ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ବେଶ୍ କିଛି ବର୍ଷ ଧରି ବିବାହିତ ହୋଇ ରହିଥିବା ଏହି ଦମ୍ପତି ଭାବିଥିଲେ ଯେ ବିବାହରୁ ପିଲାମାନେ ମିଳନ୍ତି ଓ କେବଳ ବିବାହ କଲେ ହିଁ ପିଲାମାନେ ଆପେ ଆପେ ଜନ୍ମ ହୁଅନ୍ତି । ଜଣେ ନର୍ସ ସେମାନଙ୍କ ସହ କଥାବାର୍ତ୍ତା କରିବାରୁ ଅସଲ କାରଣ ଜଣାପଡି଼ଥିଲା ।

ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲଣ୍ଡନ: ଏହି ସ୍ୱାମୀ ସ୍ତ୍ରୀ ବିବାହର ବେଶ୍‌ କିଛି ବର୍ଷ ପରେ ପିଲାଟିଏ ଜନ୍ମ ହେଉ ନ ଥିବାରୁ ଦୁଃଖୀ ହେବା ଆରମ୍ଭ କରିଥିଲେ । ସେମାନେ ବୁଝିପାରୁ ନ ଥିଲେ କାହିଁକି ସେମାନଙ୍କୁ ଭଗବାନ ପିଲାଟିଏ ଦେଉନାହାନ୍ତି । ହେଲେ ଏହି ସଙ୍କଟର ଅସଲ କାରଣ ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ବାସ୍ତବରେ ଏହି ଦମ୍ପତି ଜାଣି ନ ଥିଲେ ଯେ ପିଲାଟିଏ ପାଇବାକୁ ହେଲେ ସେମାନେ ସେକ୍ସ କରିବା ଆବଶ୍ୟକ ।

ଇଂଲଣ୍ଡରେ ଏହି ଘଟଣା ଏକ ପ୍ରକାର ଚହଳ ପକାଇ ଦେଇଛି । ସେଠାକାର ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ସହିତ ଚାଳିଶ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିବା ଜଣେ ନର୍ସ ଏହି ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ କରିଛନ୍ତି । ସେ ଥରେ ଏପରି ଏକ ଦମ୍ପତିଙ୍କୁ ଭେଟିଥିବା କଥା କହିଛନ୍ତି ଯେଉଁମାନେ ଜାଣି ନ ଥିଲେ ଯେ ପିଲା ପ୍ରସବ ପାଇଁ ପ୍ରଥମେ ଯୌନ ସମ୍ପର୍କ ରଖିବାକୁ ପଡ଼ିବ ।

ନର୍ସ ଓ ଧାତ୍ରୀ ଭାବରେ କାର୍ଯ୍ୟ କରିଥିବା ରାଚେଲ୍ ହର୍ସନ୍ ନିକଟରେ ତାଙ୍କ ଆତ୍ମଜୀବନୀ ‘ହ୍ୟାଣ୍ଡଲ୍ ୱିଥ୍‌ କେୟାର: ଜଣେ NHS ପରିଦର୍ଶକଙ୍କ ସ୍ୱୀକାରୋକ୍ତି’ (Handle With Care: Confessions of an NHS Health Visitor) ବହି ପ୍ରକାଶିତ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଏକ ସାକ୍ଷାତକାର ପାଇଁ ‘ଦ ମିରର୍‌’ ଖବରକାଗଜ ଦ୍ୱାରା ଯୋଗାଯୋଗ କରାଯାଇଥିଲା, ଯେଉଁଠାରେ ସେ ଏହି ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ କରିଥିଲେ ।

ରାଚେଲ୍ ହର୍ସନଙ୍କ ନିକଟରେ ପ୍ରକାଶିତ ଆତ୍ମଜୀବନୀ


ସେ ପ୍ରକାଶ କରିଛନ୍ତି ଯେ ସେ ଥରେ ଏମିତି ଏକ ଦମ୍ପତିଙ୍କୁ ଭେଟିଥିଲେ ଯେଉଁମାନେ ବର୍ଷ ବର୍ଷ ଧରି ବିବାହ କରିଥିଲେ କିନ୍ତୁ ସେମାନଙ୍କର କୌଣସି ସନ୍ତାନ ହୋଇ ନ ଥିଲେ । ବାସ୍ତବରେ ଏହି ଦମ୍ପତି ଜାଣି ନ ଥିଲେ ଯେ ସେମାନଙ୍କୁ ସନ୍ତାନସନ୍ତତି ପାଇବା ପାଇଁ ପ୍ରଥମେ ପରସ୍ପର ସହ ଯୌନ ସମ୍ପର୍କ ରଖିବାକୁ ପଡ଼ିବ ।

ଯେତେବେଳେ ହର୍ସନ୍ ଏହି ଦମ୍ପତିଙ୍କ ଡାକ୍ତରଙ୍କ ଠାରୁ ସେମାନଙ୍କର ପିଲା ହେଉ ନ ଥିବା କଥା ଜାଣିଲେ, ସେ ସେମାନଙ୍କ ବିବାହ ଓ ପାରସ୍ପରିକ ସମ୍ପର୍କ ସମ୍ବନ୍ଧରେ କଥାବାର୍ତ୍ତା କରିଥିଲେ । ସେମାନଙ୍କୁ ସେ ପିଲାମାନେ କିପରି ତିଆରି ହୁଅନ୍ତି ଓ ଜନ୍ମ ହୁଅନ୍ତି ତାହା ବୁଝାଇଥିଲେ ।

ସେହି ଦମ୍ପତିଙ୍କ ଡାକ୍ତର ଜାଣିପାରିଥିଲେ ଯେ ଦମ୍ପତିଙ୍କୁ ପିଲା ଜନ୍ମ କରିବା ପାଇଁ ଆବଶ୍ୟକ ହେଉଥିବା ସର୍ବ ପ୍ରଥମ କର୍ତ୍ତବ୍ୟ ବିଷୟରେ ଜଣା ନାହିଁ । ତେଣୁ ସେ ହର୍ସନଙ୍କୁ ଏହା ନିଶ୍ଚିତ କରିବା ଦାୟିତ୍ୱ ଦେଇଥିଲେ ବୋଲି ସେ ଏହି ସାକ୍ଷାତକାରରେ କହିଛନ୍ତି । ହର୍ସନ କହିଛନ୍ତି ଯେ ସେହି ଦମ୍ପତି ଭାବିଥିଲେ ଯେ ବିବାହରୁ ପିଲାମାନେ ଆସନ୍ତି ଓ କେବଳ ବିବାହ କଲେ ହିଁ ପିଲାମାନେ ଜନ୍ମ ହୁଅନ୍ତି ।

ଚାଳିଶ ବର୍ଷରୁ ଅଧିକ ସମୟ ଧରି ନର୍ସ ଓ ଧାତ୍ରୀ ଭାବରେ କାର୍ଯ୍ୟ କରିଥିବା ରାଚେଲ୍ ହର୍ସନ୍


ହର୍ସନ ତାଙ୍କ ପୁସ୍ତକରେ ବର୍ଣ୍ଣନା କରିଥିବା ଅନେକ ହାସ୍ୟାସ୍ପଦ ଘଟଣା ମଧ୍ୟରୁ ଏହା କେବଳ ଗୋଟିଏ । ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ କରିବାରେ ସେ ତାଙ୍କର ଭୂମିକା ବିଷୟରେ ଏହି ବହିରେ ବର୍ଣ୍ଣନା କରିଛନ୍ତି । ଏପରିକି ଲୋକେ ଯେଉଁ ସବୁ ଘଟଣା ବିଷୟରେ କଥା ହେବାକୁ ଚାହୁଁନାହାନ୍ତି ସେ ବିଷୟରେ ବି ଏହି ବହିରେ ଅନେକ ତଥ୍ଯ ଓ ସମ ପରିମାଣର ସହାୟତା ଜ୍ଞାନ ଅଛି ।

ଏହା ବି ପଢ଼ନ୍ତୁ: 

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
First published: June 24, 2020, 9:02 PM IST
corona virus btn
corona virus btn
Loading