News18 Odia Digital
କଟକ: ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଶ୍ରେଣୀର ସମେଟିଭ୍-୧ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏବେ ଏହି ପରୀକ୍ଷା ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହରେ ହେବ ବୋଲି ମଙ୍ଗଳବାର ଦିନ ମାଧ୍ୟମିକ ଶିକ୍ଷା ପରିଷଦ ଏକ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି କହିଛି ।
ବର୍ଷ ଶେଷରେ ପଡୁଥିବା ସରକାରୀ ଛୁଟି ଦିବସକୁ ଦୃଷ୍ଟିରେ ରଖି ଦଶମ ଶ୍ରେଣୀର ସମେଟିଭ୍-୧ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ଏହି ପରୀକ୍ଷା ଆସନ୍ତା ଜାନୁଆରୀ ମାସ ୫ ତାରିଖରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାରି ଧରି ଧରି ଚାଲିବ । ପ୍ରତି ଦିନ ଦୁଇଟି ସିଟିଂରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏଥି ପାଇଁ ପ୍ରାୟ ୫ ଲକ୍ଷ ୭୦ ହଜାର ପରୀକ୍ଷାର୍ଥୀ ଫର୍ମ ପୂରଣ କରିସାରିଛନ୍ତି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…‘‘ପୂର୍ବରୁ ଆମେ ଏହି ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରିଥିଲୁ । କିନ୍ତୁ ବଡ଼ ଦିନ ଛୁଟି ସହ ବର୍ଷ ଶେଷ ଥିବାରୁ ପରୀକ୍ଷାକୁ ଗୋଟିଏ ସପ୍ତାହ ଘୁଞ୍ଚାଉଛୁ । ପରୀକ୍ଷା ପାଇଁ ଫର୍ମ ପୁରଣ କାର୍ଯ୍ୟକୁ ଆମେ ସାତ ଦିନ ମଧ୍ୟରେ ଶେଷ କରିଛୁ । ଏବେ ସବୁ ଡାଟାବେସ୍ ତିଆରି କରି ପରୀକ୍ଷା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଛୁ,’’ କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି ।

କଟକ କଲେଜଛକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ମନୋଜ ଦାସ
ଏହା ବି ପଢ଼ନ୍ତୁ | ଭ୍ୟାକ୍ସିନର ୨ଟି ଯାକ ଡୋଜ୍ ନେଇଥିବା ଅଧିକାଂଶ ଲୋକଙ୍କୁ କରୋନା ହେଉଛି, କହିଲେ ମମତା ବାନାର୍ଜୀବୋର୍ଡ଼ର ଇତିହାସରେ ପ୍ରଥମ ଥର ଲାଗି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାକୁ ନେଇ ଉତ୍ସାହିତ ଅଛନ୍ତି ପରୀକ୍ଷାର୍ଥୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ । ନୂଆ ନିୟମ ଅନୁସାରେ ଏଣିକି ବର୍ଷକୁ ଗୋଟିଏ ପରୀକ୍ଷା ବଦଳରେ ଦୁଇଟି ପରୀକ୍ଷା କରିବା ଓ ଦୁଇଟି ଯାକ ପରୀକ୍ଷା ଫଳକୁ ଆଧାର କରି ଛାତ୍ରଛାତ୍ରୀଙ୍କ ମେଧାର ମୂଲ୍ୟୟନ କରିବ ବୋର୍ଡ । ୫୦ ମାର୍କ ବିଶିଷ୍ଟ ସମେଟିଭ୍-୧ ପରୀକ୍ଷାଟି ସମ୍ପୂର୍ଣ୍ଣ ଭାବେ ଅବଜେକ୍ଟିଭ୍ ପ୍ରଶ୍ନକୁ ଆଧାର କରି ହେବାକୁ ଥିବାରୁ ଏଥି ପାଇଁ ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ସ୍କୁଲ ସ୍ତରରେ ଏହି ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିବା ପାଠ୍ୟକ୍ରମଗୁଡ଼ିକୁ ଶେଷ କରାଯିବା ପରେ ଏବେ ରିଭିଜନ୍ କରାଯାଉଛି । ପରୀକ୍ଷା ଗୋଟିଏ ସପ୍ତାହ ଘୁଞ୍ଜିବାରୁ କୌଣସି ସମସ୍ୟା ହେବ ନାହିଁ ଓ ପରୀକ୍ଷା ପ୍ରସ୍ତୁତିରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ପ୍ରିୟଙ୍କା ଗାନ୍ଧି କହିଲେ, ‘‘ମୋ’ ଭାଇ କହିଛନ୍ତି ମୁଁ ମୋଟି ହୋଇଯାଉଛି, କମ୍ ଖାଇବା ଦରକାର’’‘‘ପୂର୍ବ ବର୍ଷଗୁଡ଼ିକରେ ମାଟ୍ରିକ ପରୀକ୍ଷାରେ ଯେଉଁ ଭଳି ଭାବେ ଅବଜେକ୍ଟିଭ ପ୍ରଶ୍ନ ଆସୁଥିଲା ସେହି ଭଳି ପ୍ରଶ୍ନ ପ୍ରସ୍ତୁତ କରି ଆମେ ପିଲାମାନଙ୍କୁ ଅଭ୍ୟାସ କରାଇଛୁ । ଏହା ସହିତ ପିଲାମାନଙ୍କର ଯାହା କିଛି ସନ୍ଦେହ ରହୁଛି ସେମାନେ ଶିକ୍ଷକ ଶିକ୍ଷୟତ୍ରୀ ଓ ଟେଷ୍ଟ ପେପରକୁ ଦେଖି ତାକୁ ଦୂର କରୁଛନ୍ତି । ତେଣୁ ପରୀକ୍ଷା ନେଇ ପିଲାମାନଙ୍କର କୌଣସି ସମସ୍ୟା ନାହିଁ,’’ କହିଛନ୍ତି କଟକ କଲେଜଛକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ମନୋଜ ଦାସ ।
ଏହା ବି ପଢ଼ନ୍ତୁ | ATMରୁ ଛିଣ୍ଡା ନୋଟ୍ ବାହାରିଲା? ଏଣିକି ବ୍ୟାଙ୍କ୍ ତାକୁ ଫେରାଇ ନେବ; SBI କହିଲା ଉପାୟପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ସହ କୋଭିଡ୍ ଭଳି ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ପ୍ରଥମ ଥର ଲାଗି ନବମ ଓ ଦଶମ ଶ୍ରେଣୀରେ ଫର୍ମେଟିଭ୍ ଓ ସମେଟିଭ୍ ଫର୍ମାଟରେ ବର୍ଷକୁ ଶ୍ରେଣୀ ପିଛା ମୋଟ ଛଅଟି ପରୀକ୍ଷା କରୁଛି । ଫର୍ମେଟିଭ୍ ପରୀକ୍ଷାକୁ ସ୍କୁଲ୍ ଓ ସମେଟିଭ୍ ପରୀକ୍ଷାକୁ ବୋର୍ଡ଼ ପରିଚାଳନା କରିବ । ଫଳ ସ୍ବରୂପ କୌଣସି ପରିସ୍ଥିତିରେ ଯଦି ପରୀକ୍ଷା ବାତିଲ ହୋଇଯାଏ ତେବେ ପୂର୍ବରୁ ହୋଇଥିବା ଫର୍ମେଟିଭ୍ ଓ ସମେଟିଭ୍ ପରୀକ୍ଷା ଫଳକୁ ଆଧାର କରି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମେଧା ନିର୍ଦ୍ଧାରଣ କରାଯାଇ ପାରିବ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।