ମାଟି ତଳେ ଇତିହାସ: ବାଲେଶ୍ଵରର ରେମୁଣାରେ ୪,୦୦୦ ବର୍ଷ ପୁରୁଣା ଦୁର୍ଗାଦେବୀ ସଭ୍ୟତାର ପ୍ରମାଣ ମିଳିଲା

ଏବେ ଓଡ଼ିଶା ଓ ଭାରତ ଇତିହାସରେ ବାଲେଶ୍ୱରର ପରିଚୟ ଏହି ୪,୦୦୦ ବର୍ଷ ତଳର ସଭ୍ୟତାର ଆଲୋକରେ ବର୍ଣ୍ଣିତ ହେବ । ୪,୦୦୦ ବର୍ଷ ପୂର୍ବେ ଏହି ଅଞ୍ଚଳରେ କୃଷି କାର୍ଯ୍ୟ ଚାଲିଥିଲା ଓ ୨,୪୦୦ ବର୍ଷ ପୂର୍ବେ ସହରୀକରଣ ଆରମ୍ଭ ହୋଇଥିଲା ।

ମାଟି ତଳେ ଇତିହାସ: ବାଲେଶ୍ଵରର ରେମୁଣାରେ ୪,୦୦୦ ବର୍ଷ ପୁରୁଣା ଦୁର୍ଗାଦେବୀ ସଭ୍ୟତାର ପ୍ରମାଣ ମିଳିଲା
ଦୁର୍ଗାଦେବୀରେ ମିଳିଥିବା ପୁରାତନ ସଭ୍ୟତାର ଭଗ୍ନାବଶେଷରୁ କିଛି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ଵର: ପ୍ରାୟ ୪,୦୦୦ ହଜାର ବର୍ଷ ତଳେ ଗଢ଼ିଉଠିଥିବା ମାନବ ସଭ୍ୟତାର ଚିହ୍ନ ମିଳିଛି ବାଲେଶ୍ୱର ସହରର ରେମୁଣା ନିକଟସ୍ଥ ଦୁର୍ଗାଦେବୀରେ । ସେଠାରୁ ମିଳିଥିବା ଅନେକ ପୁରାତନ ଯୁଗର ସାମଗ୍ରୀ ୪,୦୦୦ ବର୍ଷ ପୂର୍ବେ ଏହି ଅଞ୍ଚଳରେ କୃଷି କାର୍ଯ୍ୟ ଚାଲିଥିବା ଓ ୨,୪୦୦ ବର୍ଷ ପୂର୍ବେ ସହରୀକରଣ ଆରମ୍ଭ ହୋଇଥିବା ସୂଚାଉଛି ବୋଲି କହିଛନ୍ତି ପ୍ରତ୍ନତତ୍ତ୍ୱବିଦମାନେ । ଏବେ ଓଡ଼ିଶା ଓ ଭାରତ ଇତିହାସରେ ବାଲେଶ୍ୱରର ପରିଚୟ ଏହି ୪,୦୦୦ ବର୍ଷ ତଳର ସଭ୍ୟତାର ଆଲୋକରେ ବର୍ଣ୍ଣିତ ହେବ ବୋଲି ଆଶାକରାଯାଉଛି ।

ଦୁର୍ଗାଦେବୀ ପ୍ରତ୍ନତାତ୍ତିକ ଉତ୍‌ଖନନର ପ୍ରଥମ ପର୍ଯ୍ୟାୟରୁ ଏମିତି ଅନେକ ପ୍ରମାଣ ଓ ତଥ୍ୟ ସାମନାକୁ ଆସିଛି । ଏହି ଖନନରେ ଲୌହ ଯୁଗ, ତାମ୍ର ପାଷାଣ ଯୁଗ ଓ ପ୍ରାଚୀନ ଐତିହାସିକ ଯୁଗର ବସ୍ତ୍ର ଉଦ୍ଧାର ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ-ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏହି ପ୍ରାଚୀନ ସଭ୍ୟତାର ଆବିଷ୍କାର ବିଷୟରେ ସ୍ପଷ୍ଟ କରାଯାଇଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରୁ ପ୍ରାୟ ୧,୦୦୦ ବର୍ଷ ପର୍ଯ୍ୟନ୍ତ ପ୍ରାଚୀନ ଓଡ଼ିଶାରେ ବହୁ ସମୃଦ୍ଧ ନଗରୀମାନ ଗଢ଼ି ଉଠିଥିଲା, ଯାହା ଉପକୂଳ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଦ୍ୟାବଧି ହୋଇଥିବା ପ୍ରତ୍ନତାତ୍ବିକ ଉତ୍‌ଖନନ ଓ ସର୍ବେକ୍ଷଣରୁ ଜଣାପଡ଼ିଛି । କିନ୍ତୁ ଅଦ୍ୟାବଧି ଉତ୍ତର ଓଡ଼ିଶାରୁ ଏପରି କୌଣସି ସମୃଦ୍ଧ ପ୍ରତ୍ନତାତ୍ତିକ ଅବଶେଷର ସନ୍ଧାନ ମିଳି ନ ଥିଲା । ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର ପ୍ରାଗୈତିହାସିକ ସଭ୍ୟତାଠାରୁ ଆରମ୍ଭ କରି ବୌଦ୍ଧ, ଜୈନ ସଂସ୍କୃତି ଓ ନୌବାଣିଜ୍ୟର ବହୁ ପ୍ରମାଣ ଏହି ସର୍ଭେରୁ ମିଳିଛି ।

ଏହି ସ୍ଥାନରେ ଉତ୍ଖନନ ପୁଣି ଆରମ୍ଭ ହେବ ।


‘‘ଆଜିକୁ ପ୍ରାୟ ୨,୫୦୦ ବର୍ଷ ତଳର ଦୁର୍ଗାଦେବୀ ପ୍ରାଚୀନ ସହର ବୁଢ଼ାବଳଙ୍ଗ ଓ ସୋନ ନଦୀ ଅବବାହିକାର ମଧ୍ୟ ଭାଗରେ ୫ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ମାଟି ନିର୍ମିତ କାନ୍ଥ ଦ୍ୱାରା ପରିବେଷ୍ଟିତ ଥିଲା ବୋଲି ଏହି ଉତ୍ଖନନରୁ ଜଣାପଡ଼ିଥିବା କହିଛନ୍ତି ପ୍ରତ୍ନତତ୍ତ୍ୱବିଦମାନେ । ପ୍ରାଚୀନ ସହରର ଉଭୟ ପାର୍ଶ୍ଵରେ ଗଙ୍ଗାହାର ଓ ପ୍ରସନ୍ନନାଳା ଗଡ଼ଖାଲ ଭାବରେ କାର୍ଯ୍ୟ କରୁଛି, ଯାହା ବୁଢ଼ାବଳଙ୍ଗ ଓ ସୋନ ନଦୀ ସହ ରେମୁଣା ନିକଟରେ ମିଶିଛି । ଉତ୍‌ଖନନରୁ ସେହି ସମୟର ପ୍ରାଚୀନ ମାଟି ପାତ୍ର, ମାଟି ନିର୍ମିତ ଅଳଙ୍କାର, ଖେଳଣା ଓ ଲୁହା କଣ୍ଟା ଇତ୍ୟାଦି ମିଳିଛି,’’ କହିଛନ୍ତି ରେମୁଣା ଅତିରିକ୍ତ ତହସିଲଦାର ମନୋଜ ସେନାପତି ।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ଟିକିଏ କମିବା ପରେ ପୁଣି ବଢ଼ିଲା; ରୂପା ଦର ବି ବଢ଼ିଲା; ଜାଣନ୍ତୁ ନୂଆ ଦର

ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ (ଓଇମସିସ୍‌, OIMSEAS) ୨୦୧୯-୨୦ରେ ବୁଢ଼ାବଳଙ୍ଗ ଓ ସୋନ ନଦୀ ଅବବାହିକା ଅଞ୍ଚଳରେ କରିଥିବା ପ୍ରତ୍ନତାତ୍ବିକ ସର୍ବେକ୍ଷଣରେ ରେମୁଣା ବ୍ଲକ୍ ଅଞ୍ଚଳରେ ଦୁର୍ଗାଦେବୀ ଓ ବାଲେଶ୍ଵର ସହର ସନ୍ନିକଟ ରଣସାହିରେ ସହରୀ ସଭ୍ୟତାର ପ୍ରତ୍ନତାତ୍ତିକ ପ୍ରମାଣ ପାଇଥିଲା । ପରବର୍ତ୍ତୀ ସମୟରେ ଦୁର୍ଗାଦେବୀର ଭୂପୃଷ୍ଠରୁ ମିଳିଥିବା ପ୍ରତ୍ନତାତ୍ତିକ ଅବଶେଷର ପର୍ଯ୍ୟାଲୋଚନା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍‌.ଆଇ.) ଭାରତ ସରକାରଙ୍କଠାରୁ ଉତ୍ଖନନ ପାଇଁ ସ୍ଵୀକୃତି ପତ୍ର ପାଇବା ପରେ ୨୦୨୦-୨୧ ପ୍ରତ୍ନତାତ୍ତିକ ବର୍ଷରେ ଦୁର୍ଗାଦେବୀରେ ଉତ୍ଖନନ କାର୍ଯ୍ୟ ଚଳାଇଥିଲା ।

ଏହା ବି ପଢ଼ନ୍ତୁ | କରୋନାର Delta ଭ୍ୟାରିଆଣ୍ଟ୍ ଉପରେ ୮ ଗୁଣା କମ୍ ପ୍ରଭାବଶାଳୀ ବର୍ତ୍ତମାନର ସବୁ ଟିକା: ରିସର୍ଚ୍ଚ

ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅନୁମୋଦନ କ୍ରମେ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ନେତୃତ୍ବରେ ପ୍ରତ୍ନତତ୍ତ୍ୱବିତ୍ ଡଃ ସୁନୀଲ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ନତାତ୍ତ୍ୱିକ ଉତ୍ଖନନ କାର୍ଯ୍ୟ ମାର୍ଚ୍ଚ ୨୦୨୧ରେ ଆରମ୍ଭ ହୋଇ ମେ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଚାଲୁ ରହିଥିଲା ।

ଏହା ବି ପଢ଼ନ୍ତୁ | ଛାଡ଼ପତ୍ର ଦେଇଥିବା ଆମିର୍ ଖାନ କିରଣ ରାଓ ଦୁହେଁ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ

ଆଗକୁ ବର୍ଷା ଦିନ ଆସୁଥିବାରୁ ଏବେ ଖନନ କାର୍ଯ୍ୟ ବନ୍ଦ ରହିଛି ଓ ବର୍ଷା ଦିନ ପରେ ଏହା ପୁଣି ଥରେ ଚାଲୁ ହେବ ବୋଲି କହିଛନ୍ତି ରେମୁଣା ଅତିରିକ୍ତ ତହସିଲଦାର ମନୋଜ ସେନାପତି । ପୂର୍ବ ପରି ଜିଲ୍ଲା ପ୍ରଶାସନ ଖନନ ପାଇଁ ସବୁ ସହଯୋଗ ଯୋଗାଇ ଦେବ ବୋଲି ସେ କହିଛନ୍ତି ।



ଏତେ ପ୍ରାଚୀନ ସଭ୍ୟତାର ଚିହ୍ନ ମିଳିବା ପରେ ପୂର୍ବରୁ ଏହି ଅଞ୍ଚଳକୁ ପ୍ରାଗୈତିହାସିକ ସଭ୍ୟତା ସହିତ ଯୋଡୁଥିବା ସ୍ଥାନୀୟ ଗ୍ରାମବାସୀମାନେ ସ୍ୱାଗତ କରିବା ସହିତ ଆଗକୁ ଆହୁରି ଅଧିକ ତଥ୍ୟ ମିଳିବ ବୋଲି କହିଛନ୍ତି । ‘‘ଆମେ ପୂର୍ବରୁ ଶୁଣିଛୁ ଯେ ଦୁର୍ଗାଦେବୀ ସହିତ ପ୍ରାଚୀନ ଇତିହାସ ଯୋଡ଼ା ହୋଇ ରହିଛି । ଏଠାରେ ପୂର୍ବରୁ ମଧ୍ୟ ବହୁ ପୁରାତନ ସଭ୍ୟତାର ପ୍ରତୀକ ସ୍ୱରୂପ ଅନେକ ପଦାର୍ଥ ମିଳିଛି । ଆମ ଖୁସି ଯେ ଏବେ ଇତିହାସର ପୃଷ୍ଠାରେ ଆମ ଅଞ୍ଚଳ ଯୋଡ଼ିହେବ । ଆହୁରି ଖୋଳିଲେ ଆହୁରି ଅନେକ ପ୍ରାଚୀନ ସାମଗ୍ରୀ ସାମ୍ନାକୁ ଆସିବ,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ଅଦ୍ୱୈତ ଦାସ ।
Published by: Anand ST Das
First published: July 6, 2021, 12:02 AM IST