ଆଜିଠୁ ଖୋଲା ମାର୍କେଟ ବିଲଡିଂ; ଉଠା ଦୋକାନୀଙ୍କୁ ଜଗିବେ ସ୍ୱତନ୍ତ୍ର ଟିମ୍
News 18 Odia Digital
ଭୁବନେଶ୍ୱର; ଆଜିଠୁ ଖୋଲିବ ମାର୍କେଟ ବିଲଡିଂ। ଗତକାଲି ବିଏମସି ଏବଂ କମିସନେରେଟ୍ ପୋଲିସର ପ୍ରତିଶ୍ରୁତି ପରେ ମାର୍କେଟ ବିଲଡିଂ ଦୋକାନୀ ସଂଘର ନିଷ୍ପତ୍ତି । ଉଠା ଦୋକାନୀକୁ ଜଗିବାକୁ ରହିବେ ପୋଲିସର ର୍କ ଟିମ । ଏଥିସହ ବିଏମସିର ଏକ ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ଼୍ ମଧ୍ୟ ରହିବେ । ଯେପରି କୌଣସି ଉଠା ଦୋକାନୀ ମାର୍କେଟ ବିଲଡିଂ ଭିତରେ ପଶି ପାରିବେନି ସେ ନେଇ ତଦାରଖ କରିବା ସହ ଜଗିବେ ।
ମାର୍କେଟ ବିଲଡିଂରେ ଉଠା ଦୋକାନୀଙ୍କୁ ବାହାର କରିବା ନେଇ ଉଠା ଦୋକାନୀ ଏବଂ ଦୋକାନୀ ଆସୋସିଏସନ୍ ମଧ୍ୟରେ ଗଣ୍ଡଗୋଳ ଓ ବିବାଦ ପରେ ୩ ଦିନ ଧରି ବନ୍ଦ ରହିଥିଲା ମାର୍କେଟ ବିଲଡିଂ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ କରିବାକୁ ସଂଘ ତରଫରୁ ନିଷ୍ପତ୍ତି ହୋଇଥିଲା । ବିଏମ୍ସି ଓ କମିଶନରେଟ୍ ପୁଲିସର ହସ୍ତକ୍ଷପ ଓ ପ୍ରତିଶ୍ରୁତି ଦିଆଯିବା ପରେ ସ୍ଥାୟୀ ଦୋକାନୀମାନେ ନିଜ ନିଜ ଦୋକାନ ଖୋଲିବେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।