News18 Odia Digital
IAS Marriage: ସାତଜନ୍ମର ସାଥୀ ହେଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା । ମେ ୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି। ତେବେ ବାହାଘର ପୂର୍ବରୁ ମେହେନ୍ଦିର କିଛି ଭିଡିଓ ସାମ୍ନାକୁ ଆସିଛି। ଉଭୟ ଜ଼ିଲ୍ଲାପାଳ ନାଚୁଥିବାର ଭିଡିଓ ଏବେ ଭାଇରାଲ୍ ହୋଇଛି।
ଗତକାଲି ରାତି ପ୍ରାୟ ୮ଟାରେ ଚଞ୍ଚଳ ରଣା ବରଯାତ୍ରୀ ଧରି କନ୍ୟା ଘରକୁ ବାହାରିଥିଲେ। ବରଯାତ୍ରୀରେ ନିଜେ ଚଞ୍ଚଳ ରଣା ମଧ୍ୟ ନାଚିବା ଦେଖିବାକୁ ମିଳିଥିଲା। ବରଯାତ୍ରୀ କନ୍ୟା ଘରେ ପହଞ୍ଚିବା ପରେ ବର ପକ୍ଷକୁ ସ୍ୱାଗତ କରିଥିଲେ କନ୍ୟା ପକ୍ଷ । ମିଠା ଖୁଆଇ ଚଞ୍ଚଳଙ୍କୁ କନ୍ୟା ପକ୍ଷ ପାଛୋଟି ନେଇଥିଲେ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ମଧ୍ୟ କନ୍ଯା ବେଶରେ ସଜେଇ ହୋଇଥିଲେ। ବାହାଘରକୁ ନେଇ ଅନନ୍ୟା ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା। ସେପଟେ ଏହି ନବ ଦମ୍ପତ୍ତିଙ୍କୁ ସୋସିଆଲ ମିଡ଼ିଆରେ ଲୋକେ ଶୁଭେଚ୍ଛା ଜଣାଉଛନ୍ତି।

ଆସାମରେ ଆୟୋଜିତ ହୋଇଥିଲା ବିବାହ
ସୂଚନା ଥାଉକି, ଉଭୟ ଜିଲ୍ଲାପାଳ ପୂର୍ବରୁ ବିବାହ କରି ସାରିଥିବା ବେଳେ ଏହା ସେମାନଙ୍କର ଦ୍ଵିତୀୟ ବିବାହ। ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ପୂର୍ବରୁ ବର୍ତ୍ତମାନର ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂହଙ୍କୁ ବିବାହ କରିଥିଲେ । ବ୍ୟକ୍ତିଗତ କାରଣରୁ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା ।

ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ
ଅନ୍ୟ ପଟେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ ଅଖତରଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ମତଭେଦ କାରଣରୁ ଉଭୟଙ୍କର ମଧ୍ୟ ବିବାହ ବିଚ୍ଛେଦ ଘଟିଥିଲା ।

ଉଭୟଙ୍କର ଏହା ଦ୍ୱିତୀୟ ବିବାହ
କିଛି ମାସ ହେବ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା । ପରେ ସେମାନେ ବିବାହ ନେଇ ସ୍ଥିର କରିଥିଲେ । ଏହାପରେ ନିର୍ବନ୍ଧ ହୋଇଥିଲା। ତେବେ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଆସାମର ଝିଅ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଓଡି଼ଶାର ବାସିନ୍ଦା ଅଟନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।