ଶ୍ରୀମନ୍ଦିର ନିକଟ ମଲରେ ଅଗ୍ନିକାଣ୍ଡ
- News18 Odia
- Last Updated :
- Other, India
News18 Odia Digital
ପୁରୀ: ଶ୍ରୀମନ୍ଦିର ନିକଟ ମଲରେ ଅଗ୍ନିକାଣ୍ଡ। ମରିଚିକୋଟ ଛକ ଠାରେ ଥିବା ସମ୍ରାଟ ସପିଂ କମ୍ପ୍ଲେକ୍ସରେ ନିଆଁ ଲାଗିଯାଇଛି । ରାତି ପ୍ରାୟ ସାଢ଼େ ୮ଟା ବେଳେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ନିଆଁ ଲିଭାରେ ୬ ଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି ।
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଚାରିଆଡେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ମଲର ପ୍ରଥମ ମହଲାରେ ଥିବା ଅମ୍ବିକା ଡ୍ରେସ୍ ଷ୍ଟୋରରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ପରେ ଏହା ପାଖରେ ଥିବା ଲକ୍ଷ୍ମୀ ଗହଣା ଦୋକାନରେ ସମେତ ଅନେକ କପଡ଼ା ଦୋକାନ ଜଳିଥିଲା। ଆକସ୍ମିକ ଅଗ୍ନିକାଣ୍ଡରେ ଜଣେ ବୟସ୍କ ଓ ଜଣେ ଶିଶୁ ଆହତ ହୋଇଛନ୍ତି। ଏହି ମଲରେ ୭୦ରୁ ୮୦ ଦୋକାନ ରହିଛି। ଏହା ଛଡ଼ା ଦ୍ୱିତୀୟ ମହଲାରେ ହୋଟେଲ ଓ ବ୍ୟାଙ୍କ ରହିଛି। ନିଆଁ ଲିଭାଇବାକୁ ଆବଶ୍ୟକ ବ୍ୟବସ୍ଥା ନ ଥିଲାରୁ ନିଆଁ ବ୍ୟାପୀ ଯାଇଥିଲା।
ଦମକଳବାହିନୀର କର୍ମଚାରୀମାନେ ଲୋକଙ୍କୁ ଉଦ୍ଧାର ଜାରି ରଖିଛନ୍ତି । ବର୍ତ୍ତମାନ ମଧ୍ୟ ଭିତରେ ଅନେକ ଜଣ ଫସିରହିଥିବା ସୂଚନା ମିଳିଛି । ଭିତରରେ ଧୂଆଁର ପରିମାଣ ବହୁତ ରହିଛି । ସେପଟେ ୨ ଜଣ ସ୍ୱତନ୍ତ୍ର ଅଗ୍ନିଶମ କର୍ମଚାରୀ ସ୍ୱତନ୍ତ୍ର ପୋଷାକ ପିନ୍ଧି ଭିତରକୁ ଯାଇଛନ୍ତି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।