ଭୁବନେଶ୍ବର ମାର୍କେଟ ବିଲଡିଂରେ ମାତିଲେ ମୁଖାପିନ୍ଧା ଦୁର୍ବୃତ୍ତ, ଉଠାଦୋକାନୀଙ୍କୁ ପିଟିଲେ, ଜିନିଷପତ୍ର ନଷ୍ଟ କଲେ

ରାଜଧାନୀ ଭୁବେନଶ୍ବରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ମାର୍କେଟ ବିଲଡିଂରେ ମାତିଲେ ଦୁର୍ବୃତ୍ତ । ଉଠାଦେକାନୀଙ୍କ ଉପରେ ଆକ୍ରମଣ କରି ୨୦ ଦୋକାନ ଭାଙ୍ଗିଲେ ।

ଭୁବନେଶ୍ବର ମାର୍କେଟ ବିଲଡିଂରେ ମାତିଲେ ମୁଖାପିନ୍ଧା ଦୁର୍ବୃତ୍ତ, ଉଠାଦୋକାନୀଙ୍କୁ ପିଟିଲେ, ଜିନିଷପତ୍ର ନଷ୍ଟ କଲେ
ମାର୍କେଟ ବିଲଡିଂରେ ଭଙ୍ଗାରୁଜା ପରର ଦୃଶ୍ୟ
  • News18 Odia
  • Last Updated: January 10, 2020, 9:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜେଏନୟୁ ଷ୍ଟାଇଲରେ ଆକ୍ରମଣ କଲେ ଦୁର୍ବୃତ୍ତ । କେହି କିଛି ଜାଣିବା ପୂର୍ବରୁ ହଠାତ ସଂଘବଦ୍ଧ ଭାବେ ଦୁର୍ବୃତ୍ତମାନେ ରାଜଧାନୀର ପ୍ରମୁଖ ବ୍ୟବସାୟିକ ସ୍ଥାନ ମାର୍କେଟ ବିଲଡିଂରେ ପହଞ୍ଚି ୨୦ରୁ ଊର୍ଦ୍ଧ୍ବ ଉଠାଦୋକାନକୁ ଭାଙ୍ଗି ପକାଇଥିଲେ । ୨୫ରୁ ୩୦ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଗୋଡ଼ାଇବା ସହ ସାମ୍ନାରୁ ଉଠିଯିବାକୁ ଧମକ ଦେଇଥିଲେ । ଆକ୍ରମଣ ପରେ ଘଟଣାସ୍ଥଳକୁ ଭୁବନେଶ୍ବର ଡିସିପି ଅନୁପ ସାହୁ ତୁରନ୍ତ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଗତ ୫ତାରିଖରେ ଦିଲ୍ଲୀର  ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଯେପରି ମୁଖାପିନ୍ଧା ଆକ୍ରମଣକାରୀମାନେ ହଠାତ ଆକ୍ରମଣ କରିଥିଲେ ୧୦ତାରିଖ ସନ୍ଧ୍ୟାରେ ଠିକ୍ ସେହିପରି ରାଜଧାନୀର ମାର୍କେଟ ବିଲଡିଂ ଉପରେ ଆକ୍ରମଣ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ୯ତାରିଖରେ ଜଣେ ଉଠାଦୋକନୀଙ୍କଠାରୁ ଘଣ୍ଟା କିଣିବାକୁ ନେଇ କେତେଜଣଙ୍କର ବଚସା ହୋଇଥିଲା ପରେ ସେମାନେ ଏହି ଆକ୍ରମଣ କରିଥାଇ ପାରନ୍ତି ବୋଲି ସେଠାକାର ଦୋକାନୀମାନେ ଗଣମାଧ୍ୟମକୁ କହିଛନ୍ତି । ପାଖରେ ବିଧାନସଭା ବିଲଡିଂ, କ୍ୟାପିଟାଲ ଥାନା, କମିଶନରେଟ ପୋଲିସ ମୁଖ୍ୟାଳୟ ଥିବାରୁ ଏବଂ ଏହା ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଏଠାରେ ପୋଲିସର ପାଟ୍ରୋଲିଂ ହୋଥାଏ । ତେବେ ଏଭଳି ହାଇପ୍ରୋଫାଇଲ ସ୍ଥାନରେ କିପିର ଏତେ ସହଜରେ ଆକ୍ରମଣ ହେଲା ସେନେଇ ଅନେକେ ବିଶ୍ବାସ କରିପାରୁନାହାନ୍ତି ।

ଆକ୍ରମଣକାରୀମାନେ ଉଠାଦୋକାନୀମାନଙ୍କୁ ଆକ୍ରମଣ କରିବା ସହ ଦୋକାନର ଜିନିଷପତ୍ର ଭଙ୍ଗାରୁଜା କରିଥିଲେ । ଆକ୍ରମଣରେ ଚାଟ୍ ଦୋକାନ, ଘଣ୍ଟା ଦୋକାନ, ଗୁପଚୁପ୍ ଦୋକାନ, ଡ୍ରେସ ଦୋକାନ ପ୍ରଭୃତି ଭାଙ୍ଗିବା ଆରମ୍ଭ କରିଥିଲେ । ପାଖା ପାଖି ୩୦ ମିନିଟ୍ କାଳ ଆତଙ୍କରାଜ ଚଳାଇବା ପରେ ସେମାନେ ଘଟଣାସ୍ଥଳରୁ ପଳାଇଥିଲେ ।

ଏନେଇ ଡିସିପି ଅନୁପ ସାହୁଙ୍କୁ ପଚାରିବାରେ ‘‘ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ଜଣଙ୍କୁ ଗିରଫ କରାଯାଇଛି । ୨ଜଣ ଆହତଙ୍କୁ ହସ୍ପିଟାଲ ପଠାଯାଇଛି’’ ।
First published: January 10, 2020, 9:25 PM IST