News18 Odia Digital
ଭୁବନେଶ୍ୱର: ସରିଛି ଖାତା ଦେଖା, ଖୁବ ଶୀଘ୍ର ଅର୍ଥାତ ଜୁଲାଇ ପ୍ରଥମ ସପ୍ତାହରେ ବାହାରିବାକୁ ଯାଉଛି ମାଟ୍ରିକ୍ ପରୀକ୍ଷା ଫଳ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ଏ ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଖାତାଦେଖା କାମ ସରିଥିବା ବେଳେ ବୋର୍ଡ କାର୍ଯ୍ୟାଳୟରେ ଅନ୍ୟାନ୍ୟ ପ୍ରସ୍ତୁତି ଚାଲିଛି । ସଠିକ୍ ତଥା ନିର୍ଭୁଲ୍ ଫଳ ପ୍ରକାଶ ପାଇଁ ଚେଷ୍ଟା ଚାଲିଛି । ତେବେ କେବେ ରେଜଲ୍ଚ ବାହାରିବ ସେ ସମ୍ପର୍କରେ ତାରିଖ ଘୋଷଣା ହୋଇନଥିବା ବେଳେ ଜୁଲାଇ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଉଛି । ଖୁବ ଶୀଘ୍ର ଏ ନେଇ ସୂଚନା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଚଳିତବର୍ଷ ଓଡ଼ିଶାରେ ମାଟ୍ରିକ୍ ପରୀକ୍ଷା ଏପ୍ରିଲ୍ ୨୯ରେ ଆରମ୍ଭ ହୋଇ ମେ ୭ ତାରିଖରେ ସରିଥିଲା । କରୋନା କଟକଣା କମିବା ପରେ ଅଫଲାଇନରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସମୁଦାୟ ୩,୨୦୩ଟି ପରୀକ୍ଷା କେନ୍ଦ୍ରରେ ୫,୩୧,୯୦୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପରୀକ୍ଷାକୁ ସୂଚାରୁ ରୁପେ ସମ୍ପାଦନ କରିବା ପାଇଁ ୩୫ ହଜାରରୁୂ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟତ୍ରୀ ନିୟୋଜିତ ହୋଇଥିଲେ । ପରୀକ୍ଷା ସରିବା ପରେ ମେ ୨୧ ତାରିଖରୁ ୫୮ଟି କେନ୍ଦ୍ରରେ ଖାତା ମୂଲ୍ୟାଙ୍କନ ହୋଇଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।