ରାମ ମନ୍ଦିରରେ ଗଣ ବିବାହ; ଏକାଠି ହେଲେ ୨୫ ଯୋଡା ବର କନ୍ୟା

ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ଆୟୋଜିତ ହୋଇଥିବା ଗଣବିବାହ ଉତ୍ସବରେ ଏହି ୨୫ ଯୋଡ଼ା ନବ ବିବାହିତ ଦମ୍ପତ୍ତି ଅଗ୍ନିକୁ ସାକ୍ଷୀ ରଖି ପରସ୍ପରକୁ ସାଥୀ ଭାବେ ବାଛି ନେଇଛନ୍ତି । 

ରାମ ମନ୍ଦିରରେ ଗଣ ବିବାହ; ଏକାଠି ହେଲେ ୨୫ ଯୋଡା ବର କନ୍ୟା

ରାମ ମନ୍ଦିରରେ ଗଣ ବିବାହ; ଏକାଠି ହେଲେ ୨୫ ଯୋଡା ବର କନ୍ୟା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜଧାନୀର ରାମ ମନ୍ଦିରରେ (Ram Mandir) ଗଣ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୨୫ ବର ୨୫ କନ୍ୟା । ସମସ୍ତେ ଏକାଠି ବିବାହ ( Marriage ) କରିବାର ଦୃଶ୍ୟ ଥିଲା ଖୁବ ନିଆରା ।

ଦଶପଲ୍ଲାର ସ୍ନେହଲତା ନାୟକ ଗତ କିଛି ବର୍ଷ ଧରି ସେହି ଅଞ୍ଚଳରେ ଗୌରାଙ୍ଗ ନାୟକଙ୍କୁ ଭଲ ପାଉଥିଲେ । ବୃତ୍ତିରେ ଗୌରାଙ୍ଗ ଥିଲେ ଡ଼୍ରାଇଭର । ପରସ୍ପର ଭଲ ପାଉଥିଲେ ମଧ୍ୟ ବାଧକ ସାଜିଥିଲା ଅର୍ଥ ଓ ସାମାଜିକ ଚଳଣି । ଶେଷରେ ସେମାନେ ନିଷ୍ପତ୍ତି ନେଇଥିଲେ ପ୍ରୟାସ ପକ୍ଷରୁ ପ୍ରତି ବର୍ଷ ଆୟୋଜିତ ହେଉଥିବା ଗଣବିବାହରେ ସାମିଲ ହେବାକୁ । ରବିବାର ଆୟୋଜିତ ଏହି ବିବାହ ଉତ୍ସବରେ ଉଭୟ ପରସ୍ପରକୁ ସାତ ଜୀବନର ସାଥୀ ଭାବେ ବାଛି ନେଇଛନ୍ତି । ଦୁହେଁ ଏବେ ଖୁବ୍ ଖୁସି । ଆଗକୁ ସେମାନଙ୍କ ବୈବାହିକ ଜୀବନ ଖୁସିରେ କଟିବ ବୋଲି ଆଶା ରଖନ୍ତି ଉଭୟ ସ୍ନେହଲତା ଓ ଗୌରାଙ୍ଗ ।

କେବଳ ଏହି ଯୋଡ଼ି ନୁହଁନ୍ତି । ଜାତି, ଧର୍ମ, ବର୍ଣ୍ଣ , ଜାନି ଯୌତୁକର ଉର୍ଦ୍ଧ୍ୱକୁ ଯାଇ ୨୫ ଯୋଡ଼ା ଦମ୍ପତ୍ତି ଏହି ବିବାହରେ ସାମିଲ ହୋଇଥିଲେ । ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ଆୟୋଜିତ ହୋଇଥିବା ଗଣବିବାହ ଉତ୍ସବରେ ଏହି ୨୫ ଯୋଡ଼ା ନବ ବିବାହିତ ଦମ୍ପତ୍ତି ଅଗ୍ନିକୁ ସାକ୍ଷୀ ରଖି ପରସ୍ପରକୁ ସାଥୀ ଭାବେ ବାଛି ନେଇଛନ୍ତି ।

ପ୍ରୟାସର କର୍ମକର୍ତ୍ତା ବନ ମହାନ୍ତିଙ୍କ ସୂଚନା ଅନୁସାରେ, ୯ ବର୍ଷ ହେଲା ସେମାନେ ଏଭଳି ଗଣ ବିବାହ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛନ୍ତି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା  ଜାତି, ଧର୍ମ, ତଥା ଜାନି ଯୌତୁକକୁ ପଛରେ ପକାଇ ଏକ ବୃହତ୍ତର ଲକ୍ଷ୍ୟ ନେଇ ଗଣ ବିବାହ କରାଇବା । ଗତ ୮ ବର୍ଷ ଧରି ପ୍ରୟାସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇ ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ୨୨୭ ଯୋଡ଼ି ପୁଅ, ଝିଅ ଏଥିରେ ସାମିଲ ହୋଇଛନ୍ତି ।

ସାମାଜିକ କର୍ମୀ ସନ୍ଧ୍ୟା ପାଣିଗ୍ରାହୀ କହିଛନ୍ତି, ସମାଜରେ ଏଭଳି ସ୍ଥିତିରେ ଲୋକମାନେ ଅଛନ୍ତି ଯେଉଁଠି ସେମାନଙ୍କ ପାଇଁ ଆଗକୁ ଯିବାରେ ମୁଖ୍ୟ ପ୍ରତିବନ୍ଧକ ସାଜୁଛି ଅର୍ଥ । ଅନ୍ୟକ୍ଷେତ୍ରରେ ସାମାଜିକ ଚଳଣି ମଧ୍ୟ ଭଲ ପାଉଥିବା ଦୁଇଟି ଆତ୍ମାକୁ ମିଶାଇବା ପାଇଁ ପ୍ରତିବନ୍ଧକ ସାଜୁଛି । ପ୍ରୟାସର ଏହି ପ୍ରୟାସ ପ୍ରଶଂସନୀୟ । ପ୍ରୟାସ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ମନମୋହନ ପଟ୍ଟନାୟକ କହିଛନ୍ତି, ଗୋଟିଏ ଛୋଟ ଉଦ୍ୟମରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଏକ ବଡ଼ ଅନୁଷ୍ଠାନରେ ପରିଣତ ହୋଇଛି । ଓଡ଼ିଶା ନୁହେଁ, ଓଡ଼ିଶା ବାହାରୁ ମଧ୍ୟ ଅନେକ ଯୋଡ଼ି ଓ ସେମାନଙ୍କ ପରିବାର ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ତେଣୁ ଆମକୁ ବହୁତ ଖୁସି ଲାଗୁଛି ।

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସୁଜାତା ଚୌଧୁରୀ କୁହନ୍ତି, ଆମ ଦେଖିବାରେ ସମାଜରେ ଏମିତି ଲୋକ ଅଛନ୍ତି ଯେଉଁମାନେ ବିବାହ ପାଇଁ ଅର୍ଥ ଖର୍ଚ୍ଚ କରିବା ସ୍ଥିତିରେ ନାହାନ୍ତି । ତେଣୁ ସେମାନଙ୍କୁ ଏଥିରେ ସାମିଲ କରିବା ଏକ ମହତ୍ୱ ଉଦ୍ୟମ ।

ଏହି ଖବର ପଢ଼ନ୍ତୁ - http://ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କର ଦେହାନ୍ତ; ମୁଖ୍ୟମନ୍ତ୍ରୀଙ୍କ ଶୋକବାର୍ତ୍ତା
Published by:Soubhagya Mishra
First published: