ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’; ପ୍ରଶ୍ନ ସହ ଉତ୍ତର ରହିବ ୭୦୦ ପୃଷ୍ଠାର ଟେଷ୍ଟ ପେପରରେ
ମ୍ୟାଟ୍ରିକ ପରୀକ୍ଷା ପାଇଁ ୩୦ ପ୍ରତିଶତ ସିଲାବସ କମ୍ କରିବା ଓ ଅନଲାଇନ୍, ଟିଭି ଓ ରେଡ଼ିଓ ସମେତ ଶ୍ରେଣୀଗୃହରେ ପାଠ ପଢ଼ାର ବ୍ୟବସ୍ଥା କରିବା ପରେ ବି ଅନେକ ଛାତ୍ରଛାତ୍ରୀ ଠିକ୍ ଭାବରେ ପଢ଼ି ପାରୁ ନ ଥିବା ଦେଖାଯାଉଛି ।

ରାଜ୍ୟରେ ଦଶମ ଶ୍ରେଣୀରେ ଏ ବର୍ଷ ୬,୨୦,୫୦୮ ଜଣ ଛାତ୍ରଛାତ୍ରୀ ଅଛନ୍ତି ।
- News18 Odia
- Last Updated: January 21, 2021, 8:11 PM IST
ଭୁବନେଶ୍ୱର: ରାଜ୍ୟରେ ମାଟ୍ରିକ ପରୀକ୍ଷାର୍ଥୀମାନଙ୍କୁ ଯୋଗାଇ ଦିଆଯିବ ପ୍ରଶ୍ନ ପତ୍ର ବ୍ୟାଙ୍କ । ଏହା ୭୦୦ ପୃଷ୍ଠା ସମ୍ବଳିତ ଏକ ବହି ଯେଉଁଥିରେ ସାମ୍ଭାବ୍ୟ ପ୍ରଶ୍ନ ସାଙ୍ଗକୁ ଉତ୍ତର ରହିଛି । ଏହାକୁ ‘ପରୀକ୍ଷା ଦର୍ପଣ’ ବୋଲି କୁହାଯିବ। ଏହି ବହି ଆଧାରରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ପରୀକ୍ଷାର୍ଥୀମାନେ।
ରାଜ୍ୟର ୬,୨୦,୫୦୮ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଖୁବ୍ ଶୀଘ୍ର ‘ପରୀକ୍ଷା ଦର୍ପଣ’ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହାକୁ ନେଇ ଛାତ୍ରଛାତ୍ରୀ ବେଶ ଖୁସି ଅଛନ୍ତି । ୭୦୦ ପୃଷ୍ଠାର ଏହି ଟେଷ୍ଟ ପେପରରେ ୭୦ ପ୍ରତିଶତ ସିଲାବସକୁ ଆଧାର କରି ପ୍ରଶ୍ନ ପତ୍ର ଓ ଉତ୍ତର ରହିଛି । ପରୀକ୍ଷାର୍ଥୀମାନେ ସେହି ଟେଷ୍ଟ ପେପର୍ ବା ‘ପରୀକ୍ଷା ଦର୍ପଣ’କୁ ଆଧାର କରି ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ।
ଏହା ବି ପଢ଼ନ୍ତୁ | ଆମେରିକାରେ ନୂଆ ଯୁଗର ଆରମ୍ଭ ହେଲା; ଜୋ ବାଇଡେନ୍ President ଓ କମଳା ହ୍ୟାରିସ୍ VP ରୂପେ ଶପଥ ନେଲେ

ନିକଟରେ ଏକ ବିଦ୍ୟାଳୟ ପରିଦର୍ଶନ ସମୟରେ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
‘‘ମ୍ୟାଟ୍ରିକ ପରୀକ୍ଷା ପାଇଁ ୩୦ ପ୍ରତିଶତ ସିଲାବସ କମ୍ କରାଯିବା ଓ ଅନଲାଇନରେ, ଟିଭି ଓ ରେଡ଼ିଓରେ ପାଠ ପଢ଼ାର ବ୍ୟବସ୍ଥା କରିବା ପରେ ବି ଅନେକ ଛାତ୍ରଛାତ୍ରୀ ଠିକ୍ ଭାବରେ ପଢ଼ି ପାରୁନାହାଁନ୍ତି । ତେଣୁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ‘ପରୀକ୍ଷା ଦର୍ପଣ’ ନାମକ ଏକ ଟେଷ୍ଟ ପେପର ଛାତ୍ରଛାତ୍ରୀଙ୍କୁ ଖୁବ୍ ଶୀଘ୍ର ଦିଆଯିବ,’’ କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଏହା ବି ପଢ଼ନ୍ତୁ | ମୁମ୍ବାଇରେ ନାମୀ-ଦାମୀ ଦେହ ବ୍ୟବସାୟ ଧରା ପଡ଼ିଲା; ୮ ଜଣ ମଡେଲଙ୍କୁ ଉଦ୍ଧାର କଲା ପୋଲିସ
ରାଜ୍ୟର ୩,୩୦,୩୩୯ଟି ସରକାରୀ ସ୍କୁଲ ସହ ୨୭,୦୨୬ଟି ଆବାସିକ ଓ ଆଦିବାସୀ ସ୍କୁଲ ଏବଂ ୩୬,୫୭୯ଟି ଘରୋଇ ସ୍କୁଲ ସହ ୨୪,୯୩୯ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଓ ୧,୬୨୪ ଧନ୍ଦାମୂଳକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ‘ପରୀକ୍ଷା ଦର୍ପଣ’ ଦିଆଯିବ । ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାରେ ଏହା ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।
ଦେଖନ୍ତୁ ଫଟୋ | ୫୧ ବର୍ଷ ବୟସରେ ବି ଗାୟିକା ଜେନିଫର୍ ଲୋପେଜ୍ ନିଜ ଫ୍ୟାନମାନଙ୍କ ହୃହୟରେ ଜମି ରହିଛନ୍ତି
ବୋର୍ଡ଼ ପରୀକ୍ଷାକୁ ଆଖିରେ ରଖି ଜାନୁଆରୀ ୮ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କ୍ଲାସରୁମ୍ ପାଠପଢ଼ା । ହେଲେ ଦିନକୁ ଦିନ ସ୍କୁଲରେ କମୁଛି ଉପସ୍ଥାନ । ଫର୍ମ ଫିଲ୍-ଅପକୁ ନେଇ ପ୍ରଥମେ ପିଲା ସଂଖ୍ୟା ବେଶ ଭଲ ରହୁଥିବା ବେଳେ ଏବେ ଉପସ୍ଥାନ କମୁଛି । ସମୟରେ ପିଲାଙ୍କୁ ପରୀକ୍ଷା ଦର୍ପଣ ଯୋଗାଇଦିଆଗଲେ ପରୀକ୍ଷା ପାଇଁ ପ୍ରସ୍ତୁତି ସହଜ ହେବ ବୋଲି କହିଛନ୍ତି ଶିକ୍ଷକମାନେ ।
ବହୁ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପତ୍ର ବ୍ୟାଙ୍କ ଯୋଗାଇ ଦେବା କଥା ମନ୍ତ୍ରୀ କହିଥିଲେ ବି ବିଳମ୍ବ ହେଉଛି ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି । ଆସନ୍ତା ମେ ୩ରୁ ଆରମ୍ଭ ହୋଇ ମେ ୧୫ରେ ଶେଷ ହେବ ମ୍ୟାଟ୍ରିକ ପରୀକ୍ଷା ।