କଟକରେ ବଡ଼ ମେଡିକାଲର ନବନିର୍ମାଣ ପାଇଁ ଆଜି ଆରମ୍ଭ ହେଉଛି ବଡ଼ ଧରଣର ଉଚ୍ଛେଦ କାର୍ଯ୍ୟ

ସରକାରୀ ଜମିରେ ଥିବା ୫୪୫ଟି ଘର ସହ ୮୮ଟି ଦୋକାନ ଓ ୧୭ଟି ଧାର୍ମିକ ଅନୁଷ୍ଠାନକୁ ଉଚ୍ଛେଦ ପାଇଁ ଚିହ୍ନଟ କରାଯାଇଛି । ପ୍ରଶାସନକୁ ସହଯୋଗ କରିବା ପାଇଁ କେନ୍ଦ୍ରାଞ୍ଚଳ ଆର୍.ଡି.ସି. ଲୋକଙ୍କୁ ନିବେଦନ କରିଛନ୍ତି ।

କଟକରେ ବଡ଼ ମେଡିକାଲର ନବନିର୍ମାଣ ପାଇଁ ଆଜି ଆରମ୍ଭ ହେଉଛି ବଡ଼ ଧରଣର ଉଚ୍ଛେଦ କାର୍ଯ୍ୟ
କଟକ କଲେକ୍ଟର ଓ ଅନ୍ୟ ଅଧିକାରୀ କଟକରେ ଏକ ଦରଗାହ ଦେଖୁଛନ୍ତି ।
  • News18 Odia
  • Last Updated: February 12, 2020, 1:12 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରାଜ୍ୟର ସୁବ ଠୁ ବଡ଼ ସରକାରୀ ଡ଼ାକ୍ତରଖାନା ଏସ୍‌.ସି.ବି. ହସ୍ପିଟାଲର ନବନିର୍ମାଣ ପାଇଁ ଆଜି (ବୁଧବାର) ଠାରୁ ବଡ଼ ଧରଣର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେଉଛି । ଉଚ୍ଛେଦ ପ୍ରକ୍ରିୟା ପାଇଁ ସବୁ ପ୍ରସ୍ତୁତି ଶେଷ କରିଥିବା ଜିଲ୍ଲା ପ୍ରଶାସନ ପ୍ରାଥମିକ ପର୍ଯ୍ୟାୟରେ ସରକାରୀ ଜମିରେ ଥିବା ଧାର୍ମିକ ଅନୁଷ୍ଠାନ ଓ ଘରଗୁଡିକୁ ହଟେଇବ । ପ୍ରଶାସନକୁ ସହଯୋଗ କରିବା ପାଇଁ କେନ୍ଦ୍ରାଞ୍ଚଳ ଆର୍‌.ଡି.ସି. ଲୋକଙ୍କୁ ନିବେଦନ କରିଛନ୍ତି ।

ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରେ ଏହି ଉଚ୍ଛେଦ କାର୍ଯ୍ୟ କରାଯିବ । ସରକାରୀ ଜମିରେ ଥିବା ୫୪୫ଟି ଘର ସହ ୮୮ଟି ଦୋକାନ ଓ ୧୭ଟି ଧାର୍ମିକ ଅନୁଷ୍ଠାନକୁ ଉଚ୍ଛେଦ ପାଇଁ ଚିହ୍ନଟ କରାଯାଇଛି ବୋଲି କହିଛନ୍ତି କଟକ ମହାନଗର ନିଗମ (ସି.ଏମ୍‌.ସି.) କମିଶନର୍‌ ଅନନ୍ୟା ଦାସ ।

“ଏସ୍‌.ସି.ବି.କୁ ଏମ୍ସ ପ୍ଲସ୍ କରିବା ପାଇଁ ରାଜ୍ୟ ସରକାର ଏକ ବୃହତ ଯୋଜନା ପ୍ରସ୍ତୁତ କରିଛନ୍ତି । ବୁଧବାର ଠାରୁ ଏଥିପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେଉଛି । ଉଚ୍ଛେଦ ହେବାକୁ ଥିବା ଲୋକଙ୍କ ଥଇଥାନ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି । ତେଣୁ ଏକ ବୃହତର ସ୍ବାର୍ଥ ପାଇଁ ପ୍ରଶାସନକୁ ଲୋକଙ୍କ ସହଯୋଗର ଆବଶ୍ୟକତା ରହିଛି,’’ କେନ୍ଦ୍ରାଞ୍ଚଳ ଆର୍‌.ଡି.ସି. ଅନିଲ କୁମାର ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତାଙ୍କ ସହ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚ଼ୟନୀ ଓ ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରାଥମିକ ପର୍ଯ୍ୟାୟରେ ସରକାରୀ ଜମିରେ ଥିବା ଧର୍ମାନୁଷ୍ଠାନ ଉଚ୍ଛେଦ ହେବାକୁ ଥିବା ବେଳେ ଏହା ପରେ ପରେ ସରକାରୀ କ୍ବାଟର ଓ ପରେ ବସ୍ତି ଉଚ୍ଛେଦ ପାଇଁ ନିଷ୍ପତ୍ତି ଗ୍ରହଣ କରିଛି କଟକ ଜିଲ୍ଲା ପ୍ରଶାସନ ।

ସାମ୍ବାଦିକ ସମ୍ମିଳନୀରେ ଅନିଲ କୁମାର ସାମଲ, ଭବାନୀ ଶଙ୍କର ଚ଼ୟନୀ ଓ ଅନନ୍ୟା ଦାସ ।


ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ଜଗତପୁର ଠାରେ ପ୍ରଶାସନ ଜାଗା ଚିହ୍ନଟ କରିଛି । ସେଠାରେ ପ୍ରତି ପରିବାରକୁ ୧୫ ଫୁଟରେ ୧୫ ଫୁଟର ସ୍ଥାନ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି । ସେହିଭଳି ସରକାରୀ କର୍ମଚାରୀଙ୍କୁ କେବଳ ଘର ଭଡ଼ା ବାବଦ ଅର୍ଥ ଦେବା ପାଇଁ ବ୍ୟବସ୍ଥା ହୋଇଛି । କିନ୍ତୁ କ୍ବାଟର ବଦଳରେ କ୍ବାଟର ଦାବି କରିଛନ୍ତି ସରକାରୀ କର୍ମଚ଼ାରୀମାନେ ।

ଉଛେଦ ପାଇଁ ପାଞ୍ଚଟି ବସ୍ତି ସହ ପ୍ରାୟ ୩୫୦ଟି ସରକାରୀ କ୍ବାଟର ଚିହ୍ନିତ ହୋଇଛି । ଏହି ଉଚ୍ଛେଦ ପ୍ରକ୍ରିୟାରେ ପ୍ରାୟ ୨୫ ହଜାରରୁ ଉର୍ଦ୍ଧ ଲୋକ ବିସ୍ଥାପିତ ହେବେ ବୋଲି ଆକାଳନ କରାଯାଇଛି । ଚ଼ଳିତ ମାସ ଶେଷ ସୁଦ୍ଧା ଉଚ୍ଛେଦ କାର୍ଯ୍ୟ ଶେଷ କରି ମାର୍ଚ୍ଚ ପହିଲାରୁ ଏସ୍‌.ସି.ବି.ର ନବ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଯୋଜନା ଥିବା ଜଣାଯାଇଛି ।

ଗତ ସପ୍ତାହରେ ଯୋବ୍ରା ମାଛ ମାର୍କେଟ ଅଞ୍ଚଳରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଉଚ୍ଛେଦରେ ୩୯ଟି ଦୋକାନ ସହ ଗୋଟିଏ ଘରକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ ପରେ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ସହାୟତା ରାଶି ପ୍ରଦାନ କରାଯାଇଥିଲା ।
First published: February 12, 2020, 1:12 AM IST
corona virus btn
corona virus btn
Loading