ବ୍ରହ୍ମପୁର ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ; BMCର ନିର୍ଦ୍ଦେଶ

ବ୍ରହ୍ମପୁର ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ। ମାସ୍କ ପରିଧାନ ନ କଲେ ଗଣିବାକୁ ପଡ଼ିବ ଜୋରିମନା।

ବ୍ରହ୍ମପୁର ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ

ବ୍ରହ୍ମପୁର ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ

  • Share this:
News18 Odia Digital

ବ୍ରହ୍ମପୁର: ଦିନକୁ ଦିନ କେରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ବଜାର, ସପିଂ ମଲ, ପାର୍କ ଆଦି ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କର ସହରବାସୀ ମାସ୍କ ପରିଧାନ କରିବେ।

ସେହିପରି ପେଟ୍ରୋଲ ପମ୍ପରେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ ସେମାନଙ୍କୁ ପେଟ୍ରୋଲ ଓ ଡ଼ିଜେଲ ନ ଦେବା ନିମନ୍ତେ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହା ବ୍ୟତୀତ ସହରର ସମସ୍ତ ଦୋକାନୀମାନେ ନିଜର ଦୋକାନ ସମ୍ମୁଖରେ ନୋ ମାସ୍କ ନୋ ଏଣ୍ଟ୍ରି ଓ ନୋ ମାସ୍କ ନୋ ଗୁଡ଼ସ୍‌ର ଫଳକ ଲଗାଇବେ। ଯେଉଁମାନେ ଏହି ନୂଆ କରୋନା କଟକଣାକୁ ପାଳନ କରିବେ ନାହିଁ ସେମାନଙ୍କ ଠାରୁ ଜୋରିମନା ଆଦାୟ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ସେପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ନେଇଥିବା ଏଭଳି ପଦକ୍ଷେପକଙ୍କୁ ବ୍ୟବସାୟୀ ଓ ସହରବାସୀ ସ୍ବାଗତ କରିଛନ୍ତି।

ଏହି ମାମଲାରେ ବିଏମସି କମିଶନର ଜେ. ସୋନାଲ କହିଛନ୍ତି, ‘‘ସହରର ସମସ୍ତ ସପିଂ ମଲ, ଦୋକାନୀମାନେ ନିଜେ ମାସ୍କ ପିନ୍ଧିବା ସହିତ ସେମାନଙ୍କ କର୍ମଚାରୀମାନେ ମଧ୍ୟ ମାସ୍କ ପିନ୍ଧିବେ। ଏହାଛଡ଼ା ଦୋକାନ ସମ୍ମୁଖରେ ନୋ ମାସ୍କ ନୋ ଏଣ୍ଟ୍ରି ଓ ନୋ ମାସ୍କ ନୋ ଗୁଡ଼ସ ଫଳକକୁ ଲଗାଇବେ। ଏହାସହିତ ସହରର ସମସ୍ତ ପେଟ୍ରୋଲ ପମ୍ପ ଗୁଡ଼ିକରେ ପେଟ୍ରୋଲ ପମ୍ପ କର୍ମଚାରୀ ସହିତ ଗ୍ରାହକମାନେ ମଧ୍ୟ ମାସ୍କ ପରିଧାନ କରିବେ। ଯେଉଁମାନେ ବିନା ମାସ୍କରେ ଆସିବେ ସେମାନଙ୍କୁ ପେଟ୍ରୋଲ ଓ ଡ଼ିଜେଲ ନ ଦେବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛି ବିଏମସି। ସେହିପରି ସହରର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଗୁଡ଼ିକରେ ମଧ୍ୟ ସମସ୍ତ କର୍ମଚାରୀମାନେ ମାସ୍କ ପିନ୍ଧିବେ। କେବଳ ମାସ୍କ ପିନ୍ଧିବେ ତାହା ନୁହେଁ ବରଂ ସାମାଜିକ ଦୂରତା ରକ୍ଷା କରିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହାସହିତ ସର୍ବସାଧାରଣ ସ୍ଥାନରେ କୌଣସି ବ୍ୟକ୍ତି ଛେପ ପକାଇବେ ନାହିଁ। ଯେଉଁମାନେ ଏହି ସମସ୍ତ ନିୟମକୁ ଅବମାନନା କରିବେ ସେମାନଙ୍କ ଠାରୁ ଜୋରିମନା ଆଦାୟ କରାଯିବ।’’

ବର୍ତ୍ତମାନ ସମୟରେ କରାନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଏମସି ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ବାଗତଯୋଗ୍ୟ। ଗତ ଦୁଇ ବର୍ଷ ହେଲା କରୋନା ଯୋଗୁଁ ସହରର ସମସ୍ତ ଦୋକାନୀମାନେ ଜିଲ୍ଲା ପ୍ରଶାସନ ଓ ବିଏମସି ଯେଉଁସବୁ ନିର୍ଦ୍ଦେଶ ଦେଉଥିଲେ ତାହାକୁ ପାଳନ କରି ଆସୁଥିଲେ। ତେଣୁ ବର୍ତ୍ତମାନ ଯଦି ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଟକଣା ଜାରି କରାଯାଇଛି ତାହା ମଧ୍ୟ ପାଳନ କରିବୁ ବୋଲି କହିଛନ୍ତି ବ୍ୟବସାୟୀମାନେ।

ବ୍ୟବସାୟୀମାନେ ନିଜେ ମାସ୍କ ପିନ୍ଧିବା ସହିତ ଦୋକାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ମଧ୍ୟ ମାସ୍କ ପିନ୍ଧିବା ନିମନ୍ତେ କହୁଥିବା ବେଳେ ଯେଉଁ ଗ୍ରାହକମାନେ ବିନା ମାସ୍କରେ ଦୋକାନକୁ ଆସୁଛନ୍ତି ସେମାନଙ୍କୁ ମାସ୍କ ପିନ୍ଧିବା ନିମନ୍ତେ କୁହାଯାଉଛି। ଆବଶ୍ୟକ ସ୍ଥଳେ କିଛି ଦୋକାନୀମାନେ ମଧ୍ୟ ଗ୍ରାହକଙ୍କୁ ମାସ୍କ ମାଗଣାରେ ପ୍ରଦାନ କରୁଛନ୍ତି।

‘‘ଦୋକାନୀଙ୍କ ଏଭଳି ସଚେତନତା ମୂଳକ କାର୍ଯ୍ୟକୁ ଦେଖି ଲୋକେ ମଧ୍ୟ ଧିରେ ଧିରେ ସଚେତନ ହେଉଛନ୍ତି। ଯେହେତୁ ଗତ ଦୁଇ ବର୍ଷ ଧରି ମାସ୍କ ପିନ୍ଧିବାର ଅଭ୍ୟାସ ରହିଥିବା ବେଳେ କଟକଣା କୋହଳ ହେବା ପରେ ସହରବାସୀ ମାସ୍କ ପିନ୍ଧିବା ଛାଡ଼ିଦେଇଥିଲେ। ବର୍ତ୍ତମାନ ପୁଣି ସଂକ୍ରମଣ ବୃଦ୍ଧି ଯୋଗୁଁ ବିଏମସି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି। ତେଣୁ ପୁଣିଥରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା ଓ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରକାରର ନିୟମକୁ ପାଳନ କରିବାର ଆବଶ୍ୟକତା ରହିଛି। ନଚେତ ଗତ ଦୁଇ ବର୍ଷ ଧରି କରୋନା ଯୋଗୁଁ ଯେଉଁଭଳି ଭାବେ ଅସୁବିଧାର ସମ୍ମଖୀନ ହେଲେ ପୁଣି ଥରେ ସେଭଳି ପରିସ୍ଥିତି ଉପୁଜିପାରେ,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ବିଜୟ ମହାନ୍ତି।
Published by:Lipina Das
First published: