News18 Odia Digital
Matric Exam: ଆସନ୍ତା କାଲି ଠାରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ ପରୀକ୍ଷା । ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା। ଚଳିତ ବର୍ଷ ମୋଟ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲିଫ କରିଥିବା ବେଳେ ୩୦୨୯ଟି କେନ୍ଦ୍ରରେ ହେବ ପରୀକ୍ଷା।
ଏହିପାଇଁ ୩୧୬ଟି ନୋଡାଲ ସେଣ୍ଟର ବ୍ୟବସ୍ଥା କରାଯାଇଛି। ମଧ୍ୟମା ଓ ଓପନ ସ୍କୁଲର ପରୀକ୍ଷା ମଧ୍ୟ ଏହି ସମୟ ମଧ୍ୟରେ କରାଯିବ। ମାଟ୍ରିକ ସମ୍ମେଟିଭ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।
ସକାଳ ୮ଟା ରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ଏହି ପରୀକ୍ଷା ୧୦ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।
ପଢ଼ନ୍ତୁ ଏହି ଖବର: କେନ୍ଦ୍ରୀୟ କର୍ମଚାରୀଙ୍କ ଉପରେ ଟଙ୍କା ବର୍ଷା; ମୋଦି ସରକାର ଦେଲେ ଏହି ଫାଇଦାକନ୍ଧମାଳରେ ୭ଟି କୋରାପୁଟରେ ୫ ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ସେହିଭଳି ମଧ୍ୟମା ପାଇଁ ୨୯୧୪ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି ଏବଂ ଓପନ ସ୍କୁଲ ପରୀକ୍ଷାରେ ୭୧୮୧ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେବେ। ସମ୍ମେଟିଭ ୧ ପରୀକ୍ଷା କେନ୍ଦ୍ରରେ ହିଁ ସମ୍ମେଟିଭ ୨ ପରୀକ୍ଷା ଅନୁଷ୍ଠିତ ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।