News18 Odia Digital
କଳାହାଣ୍ଡି: ମାଟ୍ରିକ ପରୀକ୍ଷାର (Matric Exam) ଭୁଲ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ କଳାହାଣ୍ଡି (Kalahandi) ଜିଲ୍ଲା କେସିଙ୍ଗା ପୋଲିସ (Police) ୮ ଜଣଙ୍କୁ ଗିରଫ କରିଛି। ଶିକ୍ଷା ବିଭାଗର ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ।
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ରୁପ୍ରା ଘରୋଇ, ଆର କେ. ଶକୁନ୍ତଳା ଉଚ୍ଚ ବିଦ୍ୟାଳୟର ପରିଚାଳକ ପ୍ରାଣବନ୍ଧୁ ସାହୁ, ରୋଶନ ସାହୁ, ରବୀନ୍ଦ୍ର କୁମାର ସାହୁ, ରେଙ୍ଗାଲିର କୌଶିକ ସାହୁ, କାଣ୍ଡେଲର ଖିରସିନ୍ଧୁ ବାଗ, ଯାଜପୁର ଟାଉନର ଅଭୟ ନନ୍ଦ, ଲାଖପଦରର ଭେସରାଜ୍ କରୁଆଁ, ଘୋଡାବନ୍ଧର କୁଳମଣି ସାହୁ।
ଏମାନଙ୍କୁ ୪୨୦, ୩୪ ଆଇପିସି ଏବଂ ଓଡ଼ିଶା ପରୀକ୍ଷା ଅଧିନିୟମ ଆଇନ ବଳରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୋଲିସ ନକଲି ପ୍ରଶ୍ନପତ୍ର, ମୋବାଇଲ ଓ ଟଙ୍କା ଜବତ କରିଛି।
ଗତ ୧୪ ତାରିଖରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏସପିଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହି ୮ ଜଣଙ୍କୁ ପୋଲିସ ରାତି ଅଧିଆ ଉଠାଇ ଆଣିଥିଲା। ଖୋଦ ଏସପି ଏହାର ତଦନ୍ତ କରିଥିଲେ, କିଛି ନ ପାଇବାରୁ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଥିଲା।
ପଢ଼ନ୍ତୁ ଏହି ଖବର: ଜେଲ ଗଲେ ରସିକିଆ ସରକାରୀ ବାବୁ; ୪ଜଣକୁ ବାହା ହୋଇ ବନ୍ଧା ହେଲେସେମାନଙ୍କୁ ୨୧ ତାରିଖରେ ହାଜର ହେବା ପାଇଁ କୁହାଯାଇଥିଲା। ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଗତ ୧୮ ତାରିଖରେ ଏନେଇ ଥାନାରେ ଏତଲା ଦେବା ପରେ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏହି ଘଟଣାରେ ଆନ୍ତଃ ଜିଲ୍ଲା ରାର୍କେଟ କାମ କରୁଥିବା ଅଭିଯୋଗ ହେଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।