ଭୁବନେଶ୍ୱରରେ ପତି-ପତ୍ନୀ କଳହରୁ ହତ୍ୟା: ସ୍ତ୍ରୀକୁ ହାଣି ହତ୍ୟା କରିଥିବା ସ୍ୱାମୀ ଗିରଫ ହେଲା

ପଡ଼ୋଶୀମାନଙ୍କ କହିବା ମୁତାବକ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଗତ କିଛି ଦିନ ପାଟିତୁଣ୍ଡ ହେଉଥିଲା l ସେଥିପାଇଁ ଶକୁନ୍ତଳା ନିଜ ବାପଘର ପଞ୍ଚଗାଁକୁ ଚାଲିଯାଇଥିଲେ l ଆଜି ଶକୁନ୍ତଳା ଓ ତାଙ୍କ ମାଆ ସକାଳେ ଫେରିଥିଲେ l

ଭୁବନେଶ୍ୱରରେ ପତି-ପତ୍ନୀ କଳହରୁ ହତ୍ୟା: ସ୍ତ୍ରୀକୁ ହାଣି ହତ୍ୟା କରିଥିବା ସ୍ୱାମୀ ଗିରଫ ହେଲା
ମୁରଲୀର ଘର ଭିତରେ ତା’ ସ୍ତ୍ରୀ ଶକୁନ୍ତଳାର ଶବ ରକ୍ତାକ୍ତ ହୋଇ ପଡ଼ିଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିଛନ୍ତି l ଏକ ଧାରୁଆ ଅସ୍ତ୍ରରେ ନିଜ ପତ୍ନୀ ଶକୁନ୍ତଳାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୁକ୍ତ ମୁରଲିଧର ବେହେରା (୩୫)କୁ ଏୟାର ପୋର୍ଟ ଥାନା ପୋଲିସ ଗିରଫ କରିଛି l ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର ସହାୟତା ନେଇଛି କମିଶନରେଟ ପୋଲିସ l

ଏହି ବିଭତ୍ସ ହତ୍ୟା କାଣ୍ଡ ଘଟିଛି ଭୁବନେଶ୍ଵର କାରଗିଲ ବସ୍ତିରେ l ଉଭୟ ମୁରଲିଧର ବେହେରା ଓ ତାଙ୍କ ପତ୍ନୀ ଶକୁନ୍ତଳା ମାଝିଙ୍କ ମୂଳ ଘର ପଞ୍ଚଗାଁରେ l ଗତ ୮ ମାସ ହେଲା ସେମାନଙ୍କର ବିବାହ ହୋଇଥିଲା l ବିବାହ ପରେ ମୁରଲି ନିଜ ପତ୍ନୀଙ୍କ ସହ କାରଗିଲ ବସ୍ତି ରେ ରହୁଥିଲେ ଓ ମିସ୍ତ୍ରୀ ଭାବେ କାମ କରୁଥିଲେ l

ଶୁକ୍ରବାର ସନ୍ଧ୍ୟାରେ ସ୍ୱାମୀ, ସ୍ତ୍ରୀ ଓ ଶାଶୁ ଘରେ ଥିଲେ l ହଠାତ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଝଗଡ଼ା ହୋଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ମୁରଲି ଏକ ଧାରୁଆ ଅସ୍ତ୍ରରେ ଶକୁନ୍ତଳାଙ୍କୁ ଆକ୍ରମଣ କରିଥିଲେ l

ଏହି ହତ୍ୟା ବିଷୟରେ କମିଶନରେଟ ପୋଲିସର ଟ୍ୱିଟ୍


‘‘ଝିଅ ଶକୁନ୍ତଳାର ରକ୍ତାକ୍ତ ଅବସ୍ଥା ଦେଖି ତାଙ୍କ ମାଆ ପଡ଼ୋଶୀ ଲୋକଙ୍କୁ ଚିତ୍କାର କରି ଡାକିଥିଲେ l ପୋଲିସ ତୁରନ୍ତ ପହଞ୍ଚି ମୁରଲିଧର ବେହେରାଙ୍କୁ ଗିରଫ କରିଥିଲା,’’ କହିଛନ୍ତି ପଡ଼ୋଶୀ ସୂର୍ଣ୍ଣଲତା ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ‘‘ଘଟଣା ସ୍ଥଳରୁ ମୁରଲିଧରକୁ ଗିରଫ କରାଯାଇଛି l ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ବି ଜବତ କରାଯାଇଛି l ଶନିବାର ମୁରଲିକୁ କୋର୍ଟ ଚାଲାଣ କରାଯିବ ।’’

ଏହା ବି ପଢ଼ନ୍ତୁ: ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ

ଏହା ବି ପଢ଼ନ୍ତୁ: ଆଜି ଠାରୁ ଜୁଲାଇ ୩୧ ମଧ୍ୟରେ OTTରେ କେଉଁ କେଉଁ ଫିଲ୍ମ ରିଲିଜ୍ ହେବାକୁ ଅଛି ଜାଣନ୍ତୁ

ପଡ଼ୋଶୀମାନଙ୍କ କହିବା ମୁତାବକ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଗତ କିଛି ଦିନ ପାଟିତୁଣ୍ଡ ହେଉଥିଲା l ସେଥିପାଇଁ ଶକୁନ୍ତଳା ନିଜ ବାପଘର ପଞ୍ଚଗାଁକୁ ଚାଲିଯାଇଥିଲେ l ଆଜି ଶକୁନ୍ତଳା ଓ ତାଙ୍କ ମାଆ ସକାଳେ ଫେରିଥିଲେ l ସେତେବେଳେ ମୁରଲି ବାହାରକୁ କାମରେ ଯାଇଥିଲେ l ସନ୍ଧ୍ୟାରେ ମୁରଲି ଘରକୁ ଫେରିବା ପରେ ପୁଣି ଆରମ୍ଭ ହୋଇଥିଲା ଝଗଡ଼ା l ସେହି ଝଗଡ଼ା ଶେଷରେ ଶକୁନ୍ତଳାଙ୍କ ମୃତ୍ୟୁର କାରଣ ହେଲା ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by: Anand Shankar Thankur Das
First published: July 25, 2020, 1:00 AM IST
corona virus btn
corona virus btn
Loading