News18 Odia Digital
ପୁରୀ: ଶ୍ରୀମନ୍ଦିର ନିକଟ ମଲରେ ଅଗ୍ନିକାଣ୍ଡ। ମରିଚିକୋଟ ଛକ ଠାରେ ଥିବା ସମ୍ରାଟ ସପିଂ କମ୍ପ୍ଲେକ୍ସରେ ନିଆଁ ଲାଗିଯାଇଛି । ରାତି ପ୍ରାୟ ସାଢ଼େ ୮ଟା ବେଳେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ନିଆଁ ଲିଭାରେ ୬ ଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି । କିନ୍ତୁ କଳା ଧୂଆଁ ଓ ସଂକୀର୍ଣ୍ଣ ପ୍ରବେଶ ପଥ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛିି ।
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଚାରିଆଡେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ମଲର ପ୍ରଥମ ମହଲାରେ ଥିବା ଅମ୍ବିକା ଡ୍ରେସ୍ ଷ୍ଟୋରରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ପରେ ଏହା ପାଖରେ ଥିବା ଲକ୍ଷ୍ମୀ ଗହଣା ଦୋକାନରେ ସମେତ ଅନେକ କପଡ଼ା ଦୋକାନ ଜଳିଥିଲା। କଳା ଧୂଆଁ ଏତେ ମାତ୍ରାରେ ଥିବାରୁ ଟର୍ଚ୍ଚ ମଧ୍ଯ ଦେଖାଯାଉନି । ସଂକୀର୍ଣ୍ଣ ପ୍ରବେଶ ପଥ ଏକା ସାଙ୍ଗରେ ଭିତରକୁ ଯିବାକୁ ସୁବିଧା ହେଉନାହିଁ । ପାଖରେ ବ୍ଯାଙ୍କ ଓ ଗୋଟିଏ ସାହି ଥିବାରୁ ଏବେ ବି ଆଶାଙ୍କା ଲାଗି ରହିଛି ।
ଆକସ୍ମିକ ଅଗ୍ନିକାଣ୍ଡରେ ଜଣେ ବୟସ୍କ ଓ ଜଣେ ଶିଶୁ ଆହତ ହୋଇଛନ୍ତି। ଏହି ମଲରେ ୭୦ରୁ ୮୦ ଦୋକାନ ରହିଛି। ଏହା ଛଡ଼ା ଦ୍ୱିତୀୟ ମହଲାରେ ହୋଟେଲ ଓ ବ୍ୟାଙ୍କ ରହିଛି। ନିଆଁ ଲିଭାଇବାକୁ ଆବଶ୍ୟକ ବ୍ୟବସ୍ଥା ନ ଥିଲାରୁ ନିଆଁ ବ୍ୟାପୀ ଯାଇଥିଲା।
ହୋଲିରେ ଅଘଟଣ; ଶ୍ରୀମନ୍ଦିର ନିକଟ ସପିଂ ମଲରେ ଅଗ୍ନିକାଣ୍ଡ; ଭିତରେ ଫସିଛନ୍ତି ଲୋକଦମକଳବାହିନୀର କର୍ମଚାରୀମାନେ ଲୋକଙ୍କୁ ଉଦ୍ଧାର ଜାରି ରଖିଛନ୍ତି । ଭିତରରେ ଧୂଆଁର ପରିମାଣ ବହୁତ ରହିଛି । ମଲରେ ଅଗ୍ନି ସୁରକ୍ଷା ବ୍ଯବସ୍ଥା ନଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।