କାଲିଠୁ ମାଟ୍ରିକ ପରୀକ୍ଷା; ଘଣ୍ଟାଏ ଆଗରୁ ପହଞ୍ଚିବେ ପିଲା ଓ ପ୍ରଶ୍ନପତ୍ର

Matric Exam: ପ୍ରଥମ ଦିନରେ ପିଲାମାନେ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ଯେଉଁ ଦିନ ଯେଉଁ ପରୀକ୍ଷା ସେହି ଦିନ ସେହି ପ୍ରଶ୍ନପତ୍ର ସକାଳୁ ଯିବ।

 କାଲିଠୁ ମାଟ୍ରିକ ପରୀକ୍ଷା

କାଲିଠୁ ମାଟ୍ରିକ ପରୀକ୍ଷା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆସନ୍ତା କାଲି ଠାରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ ପରୀକ୍ଷା(Matric Examination) । ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା। ଚଳିତ ବର୍ଷ ମୋଟ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲିଫ କରିଥିବା ବେଳେ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେବ।

ପ୍ରଥମ ଦିନରେ ପିଲାମାନେ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ଯେଉଁ ଦିନ ଯେଉଁ ପରୀକ୍ଷା ସେହି ଦିନ ସେହି ପ୍ରଶ୍ନପତ୍ର ସକାଳୁ ଯିବ। ପୋଲିସ ଏସ୍କର୍ଟରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ସକାଳ ୬ରୁ ୭ଟା ଭିତରେ ହିଁ ପ୍ରଶ୍ନପତ୍ର ସେଣ୍ଟରରେ ପହଞ୍ଚିବ।

ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପରୀକ୍ଷା ୮ଟାରୁ ଆରମ୍ଭ ହୋଇ ୧୦ଟାରେ ଶେଷ ହେବ। ରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସାଙ୍ଗରେ ଆଡମିଟ୍‌ କାର୍ଡ, ବ୍ଲୁ ଓ ବ୍ଲାକ୍ ପେନ୍ ଓ ପେନ୍‌ସିଲ୍ ଜେମେଟ୍ରି ବକ୍ସ ନେଇଯିବେ। ଅନ୍ୟ ଜିନିଷ ପରୀକ୍ଷା କେନ୍ଦ୍ରକୁ ନେବାର ଅନୁମତି ନାହିଁ। ଏହା ସହ ଶିକ୍ଷକମାନେ ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ମୋବାଇଲ ସ୍ୱିଚ୍‌ ଅଫ୍‌ ମୋଡରେ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବ।



ଚଳିତ ବର୍ଷ ମାଓ ଅଧୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। କନ୍ଧମାଳରେ ୭ ଟି, କୋରାପୁଟରେ ୫ ଓ ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ତେବେ ସ୍କୁଲର ୧୦ କିମି ଭିତରେ ସବୁ ସେଣ୍ଟର କରାଯାଇଛି ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି। ସେହିଭଳି ମଧ୍ଯମା ପାଇଁ ୨୯୧୪ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି। ଓପନ ସ୍କୁଲ ପରୀକ୍ଷାରେ ୭୧୮୧ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେବେ। ସମେଟିଭ ୧ ରେ ପରୀକ୍ଷା କେନ୍ଦ୍ର ଯେଉଁଠି ଥିଲା ସମେଟିଭ ୨ ପରୀକ୍ଷା ସେହି କେନ୍ଦ୍ରରେ ହେବ।
Published by:Soumya Das
First published: