ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାଲେଶ୍ବରରେ ୧.୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ମାର୍କେଟ; ଯେଉଁଠି ମିଳିବ ମହିଳାଙ୍କ ହାତ ତିଆରି ସାମଗ୍ରୀ

ବାଲେଶ୍ବରରେ ୧.୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ମାର୍କେଟ; ଯେଉଁଠି ମିଳିବ ମହିଳାଙ୍କ ହାତ ତିଆରି ସାମଗ୍ରୀ

ମିଶନ ଶକ୍ତି ମେଳା ମାଧ୍ୟମରେ ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକ ଓ ପୌର ପରିଷଦରେ ଏକ ଦିବାସୀୟ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ସହାୟତା । କଥା ବିତରଣର ସ୍ୱତନ୍ତ୍ର ଲକ୍ଷ୍ୟ ହାସଲ ନିମନ୍ତେ ସମୁଦାୟ ୧୨ ହଜାର ୧୬ ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୩୦୫.୨୦ କୋଟି ଟଙ୍କାର ମିଶନ ଶକ୍ତି ରଣ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।

ବାଲେଶ୍ବରରେ ୧.୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ମାର୍କେଟ; ଯେଉଁଠି ମିଳିବ ମହିଳାଙ୍କ ହାତ ତିଆରି ସାମଗ୍ରୀ
ବାଲେଶ୍ବରରେ ୧.୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ମାର୍କେଟ
  • News18 Odia
  • Last Updated: October 6, 2021, 2:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
Newss18 Odia Digital

ବାଲେଶ୍ବର: ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା ଆୟୋଜିତ ହୋଇଥିଲା । ଜିଲ୍ଲାପାଳ ତଥା ମିଶନ ଶକ୍ତି ଜିଲ୍ଲା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ଭଦଘାଟନ କରିଥିଲେ। ଏହି ଅବସରରେ ପ୍ରଥମେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଚାରୋଟି ବ୍ୟାଟେରୀ ଚାଳିତ ଇ-ରିକ୍ସା ଅଟୋ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ପ୍ରଦାନ କରାଯାଇଥିଲା । ମିଶନ ଶକ୍ତି ମେଳା ମାଧ୍ୟମରେ ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକ ଓ ପୌର ପରିଷଦରେ ଏକ ଦିବାସୀୟ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ସହାୟତା ଦିଆଯାଇଛି ।

କଥା ବିତରଣର ସ୍ୱତନ୍ତ୍ର ଲକ୍ଷ୍ୟ ହାସଲ ନିମିତ୍ତ ସମୁଦାୟ ୧୨,୦୦୦ ୧୬ ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୩୦୫.୨୦ କୋଟି ଟଙ୍କାର ମିଶନ ଶକ୍ତି ରଣ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଯାହାକି ଜିଲ୍ଲା ତଥା ରାଜ୍ୟରେ ଏକ ଦିବସୀୟ ସର୍ବାଧିକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଦେବାର ସଫଳ ରେକର୍ଡ ଅଛି । ବାଲେଶ୍ଵର ଜିଲ୍ଲାରେ ୧୨ଟି ବ୍ଲକ, ଗୋଟିଏ ପୌରପରିଷଦ, ୩ଟି ବିଜ୍ଞାପିତ କ୍ଷେତ୍ର ପରିଷଦରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ବିନା ସୁଧରେ ଋଣ ଯୋଗାଇ ଦିଆଯାଇ ସେମାନଙ୍କର ଆର୍ଥିକ, ସାମାଜିକ ଓ ଜୀବିକାରେ ଉନ୍ନତି ନିମନ୍ତେ ମିଶନ ଶକ୍ତି ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ଏହି ଋଣ ସହାୟତାରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଯଥା ପୋଖରୀରେ ମାଛ ଚାଷ, ଅଣ୍ଡା ଦିଆ କୁକୁଡ଼ା ପାଳନ, ସ୍କୁଲରେ ମଧାହ୍ନ ଭୋଜନ, ସାଧାରଣ ବଣ୍ଟନ, ହସ୍ପିଟାଲରେ ଖାଦ୍ୟ ବିତରଣ, ଛେଳି ପାଳନ, ଛତୁ ଚାଷ, ପରିବା ଚାଷ, ମହୁ ବା ନଡ଼ିଆ ତେଲ ତିଆରି, ଗୁଆ ପତ୍ର ଥାଳି ପ୍ରସ୍ତୁତ, ଟେରାକୋଟା କାମ, ବାଉଁଶ କାମ, ପଥର ମୂର୍ତ୍ତି କାମ, ସିଲେଇ ମେସିନ, ଚାନ୍ଦୁଆ ତିଆରି କାମ, ଝୋଟରେ କଣ୍ଢେଇ, ନଡ଼ିଆ କତା ଓ ସେଥିରେ କଣ୍ଢେଇ ତିଆରି ଆଦି କାମ ହାତକୁ ନେଇ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ ହୋଇପାରିଛନ୍ତି ।

ବାଲେଶ୍ବରରେ ୧.୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ମାର୍କେଟ


ସେହିପରି ଏହି କାର୍ଯ୍ୟକ୍ରମରେ ଓରମାସ ଓ ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗର ମିଳିତ ସହଯୋଗରେ ଗଠିତ ବିଭିନ୍ନ ଉତ୍ପାଦକ ଗୋଷ୍ଠୀର ହାତ ତିଆରି ଗୃହ ସଜା ସାମଗ୍ରୀ ସମ୍ମିଳନୀ କକ୍ଷରେ ପ୍ରଦର୍ଶିତ କରାଯାଇଥିଲା ।

ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ‘‘ବାଲେଶ୍ବର ଜିଲ୍ଲାରେ ମହିଳାମାନଙ୍କ ହାତ ତିଆରି ସୁନ୍ଦର ସାମଗ୍ରୀ ରହିଛି ହେଲେ ବଜାର ସୁବିଧା ନାହିଁ । ସେଥି ପାଇଁ ଖୁବ୍ ଶୀଘ୍ର ଜିଲ୍ଲାରେ ୧ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ଏକ ମାର୍କେଟ ନିର୍ମାଣ ହେବ। ଯେଉଁଠି କେବଳ ମହିଳାମାନଙ୍କ ହାତ ତିଆରି ସାମଗ୍ରୀ ପ୍ରଦର୍ଶିତ ହେବା ସହ ବିକ୍ରି ପାଇଁ ବଜାର ସୃଷ୍ଟି ହୋଇପାରିବ। "

ସେହିପରି ଜିଲ୍ଲା ପରିଷଦ ଅଧକ୍ଷ ନିବେଦିତା ମହାନ୍ତି କହିଥିଲେ, ‘‘ରାଜ୍ୟ ସରକାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ମହିଳାମାନଙ୍କ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ସେହିପରି ଭାବରେ ମହିଳାଙ୍କ ବିକାଶ ନେଇ କାର୍ଯ୍ୟ କରୁଛି । ମହିଳା ମାନେ ନିଜେ ସ୍ବାବଲମ୍ବୀ ହେବା ଦ୍ୱାରା ଘର ଖର୍ଚ୍ଚ ମଧ୍ୟ ତୁଲାଇ ପାରୁଛନ୍ତି । ଏ ନେଇ ବାଲେଶ୍ୱର ଜିଲ୍ଲା ସବୁଠାରୁ ଆଗରେ ରହିଛି ।"

ପ୍ରତୀକ୍ଷା ପଣ୍ଡା ଏସ.ଏସ. ଜି. ଗ୍ରୁପର ସମ୍ପାଦିକା କହିଛନ୍ତି ଯେ ଗ୍ରୁପ ଦ୍ୱାରା ଋଣ ସହାୟତାରେ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟ କରିପାରୁଛୁ। ବିଭିନ୍ନ ସାମଗ୍ରୀ ତିଆରି କରି ବେଶ ଦୁଇ ପଇସା ମଧ୍ୟ ମିଳୁଛି । ତେବେ ଆମର ନିର୍ମିତ ସାମଗ୍ରୀ ବିକ୍ରି ପାଇଁ ଶୀଘ୍ର ବ୍ୟବସ୍ଥା କଲେ ଆମେ ଆହୁରି ଲାଭବାନ ହୋଇପାରିବୁ।
Published by: Lipina Das
First published: October 6, 2021, 2:20 PM IST