ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ; ପ୍ରଶ୍ନପତ୍ର ଲିକ୍ ରୋକିବାକୁ ଏଥର ବୋର୍ଡ଼ର ନୂଆ ଫର୍ମୁଲା

ପ୍ରତି ପ୍ରଶ୍ନପତ୍ରରେ ରହିବ ସୁରକ୍ଷା କୋର୍ଡ । ଯଦି ପ୍ରଶ୍ନପତ୍ର ଭାଇରାଲ ହୁଏ ତେବେ ତାହା କେଉଁ ପରୀକ୍ଷା କେନ୍ଦ୍ରର ଏବଂ କେଉଁ ପରୀକ୍ଷାର୍ଥୀଙ୍କର ତାହା ସହଜରେ ଜଣାପଡ଼ିଯିବ । ଧରାପଡ଼ିଲେ ସମ୍ପୃକ୍ତ ପରୀକ୍ଷାର୍ଥୀ ଓ ଭାଇରାଲ କରାଇଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ; ପ୍ରଶ୍ନପତ୍ର ଲିକ୍ ରୋକିବାକୁ ଏଥର ବୋର୍ଡ଼ର ନୂଆ ଫର୍ମୁଲା
ସକାଳ ୯:୪୫ ରେ ପ୍ରଶ୍ନପତ୍ର ଦିଆଯିବ ଏବଂ ଦିନ ୧୦ ଟାରୁ ୧୨ ହେବ ପରୀକ୍ଷା ।
  • News18 Odia
  • Last Updated: December 24, 2019, 2:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କଟକ: ଆସନ୍ତା ଫେବୃଆରୀ ୧୯ରୁ ଆରମ୍ଭ ହେବ ଚ଼ଳିତ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା । ଏହା ମାର୍ଚ୍ଚ ୨ ତାରିଖ ଯାଏ ଚ଼ାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

୧୯ ତାରିଖରେ ପ୍ରଥମ ଭାଷା ପରୀକ୍ଷା ଥିବା ବେଳେ ୨୨ରେ ଦ୍ବିତୀୟ ଭାଷା ଓ ୨୪ରେ ତୃତୀୟ ଭାଷାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୨୬ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ, ମାର୍ଚ୍ଚ ୧ରେ ପ୍ରାକ୍ଟିକାଲ ଓ ମାର୍ଚ୍ଚ ୨ ତାରିଖରେ ସାମାଜିକ ବିଜ୍ଞାନର ପରୀକ୍ଷା କରାଯିବ ।

‘‘ସକାଳ ୯ଟା ୪୫ ମିନିଟରେ ପ୍ରଶ୍ନପତ୍ର ବଣ୍ଟାଯିବ ଏବଂ ୧୦ ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । କେବଳ ଗଣିତ ପରୀକ୍ଷା ପାଇଁ ୧୫ ମିନିଟ ଅଧିକ ସମୟ ଦିଆଯିବ,’’ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି ।

ଗତ ବର୍ଷ ପ୍ରଶ୍ନପତ୍ର ଭାଇରାଲକୁ ରୋକିବାକୁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତି ପ୍ରଶ୍ନପତ୍ରରେ ରହିବ ସୁରକ୍ଷା କୋର୍ଡ । ୨୦୧୩ ମସିହାରୁ ଏଯାବତ୍‌ ଚାଲିଥିବା ଓଏମଆର୍‌ ପ୍ରଥା ଉଚ୍ଛେଦ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ବୋର୍ଡ ସଭାପତି ରାମାଶିଷ ହାଜରା


ଯଦି ପ୍ରଶ୍ନପତ୍ର ଭାଇରାଲ ହୁଏ ତେବେ ଏହା କେଉଁ ପରୀକ୍ଷା କେନ୍ଦ୍ରର ଏବଂ କେଉଁ ପରୀକ୍ଷାର୍ଥୀଙ୍କର ତାହା ସହଜରେ ଜଣାପଡ଼ିଯିବ । ଧରାପଡ଼ିଲେ ସମ୍ପୃକ୍ତ ପରୀକ୍ଷାର୍ଥୀ ଓ ଭାଇରାଲ କରାଇଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ।

ସେପଟେ ଭାଇରାଲ ଘଟଣାରେ ଅନେକାଂଶରେ ବ୍ୟବସ୍ଥା ଦାୟୀ ବୋଲି ଅଭିଯୋଗ ଉଠାଇଛି ଓଡ଼ିଶା ଶିକ୍ଷକ ସଙ୍ଘ । ଭିତ୍ତିଭୂମି ନ ଯୋଗାଇ ଭଲ ପ୍ରଦର୍ଶନ ନେଇ ଗଣଶିକ୍ଷା ବିଭାଗ ଶିକ୍ଷକଙ୍କ ଉପରେ ଚ଼ାପ ସୃଷ୍ଟି କରୁଥିବା ଅଭିଯୋଗ ଉଠାଇଛି ସଙ୍ଘ ।

‘‘ସଙ୍ଘ ଶିକ୍ଷକଙ୍କ ଏହି ଭାଇରାଲ କାର୍ଯ୍ୟକୁ ଘୋର ବିରୋଧ କରୁଛି । ଯଦି କୌଣସି ଶିକ୍ଷକ ଏପରି ଘଟଣାରେ ସମ୍ପୃକ୍ତ ଥିବା ପ୍ରମାଣ ମିଳେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ,’’ କହିଛନ୍ତି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ।

୨୦୧୯ ମିସିହାରେ ମାଟ୍ରିକ ପରିକ୍ଷା ଫେବୃଆରୀ ୨୨ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚ଼ାଲିଥିଲା । ୨୦୧୮ ମସିହାରେ ଫେବୃଆରୀ ୨୩ ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଓ ୨୦୧୭ରେ ଫେବୃଆରୀ ୨୮ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଚ଼ାଲିଥିଲା ।
First published: December 24, 2019, 1:45 PM IST
corona virus btn
corona virus btn
Loading