• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଦୂର ହେଲା ପରୀକ୍ଷା ଦ୍ୱନ୍ଦ୍ୱ: ଏପ୍ରିଲ ୨୯ରୁ ହେବ ମାଟ୍ରିକ ପରୀକ୍ଷା; ସମେଟିଭ ଆସେସମେଣ୍ଟ ୨ ପରୀକ୍ଷା ବାଧ୍ୟତାମୂଳକ

ଦୂର ହେଲା ପରୀକ୍ଷା ଦ୍ୱନ୍ଦ୍ୱ: ଏପ୍ରିଲ ୨୯ରୁ ହେବ ମାଟ୍ରିକ ପରୀକ୍ଷା; ସମେଟିଭ ଆସେସମେଣ୍ଟ ୨ ପରୀକ୍ଷା ବାଧ୍ୟତାମୂଳକ

ପ୍ରଥମ ବିକଳ୍ପ ବ୍ୟବସ୍ଥା ହେଉଛି ସମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ମାର୍କର ୨ ଗୁଣା। ଦ୍ବିତୀୟ ଟି ହେଉଛି ସମେଟିଭ ଆସେସମେଣ୍ଟ ୨ର ମାର୍କର ୨ ଗୁଣା। ତୃତୀୟ ପଦ୍ଧତି ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମେଟିଭ-୧ର ୩୦% ଓ ସମେଟିଭ-୨ର ୫୦%।

ଏପ୍ରିଲ ୨୯ରୁ ହେବ ମାଟ୍ରିକ ପରୀକ୍ଷା

ଏପ୍ରିଲ ୨୯ରୁ ହେବ ମାଟ୍ରିକ ପରୀକ୍ଷା

  • Share this:
News18 Odia Digital

ଭୁବନେଶ୍ବର: ଚଳିତ ବର୍ଷ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ହେବ। ଏହି ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ଏପ୍ରିଲ ୨୯ରୁ ମେ ୬ ତାରିଖ ଯାଏ ମାଟ୍ରିକ ପରୀକ୍ଷା ହେବ। ତେବେ ପିଲାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯଥା ସମ୍ଭବ ନିଜ ସ୍କୁଲରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକ-ଶିକ୍ଷୟତ୍ରୀ ଆସିବେ। ନିଜ ସ୍କୁଲରେ ପରୀକ୍ଷା ହୋଇ ନ ପାରିଲେ ନିକଟତମ ସ୍କୁଲରେ ହେବ ପରୀକ୍ଷା।

ତେବେ ପରୀକ୍ଷାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଦୀର୍ଘ ଦିନ ହେବ ରହିଥିଲା ତାକୁ ଆଜି ରାଜ୍ୟ ସରକାର ଦୂର କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭିଡିଓ ବାର୍ତ୍ତା ମାଧ୍ୟମରେ ଆଜି ସୂଚନା ଦେଇଛନ୍ତି। ସେହିଭଳି ଚଳିତ ବର୍ଷ ପିଲାଙ୍କୁ ଚାପମୁକ୍ତ କରିବା ପାଇଁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା କରାଯାଇଛି। ୩ଟି ପଦ୍ଧତିରେ ହେବ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ। ଯେଉଁ ପଦ୍ଧତିରେ ସର୍ବାଧିକ ମାର୍କ ରହିବ ତାହାକୁ ଚୂଡ଼ାନ୍ତ ମାର୍କ ଭାବେ ଧରାଯିବ।

ପ୍ରଥମ ବିକଳ୍ପ ବ୍ୟବସ୍ଥା ହେଉଛି ସମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ମାର୍କର ୨ ଗୁଣା।
ଦ୍ବିତୀୟ ଟି ହେଉଛି ସମେଟିଭ ଆସେସମେଣ୍ଟ ୨ର ମାର୍କର ୨ ଗୁଣା। ତୃତୀୟ ପଦ୍ଧତି ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମେଟିଭ-୧ର ୩୦% ଓ ସମେଟିଭ-୨ର ୫୦%। ଏହି ୩ଟି ପଦ୍ଧତିରୁ ଯେଉଥିରେ ଅଧିକ ମାର୍କ ରହିବ ସେହି ମାର୍କକୁ ଫାଇନାଲ ରେଜଲ୍ଟ ଭାବେ ଚୟନ କରାଯିବ।

ପରୀକ୍ଷା ପାଇଁ ଆମେ ପ୍ରସ୍ତୁତ ଥିଲୁ। ସମେଟିଭ ୧ ଭଳି ୨ ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ତାରିଖ ଘୋଷଣା ହେବା ପରେ ଏବେ ଅଧିକ ସିରିୟସ ହେବୁ। ପରୀକ୍ଷା ହେବା ନିହାତି ଜରୁରୀ ଥିଲା ଭଲ ହେଲା ଆମକୁ ଯଥେଷ୍ଟ ସମୟ ମିଳିବ ପଢ଼ିବାକୁ ବୋଲି ଦଶମ ଶ୍ରେଣୀ ଛାତ୍ରୀ ଅଙ୍କିତା ମହାରଣା କହିଛନ୍ତି।

"ରାଜ୍ୟ ସରକାର ବର୍ତ୍ତମାନର ସ୍ଥିତି ଦେଖି ନିଷ୍ପତ୍ତି ନେଉଛନ୍ତି ଯାହା ଉଚିତ୍ ମଧ୍ୟ। ପରୀକ୍ଷା ହେବା ନିହାତି ଆବଶ୍ୟକ। ପିଲାମାନେ ପରୀକ୍ଷା ଦେଲେ ମାର୍ଜିତ ହୋଇପାରିବେ ଓ ଉଚଶିକ୍ଷାରେ ସହାୟକ ହେବ। କିନ୍ତୁ ବିକଳ୍ପ ବ୍ୟବସ୍ଥାରେ ମେଧାବୀ ପିଲା ଏତେ ଉପକୃତ ହେବେ ନାହିଁ,’’ କହିଛନ୍ତି ଶିକ୍ଷାବିତ ଗଙ୍ଗାଧର ଷଡ଼ଙ୍ଗୀ।

ଜାନୁଆରୀ ମାସରୁ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା ଶେଷ ହୋଇଛି। ପ୍ରଥମ ଥର ପାଇଁ ବୋର୍ଡ଼ ପରୀକ୍ଷା ଢାଞ୍ଚାରେ ହୋଇଥିଲା ସମେଟିଭ ପରୀକ୍ଷା। ସମେଟିଭ ୨ ମଧ୍ୟ ସମ୍ପୂର୍ଣ୍ଣ ବୋର୍ଡ଼ ପରୀକ୍ଷା ଢ଼ାଞ୍ଚାରେ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରସ୍ତୁତ ହେଉଛି।
Published by:Lipina Das
First published: