ୍ଡ୍ ସହ ଅନ୍ୟ ପରୀକ୍ଷା ସୁନିଶ୍ଚିତ କରାଯାଉଛି ।

‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଲାଗୁ ହେବା ପରେ ଜିଲ୍ଲାରେ ପ୍ରସବଜନିତ ମାତୃ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି । (ପ୍ରତୀକାତ୍ମକ ଛବି)

‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଲାଗୁ ହେବା ପରେ ଜିଲ୍ଲାରେ ପ୍ରସବଜନିତ ମାତୃ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି । (ପ୍ରତୀକାତ୍ମକ ଛବି)

  • Share this:
ସୁଜିତ ସା | News18 Odia Digital

ସୁନ୍ଦରଗଡ଼: ଜିଲ୍ଲାରେ ମାତୃ ମୃତ୍ୟୁ ହାର ହ୍ରାସ କରିବା କ୍ଷେତ୍ରରେ ସରକାରଙ୍କ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ବିଶେଷ ଭୂମିକା ନେଉଛି। ୨୦୨୦ ନଭେମ୍ବର ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଲାଗୁ ହେବା ପରେ ମାତୃ ମୃତ୍ୟୁ ସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଇଛି।

ଜିଲ୍ଲାରେ ମାତୃ ମୃତ୍ୟୁ ସଂଖ୍ୟାର ସ୍ଥିତି ସମ୍ପର୍କରେ ଜାଣିବା ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିକଟରେ ଏକ ସମୀକ୍ଷା କରାଯାଇଥିଲା। ଏଥିରେ ୨୦୨୦ ମେ’ ମାସରୁ ୨୦୨୧ ଏପ୍ରିଲ୍‌ ମଧ୍ୟରେ ୧୨ ମାସ ଭିତରେ ମାତୃ ମୃତ୍ୟୁ ସଂଖ୍ୟାକୁ ହିସାବକୁ ନିଆଯାଇଥିଲା । ଏଥିରୁ ଜଣାପଡ଼ିଛି ଯେ ଗର୍ଭବତୀ ମା’ମାନଙ୍କ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ସୁଫଳ ମିଳୁଛି। ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଆରମ୍ଭ ହେବାର ପୂର୍ବ ଏବଂ ପର ଛଅ ମାସର ମାତୃ ମୃତ୍ୟୁ ସଂଖ୍ୟାର ତୁଳନା କଲେ ଏହି କଥା ଜଣାପଡ଼ୁଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

୨୦୨୦ ମେ’ରୁ ଅକ୍ଟୋବର ମଧ୍ୟରେ ଛଅ ମାସ ଭିତରେ ଜିଲ୍ଲାରେ ମାତୃ ମୃତ୍ୟୁ ସଂଖ୍ୟା ରହିଥିଲା ୧୯ । ତେବେ ୨୦୨୦ ନଭେମ୍ବରଠାରୁ ୨୦୨୧ ଏପ୍ରିଲ ଏହି ଛଅ ମାସ ମଧ୍ୟରେ ଏହି ସଂଖ୍ୟା ୯କୁ ଖସି ଆସିଛି । ୨୦୨୧ ଜାନୁୟାରୀ ଏବଂ ମାର୍ଚ୍ଚ, ଏହି ଦୁଇ ମାସରେ ମାତୃ ମୃତ୍ୟୁ ସଂଖ୍ୟା ଶୂନ ରହିଛି।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଖାଲି ଶିଳ୍ପା ଶେଟ୍ଟି ନୁହେଁ, ଏହି ବଲିଉଡ୍ ଅଭିନେତ୍ରୀମାନେ ବି ନିଜ ପତିଙ୍କ ପାଇଁ ସମାଲୋଚିତ ହୋଇଥିଲେ

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ୨୦୨୦ ନଭେମ୍ବର ୯ ତାରିଖରୁ ‘ମାତୃଜ୍ୟୋତି’ ଅଧୀନରେ ଗର୍ଭାବସ୍ଥାରେ ଯତ୍ନ ବା ଏ.ଏନ୍‌.ସି. ସେବା ଆରମ୍ଭ କରାଯାଇଥିଲା। ପ୍ରତ୍ୟେକ ଗର୍ଭବତୀ ମା’ଙ୍କୁ ଗର୍ଭାବସ୍ଥାରେ ମାଗଣାରେ ଚାରି ଥର ଅଲଟ୍ରାସାଉଣ୍ଡ୍‌ ସହ ଅନ୍ୟାନ୍ୟ ପରୀକ୍ଷା ସୁନିଶ୍ଚିତ କରାଇବା ହେଉଛି ଏହାର ମୂଳ ଲକ୍ଷ୍ୟ। ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ସୁଫଳ ଏବେ ଜିଲ୍ଲାକୁ ମିଳିଛି।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଖାଲି ଶିଳ୍ପା ଶେଟ୍ଟି ନୁହେଁ, ଏହି ବଲିଉଡ୍ ଅଭିନେତ୍ରୀମାନେ ବି ନିଜ ପତିଙ୍କ ପାଇଁ ସମାଲୋଚିତ ହୋଇଥିଲେ

‘‘ଏହି ମାତୃ ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତ ଗର୍ଭବତୀମାନଙ୍କୁ ଗର୍ଭାବସ୍ଥାରେ ଅଲଟ୍ରାସାଉଣ୍ଡ୍‌ ସେବା ଯୋଗାଇ ଦିଆଯାଉଛି। ଏହା ଦ୍ୱାରା ଗର୍ଭବତୀ ମା’ ଏବଂ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଆଗୁଆ ଜାଣିବା ସମ୍ଭବ ହେଉଛି। ଗର୍ଭ ସମ୍ବନ୍ଧୀୟ ଜଟିଳତା ଯଦି କିଛି ଜଣାପଡ଼େ ତା’ର ପ୍ରତିକାର ମଧ୍ୟ କରାଯାଉଛି। ତେଣୁ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଲାଗୁ ହେବା ଫଳରେ ଜିଲ୍ଲାରେ ପ୍ରସବଜନିତ ମାତୃ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି,’’ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ।

ଏହା ବି ପଢ଼ନ୍ତୁ | ଦେଶର କୋଟି ଚାକିରିଜୀବୀ ଲୋକଙ୍କ ପାଇଁ ଖୁସି ଖବର: PF ଖାତାକୁ ଜଲ୍ଦି ଆସିବ ସୁଧ ଟଙ୍କା

ସେ ଆହୁରି କହିଛନ୍ତି ଯେ ନଭେମ୍ବର ୨୦୨୦ରୁ ଏପ୍ରିଲ ୨୦୨୧ ମଧ୍ୟରେ ଯେଉଁ ପ୍ରସବଜନିତ ମାତୃ ମୃତ୍ୟୁ ସଂଖ୍ୟା ୯ ବୋଲି ରେକର୍ଡ କରାଯାଇଛି ସେଥିରେ କେତେ ଜଣ ମହିଳାଙ୍କ ମୃତ୍ୟୁର ଭିନ୍ନ କାରଣ ରହିଛି । ଏହାକୁ ଯଦି ବିଚାରକୁ ନିଆଯାଏ ତେବେ ସିଧାସଳଖ ଗର୍ଭାବସ୍ଥାଜନିତ ଜଟିଳତାରୁ ହେଉଥିବା ମାତୃ ମୃତ୍ୟୁ ସଂଖ୍ୟା ଆହୁରି କମ୍ ବୋଲି କହିଲେ ଭୁଲ୍ ହେବ ନାହିଁ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ବାବୁଲ୍ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ; ୨୪ ଦିନ ତଳେ କେନ୍ଦ୍ର ମନ୍ତ୍ରୀ ପଦ ଯାଇଥିଲା

ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହାର ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହି ମା’ ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ଆରମ୍ଭ କରାଯାଇଛି । ସବୁ ଗର୍ଭବତୀମାନଙ୍କୁ ଗର୍ଭାବସ୍ଥାରେ ମାଗଣାରେ ଚାରି ଥର ଅଲଟ୍ରାସାଉଣ୍ଡ ସେବା ଯୋଗାଇ ଦେବା ପାଇଁ ସାତଟି ସରକାରୀ ଡାକ୍ତରଖାନା ଓ ୪୫ଟି ଘରୋଇ କ୍ଲିନିକକୁ ପ୍ରଶାସନ ପକ୍ଷରୁ ଅନୁବନ୍ଧିତ କରାଯାଇଛି। କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଜୁଲାଇ ପହିଲାରୁ ଏହା ପୁଣି ଥରେ କାର୍ଯ୍ୟକାରୀ ହେଉଛି।

ଏହା ବି ପଢ଼ନ୍ତୁ | କୃଷ୍ଣ ଭକ୍ତିରେ ପାଗଳିନୀ ଏହି ବରିଷ୍ଠ IPS ଅଫିସର୍ ଚାକିରିରୁ ଅବସର ନେବାକୁ ଆବେଦନ କଲେ

ଏହି ସେବା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ଗର୍ଭବତୀମାନଙ୍କର ୧୯,୫୦୦ରୁ ଅଧିକ ସଂଖ୍ୟକ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯାଇଛି। ମାତୃଜ୍ୟୋତି କାର୍ଯ୍ୟକ୍ରମକୁ ସଫଳ କରିବା ପଛରେ ଅଙ୍ଗନବାଡି ଓ ଆଶା କର୍ମୀମାନଙ୍କ ସହ ଗାଁ କଲ୍ୟାଣ ସମିତି ଓ ସ୍ଥାନୀୟ ଗୋଷ୍ଠୀର ପ୍ରମୁଖ ଭୂମିକା ରହିଛି ।



ଗର୍ଭବତୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ମା’ ଏବଂ ଗର୍ଭସ୍ଥ ଶିଶୁ କାହାର କୌଣସି ଜଟିଳତା ଥିଲେ ତାହା ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏହା ଫଳରେ ବହୁ ଜଟିଳ କେସର ମା’ ଓ ଶିଶୁଙ୍କ ଜୀବନ ରକ୍ଷା କରାଯାଇ ପାରୁଛି। ବର୍ତ୍ତମାନ ସୁଦ୍ଧା ୨୫୦ରୁ ଅଧିକ ଏଭଳି ହାଇ ରିସ୍କ କେସରେ ମା’ମାନଙ୍କୁ ଆବଶ୍ୟକ ଡାକ୍ତରୀ ସେବା ଓ ପରାମର୍ଶ ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି ସରକାରୀ ଅଧିକାରୀମାନେ।
Published by:Anand ST Das
First published: