ନାବାଳିକାକୁ ବାହାହେବା ପଡ଼ିଲା ମହଙ୍ଗା; ଚତୁର୍ଥୀ ଦିନ ପହଞ୍ଚିଗଲା ଚାଇଲ୍ଡଲାଇନ, ଆଉ ତା'ପରେ..

ଖୁବ ସୁନ୍ଦର ଭାବରେ ବାହାଘର ସରିଥିଲା । ଚତୁର୍ଥୀ ପାଇଁ ସଜବାଜ ମଧ୍ୟ ହେଉଥିଲା । କିନ୍ତୁ ଚାଇଲ୍ଡଲାଇନ୍ ବିଭାଗ ସବୁ ବିଗାଡିଦେଲା ।

ନାବାଳିକାକୁ ବାହାହେବା ପଡ଼ିଲା ମହଙ୍ଗା; ଚତୁର୍ଥୀ ଦିନ ପହଞ୍ଚିଗଲା ଚାଇଲ୍ଡଲାଇନ..

ନାବାଳିକାକୁ ବାହାହେବା ପଡ଼ିଲା ମହଙ୍ଗା; ଚତୁର୍ଥୀ ଦିନ ପହଞ୍ଚିଗଲା ଚାଇଲ୍ଡଲାଇନ..

  • News18 Odia
  • Last Updated :
  • Baleshwar, India
  • Share this:
News 18 Odia Digital

ବାଲେଶ୍ୱର; ୧୮ ବୟସରୁ କମ ଝିଅ ସହ ବିବାହ କରିପାରିବେ ନାହିଁ ବୋଲି ଆଇନ ରହିଛି । ଏଥିପାଇଁ ଦଣ୍ଡ ମଧ୍ୟ ରହିଛି, କିନ୍ତୁ ବାରମ୍ବାର ଏଭଳି ଘଟଣା ସମାଜରେ ଘଟୁଛି । ପୁଣି ଏହି ଭଳି ଏକ ବାହାଘରରେ ପୂର୍ଣ୍ଣଚ୍ଛେଦ ପକେଇଛି ।

ସୂଚନା ଅନୁସାରେ କମାଣପୁର ଗାଁର ଅମରଜିତ କରଣଙ୍କ ସହିତ ସୋର ବ୍ଲକର ଜଣେ ୧୬ ବର୍ଷିୟ ନାବାଳିକାଙ୍କର କୁଶଳେଶ୍ୱର ମନ୍ଦିରରେ ବାହାଘର ହୋଇଥିଲା । ଏନେଇ ଟେଲ ଫ୍ରି ନମ୍ବର ୧୦୯୮କୁ ଅଭିଯୋଗ ହୋଇଥିଲା । ଆଉ ଖବର ପାଇବା ପରେ ଚଉଠି ଦିନ ପହଞ୍ଚିଗଲା ଚାଇଲ୍ଡ ଲାଇନ । ନାବାଳିକାଙ୍କର ବାହାଘର ହୋଇଥିବା ନେଇ ଖବର ପାଇବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ଚଢାଉ କରାଯାଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଖଇରା ଚାଇଲ୍ଡ ଲାଇନ ଓ ସୋର ପୋଲିସ ସହାୟତାରେ ଅମରଜିତଙ୍କ ଘରେ ଚଢଉ କରି ନାବାଳିକାଙ୍କୁ ଉଦ୍ଧାର କରି ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି ।

ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାପଡ଼ିଛି । ସୂଚନା ମୁତାବକ ପୂର୍ବରୁ ଅମରଜିତ୍ ନାବାଳିକା ଜଣଙ୍କୁ ଅପହରଣ କରିନେଇଥିଲେ । ଏନେଇ ସୋର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ନାବାଳିକା ସହ ଅମରଜିତଙ୍କୁ ଥାନାକୁ ଆଣିଥିଲା । ବୟସ ହେଲେ ଉଭୟ ବିବାହ କରାଯିବ ବୋଲି ସ୍ଥିର କରଯାଇଥିଲା । କିନ୍ତୁ ପରେ ସଂପୃକ୍ତ ଯୁବକ ନାବାଳିକା ସେଠାରୁ ବିବାହ କରିଥିଲେ । ଏନେଇ ଖବର ପାଇବା ପରେ ପୋଲିସ ଓ ଚାଇଲ୍ଡ ଲାଇନ ପକ୍ଷରୁ ଚଢଉ କରି ନାବାଳିକଙ୍କୁ ଉଦ୍ଧାର କରାଯାଇଛି । ତେବେ ପ୍ରଶ୍ନ ଉଠୁଛି ପୋଲିସ ହେପାଜତରୁ ନାବାଳିକା ଜଣକ ଖସିଲେ କେମିତି। ପୋଲିସ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ।
Published by:Soubhagya Mishra
First published: