ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା; BSEର ପ୍ରସ୍ତୁତି ଶେଷ

ସଂସ୍କୃତ ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ମାଟ୍ରିକ ପରୀକ୍ଷା ଖାତା ଦେଖା ମେ ୨୧ ତାରିଖରୁ ଆରମ୍ଭ ହେବ। ୧୦ରୁ ୧୨ ଦିନ ଭିତରେ ଅର୍ଥାତ ଚଳିତ ମାସ ଶେଷ ସୁଦ୍ଧା ଖାତା ଦେଖ ଶେଷ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା

  • Share this:
News18 Odia Digital

କଟକ: ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କାର୍ଯ୍ୟ। ଏହି ପ୍ରକ୍ରିୟାରେ ଦଶମ ଶ୍ରେଣୀ ସହିତ SOSC ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି ମାଧ୍ୟତ୍ମିକ ଶିକ୍ଷା ପରିଷଦ ବୋର୍ଡ଼।

ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ଏଗଜାମିନରଙ୍କ ସହ ୯୦୦ ଜଣ ଡେପୁଟି ଏଗଜାମିନର ୮୯୧୯ ଜଣ ସହକାରୀ, ଏଗଜାମିନର ୯୩୦ ସ୍କୁଟିନାଇଜରଙ୍କୁ ନିୟୋଜିତ କରିଛି ବୋର୍ଡ଼। ଖାତା ଦେଖା ପରେ ମାର୍କ ଅପଲୋଡ଼ କାର୍ଯ୍ୟକୁ ଅନ ଲାଇନରେ କରାଯିବ। ତେବେ ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା କାର୍ଯ୍ୟ ଜାରି ରହିବ।

"ମୂଲ୍ୟାୟନ ପାଇଁ ୨୦ ତାରିଖ ସୁଦ୍ଧା ସମସ୍ତ ଏଗଜାମିନରମାନେ ନିଜ ନିଜ ଖାତା ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେବେ। ଦଶମ ଶ୍ରେଣୀ ସହିତ SOSC ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ ଏକା ସାଙ୍ଗରେ ଆରମ୍ଭ କରୁଛୁ। ଦଶମ ଶ୍ରେଣୀ ଓ SOSCରେ ସବଜେଟିଭ ମାର୍କଗୁଡ଼ିକ ଆମେ ଅନଲାଇନରେ ଗ୍ରହଣ କରିବୁ। କିନ୍ତୁ ମଧ୍ୟମାରେ ଆମେ ଅଫଲାଇନରେ ଗ୍ରହଣ କରିବୁ," କହିଛନ୍ତି ବୋର୍ଡ଼ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି।

ସେପଟେ ପରୀକ୍ଷା ଭଲ ହୋଇଥିବାରୁ ଖାତା ଦେଖା ପ୍ରକ୍ରିୟାକୁ ତ୍ରୁଟି ଶୁନ୍ୟ ଓ ନିର୍ଭୁଲ କରିବା ପାଇଁ ବୋର୍ଡ ପଦକ୍ଷେପ ନେବା ସହ ଚଳିତ ବର୍ଷ କିଛି ବିଷୟରେ ପ୍ରଶ୍ନ ସିଲବସ ବାହାରୁ ଆସିଥିବାରୁ ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ଗ୍ରେସ ମାର୍କ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ଶିକ୍ଷାବିତ।

"ପରୀକ୍ଷା ପାଇଁ ମୁଁ ବହୁତ ପୂର୍ବରୂ ନିଜର ପ୍ରସ୍ତୁତି ଶେଷ କରି ସାରିଥିଲି। ପରୀକ୍ଷା ବି ଭଲରେ ହୋଇଛି। ଆଶା କରୁଛି କି ଭଲ ମାର୍କ ମଧ୍ୟ ମିଳିବ," କହିଛନ୍ତି ପରୀକ୍ଷା ଦେଇଥିବା କଟକର ଦଶମ ଶ୍ରେଣୀ ଛାତ୍ରୀ ମୋହିନୀ ଦାସ।

"ବୋର୍ଡର ଏହି ନୂଆ ପରୀକ୍ଷା ବ୍ୟବସ୍ଥା ନିହାତି ଭାବେ ସ୍ବାଗତ ଯୋଗ୍ୟ। କିନ୍ତୁ ଏଥର ଇଂରାଜୀ ଓ ଗଣିତ ପରୀକ୍ଷାର ପ୍ରଶ୍ନଗୁଡ଼ିକ ମଧ୍ୟରେ କିଛି ପ୍ରଶ୍ନ କୋର୍ସ ବାହାରୁ ପ୍ରଶ୍ନ ଆସିଥିଲା। ମେଧାବୀ ପିଲାମାନେ ସେହି ପ୍ରଶ୍ନ ଗୁଡ଼ିକର ସଠିକ ଉତ୍ତର ଦେଇଛନ୍ତି। ମାତ୍ର ଅଧିକାଶଂ ପରୀକ୍ଷାର୍ଥୀ ସେହି ପ୍ରଶ୍ନ ଗୁଡ଼ିକର ସଠିକ ଉତ୍ତର ଦେଇ ପାରି ନଥିବାରୁ ସେମାନେ ବିଚଳିତ ଅଛନ୍ତି। ତେଣୁ ଏହି ଦୁଇଟି ବିଷୟରେ ବୋର୍ଡ ଗ୍ରେସ ମାର୍କର ବ୍ୟବସ୍ଥା କରୁ,’’ କହିଛନ୍ତି କଟକର ଶିକ୍ଷାବିତ ନରହରି ସେନ।

ପରୀକ୍ଷା ଖାତା ଦେଖା କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ବୋର୍ଡ଼ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରୁଥିବା ବେଳେ ପ୍ରତି ବର୍ଷ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ର ସହ ମୂଲ୍ୟାୟନରେ ବିଭ୍ରାଟ ଦେଖା ଦେଇଥାଏ। ତେବେ ଚଳିତ ବର୍ଷ ଏହାର ପୁନରାବୃତ୍ତି ହେଉଛି ବା ନାହିଁ ତାହା ଦେଖିବାକୁ ବାକି ରହିଲା।
Published by:Lipina Das
First published: