୨୦୨୪ ପାଇଁ ମାଷ୍ଟର ପ୍ଲାନ! ବିଜେଡ଼ିର ପଦ୍ମପୁର ମଡେଲ ବନାମ ବିଜେପିର ଧାମନଗର ମଡେଲ

ଉପନିର୍ବାଚନ ମଡେଲକୁ ନେଇ ୨୦୨୪ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ବିଜେଡି ଓ ବିଜେପି !

୨୦୨୪ ପାଇଁ ମାଷ୍ଟର ପ୍ଲାନ! ବିଜେଡ଼ିର ପଦ୍ମପୁର ମଡେଲ ବନାମ ବିଜେପିର ଧାମନଗର ମଡେଲ

୨୦୨୪ ପାଇଁ ମାଷ୍ଟର ପ୍ଲାନ! ବିଜେଡ଼ିର ପଦ୍ମପୁର ମଡେଲ ବନାମ ବିଜେପିର ଧାମନଗର ମଡେଲ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଉପନିର୍ବାଚନ ମଡେଲକୁ ନେଇ ୨୦୨୪ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇବେ ବିଜେଡି ଓ ବିଜେପି ।ବିଜେଡ଼ିର ପଦ୍ମପୁର ମଡେଲ ବନାମ ବିଜେପିର ଧାମନଗର ମଡେଲ। ପଦ୍ମପୁର ସଫଳତା ପରେ ବିଜେଡି ଏହି ରଣନୀତିକୁ ନେଇ ୨୦୨୪ ରେ ଲଢ଼ିବାକୁ ପ୍ରସ୍ତୁତ ହେଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି କହିଛନ୍ତି, ଆମ ପାଖରେ ଧାମନଗର ମଡେଲ ଅଛି। ପଦ୍ମପୁରରେ ବିଜେଡି ତୃଣ ମୂଳ ସ୍ତରରେ ପହଞ୍ଚିବାକୁ ସକ୍ଷମ ହୋଇଥିବା ବେଳେ ଧାମନଗରରେ ବିଜୟ ରାସ୍ତାକୁ ସୁଗମ କରିଥିଲେ ବିଜେଡି ବିଦ୍ରୋହୀ ପାର୍ଥି ରାଜେନ୍ଦ୍ର ଦାସ। ଏହି ଉପନିର୍ବାଚନୀ ମଡେଲକୁ ନେଇ ଫାଇନାଲ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ବିଜେପି ଓ ଶାସକ ବିଜେଡି।

୧୨୦ ମିଶନ ନେଇ ବିଜେପି କ୍ଷେତ୍ର ପ୍ରସ୍ତୁତ କରୁଛି। ରାଜ୍ୟ ନେତୃତ୍ଵଙ୍କୁ ଶକ୍ତି ଦେବାକୁ ତୁହାକୁ ତୁହା ଓଡ଼ିଶା ଗସ୍ତ କରୁଛନ୍ତି କେନ୍ଦ୍ର ନେତୃତ୍ବ। ବିଜେଡ଼ିର ଉପନିର୍ବାଚନ ବିଜୟ ଧାରାରେ ବ୍ରେକ ନେଇ ଧାମନଗର ବାଜିମାତ କରିଛି ବିଜେପି। ଏହି ବିଜୟ ଦଳୀୟ କର୍ମୀଙ୍କ ମନୋବଳକୁ ବଢ଼ାଇଥିବାରୁ ଏହାକୁ ଆଗାମୀ ନିର୍ବାଚନୀ ମଡେଲ କରିବାକୁ ଯାଉଛି ଦଳ। କୁହା ଯାଉଛି ଏହି ମଡେଲ ପଛରେ ରହିଛି ବୃହତ୍ ଯୋଜନା।

ତେବେ କଣ ଏହି ମଡେଲ .....।  ଧାମନଗରରେ ସମସ୍ତଙ୍କୁ ଏକଜୁଟ କରାଇବାରେ ସକ୍ଷମ ହୋଇଥିଲା ବିଜେପି। ମୋ ବୁଥ ମଜବୁତ କାର୍ଯ୍ୟକ୍ରମ ଜରିଆରେ ସଂଗଠନକୁ ଅଧିକ ଶସକ୍ତ କରିବାରେ ଦଳ ସକ୍ଷମ ହୋଇଥିଲା। ବନ୍ୟା, ମେଡିକାଲ କଲେଜ ସ୍ଥାନାନ୍ତରଣ ଭଳି ସ୍ଥାନୀୟ ସମସ୍ୟାକୁ ଆଧାର କରି ଶାସକ ଦଳ ଉପରେ ଭାରି ପଡ଼ିଥିଲା ବିଜେପି। ପ୍ରଚାରରେ ଥିବା ପଡୋଶୀ ଜିଲ୍ଲାର ନେତାଙ୍କ ବିରୋଧରେ ଏକ ବଡ ମାହୋଲ ସୃଷ୍ଟି କରିପାରିଥିଲା ପଦ୍ମ କ୍ୟାମ୍ପ।  ବିଜେପି ବିଜୟର ସବୁଠୁ ପ୍ରମୁଖ କାରଣ ସାଜିଥିଲେ ବିଜେଡ଼ିର ବିଦ୍ରୋହୀ ରାଜୁ ଦାସ। ବିଜେପି ପ୍ରାୟ ୧୦ ହଜାର ଭୋଟ ବ୍ୟବଧାନରେ ଜିତିଥିବା ବେଳେ ୮ ହଜାରରୁ ଅଧିକ ଭୋଟ ପାଇଥିଲେ ରାଜେନ୍ଦ୍ର ଦାସ। ଆଗକୁ ବି ବିଜେଡ଼ିର ବିଦ୍ରୋହୀଙ୍କୁ ନେଇ  ଧାମନଗର ମଡେଲ ପରିକଳ୍ପନା କରୁଛି ବିଜେପି।

ରାଜନୀତିକ ସମୀକ୍ଷକ ଶୀତଳ ତରଙ୍ଗ ବେଉରିଆ କହିଛନ୍ତି ୨୦୨୪ନିର୍ବାଚନରେ ଶାସକ ଦଳର ଅନେକ ନେତାଙ୍କ ଟିକେଟ କଟିବ। ଯେଉଁମାନେ ବିଦ୍ରୋହ କରିବାକୁ ଉଦ୍ୟମ କରିବେ ସେମାନଙ୍କୁ ବିଜେପି ଆପଣାଇବାକୁ ଉଦ୍ୟମ କରିବ। ବିରୋଧୀ ଦଳ ଭାବେ ବିଜେପି ବି ପ୍ରୟାସ କରିବା ଉଚିତ୍। ହୁଏତ ଏହାକୁ ଆଧାର କରି ବିଜେପି ଧାମନଗର ମଡେଲ କଥା ଇଙ୍ଗିତ କରୁଥିବ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଶୀତଳ ତରଙ୍ଗ ବେଉରିଆ। ୨୦୦୯ ପର  ଉପନିର୍ବାଚନରେ ଶାସକ ଦଳକୁ ଲାଗିଥିଲା ପ୍ରଥମ ଝଟକା। ତ୍ରୁଟି ସୁଧାରିବା ସହ ପଦ୍ମପୁରରେ ଏକତରଫା ବାଜିମାତ କରି ନିଜ ସିଟକୁ ଅକ୍ତିଆର କରିଥିଲା  ବିଜେଡି। ଅଭିଜ୍ଞ ନେତାଙ୍କୁ ଦାୟିତ୍ୱ ଦେବା ସହ ଘରେ ଘରେ ପହଞ୍ଚିବାରେ ସକ୍ଷମ ହୋଇଥିଲା ଦଳ। ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡ଼ିର ନୂଆ ରଣନୀତିନିର ଅଂଶ ବିଶେଷ ହେବେ ନୂଆ ଚେହେରା। କିଛି ପୁରୁଣାଙ୍କୁ ବାଦ ନେଇ ନୂଆଙ୍କୁ ମିଳିବ ସୁଯୋଗ। ଏହି ଗୋଳିଆ ପାଣିରୁ ଫାଇଦା ଉଠାଇବାକୁ ଲକ୍ଷ ରଖିବ ବିଜେପି। ୨୦୧୯ ନିର୍ବାଚନରେ ବି ବିଜେଡିରୁ ବାଦ ପଡିଥିବା କିଛି ବିଜେପି ନେତାଙ୍କୁ ଆପଣେଇଥିଲା ବିଜେପି । ଧାମନଗରରେ ବିଜେଡି ବିଦ୍ରୋହ ବିଜେପି ରାସ୍ତାକୁ ସହଜ କରିଥିବାରୁ ସମାନ ଆଶାରେ ରହିଛି ଦଳ। ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ବିଜେଡ଼ିର ଅନେକ ଲୋକ ଦୀର୍ଘ ଦିନ ଧରି ଦଳରେ ରହିଛନ୍ତି। ଆଗକୁ ଯଦି ସେମାନଙ୍କର ଟିକେଟ କଟେ ସେମାନେ ବିଦ୍ରୋହ କରିବାର ଆଶଙ୍କା ରହିଛି। ବିଜେପି ବି ସେମାନଙ୍କୁ ପ୍ରୋତ୍ସାହିତ କରିପାରେ। ଷଷ୍ଠ ଥର ପାଇଁ ବିଜେଡି ଶାସନ ଗାଦିରେ ବସିବାକୁ ଯୋଜନା କରିଥିବା ବେଳେ ୧୨୦ ମିଶନରେ ଆଗଉଛି ବିଜେପି। ତେବେ ନିର୍ବାଚନରେ ଉପନିର୍ବାଚନ ମଡେଲ କେତେ ସଫଳ ହେଉଛି ତାହା ଦେଖିବାର କଥା।
Published by:Soubhagya Mishra
First published: