ମାର୍କେଟ ବିଲ୍ଡଙ୍ଗ ବନ୍ଦ ପଛରେ ପ୍ରଭାବଶାଳୀଙ୍କ ହାତ! ନେତା ଓ ଦଲାଲଙ୍କ କବଜାରେ ମାର୍କେଟ ବିଲ୍ଡିଂ

ଅନୁମତି ନଥାଇ ମାର୍କେଟ ଭିତରକୁ ଉଠା ଦୋକାନୀଙ୍କ ଏଣ୍ଟ୍ରି ପଛରେ ଅଛନ୍ତି ନେତା। ଯାହା ପାଇଁ ମାର୍କେଟ ବିଲ୍ଡିଂ ଜବର ଦଖଲ ହୋଇଛି।

ନେତା ଓ ଦଲାଲଙ୍କ କବଜାରେ ମାର୍କେଟ ବିଲ୍ଡିଂ (ପ୍ରତୀକାତ୍ମକ ଛବି)

ନେତା ଓ ଦଲାଲଙ୍କ କବଜାରେ ମାର୍କେଟ ବିଲ୍ଡିଂ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛି ଦୁଇ ନମ୍ୱର୍ ମାର୍କେଟ ବ୍ୟବସାୟୀ ସଂଘ। ମାର୍କେଟ ବିଲ୍ଡଙ୍ଗ ବନ୍ଦ ପଛରେ ପ୍ରଭାବଶାଳୀଙ୍କ ହାତ। ନେତା ଓ ଦଲାଲଙ୍କ କବଜାରେ ମାର୍କେଟ ବିଲ୍ଫିଙ୍ଗ। ଅନୁମତି ନଥାଇ ମାର୍କେଟ ଭିତରକୁ ଉଠା ଦୋକାନୀଙ୍କ ଏଣ୍ଟ୍ରି ପଛରେ ଅଛନ୍ତି ପ୍ରଭାବଶାଳୀ ନେତା। ଯାହା ପାଇଁ ମାର୍କେଟ ବିଲ୍ଡିଂ ଜବର ଦଖଲ ହୋଇଛି। ମାର୍କେଟ ତାଲା ପଡ଼ିବାର ୪ ଦିନ ପରେ ମୁହଁ ଖୋଲି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ ସଂଘର ସଦସ୍ୟମାନେ।

ଚାରି ଦିନ ହୋଇଗଲା ମାର୍କେଟ ବିଲ୍ଡିଙ୍ଗ ବନ୍ଦ। କ୍ଷତି ହେଲାଣି ୧୫ କୋଟି ଟଙ୍କା। ନାହାଁନ୍ତି ବିଏମସି କମିଶନର, ବାହାରି ପାରୁନି ସମାଧାନର ବାଟ। ଉଠା ଦୋକାନୀ ଓ ସ୍ଥାୟୀ ବ୍ୟବାସାୟୀଙ୍କ କଳି ଏବେ ଗ୍ରାହକଙ୍କ ପାଇଁ କାଳ ହୋଇଛି।

ଅସାଧୁ ବ୍ୟବସାୟୀଙ୍କ ପ୍ରବେଶ ଯୋଗୁ ବଦନାମ ହେଉଛି ଦୁଇ ନମ୍ୱର୍ ମାର୍କେଟ। ଉଠା ଦୋକାନୀଙ୍କ ଦୌରତ୍ମ୍ୟ, ଚୋରୀ ଓ ନିଶା କାରବାର ଯୋଗୁଁ ସ୍ଥାୟୀ ବ୍ୟବସାୟୀ ହେଉଛନ୍ତି ବଦନାମ। ଅଣ ଓଡ଼ିଆ ବ୍ୟବସାୟୀଙ୍କ ଠାରୁ ଚାନ୍ଦା ନେଇ ପ୍ରଭାବଶାଳୀ ବ୍ୟକ୍ତି ଅଶାନ୍ତ କରିଛନ୍ତି ଦୁଇ ନମ୍ୱର୍ ମାର୍କେଟକୁ।

ଦୁଇ ନମ୍ୱର୍ ମାର୍କେଟରେ ରହିଛି ବଡ ବଡ ମଲ। ଏଠାରେ ମୋଟ ବ୍ୟବସାୟୀକ ପ୍ରତିଷ୍ଠାନ ପାଖାପାଖି ୨୫୦ ସଂଖ୍ୟା ରହିଛି। ମୋଟ ୨ ହଜାରରୁ ଅଧିକ କର୍ମଚାରୀ କାମ କରନ୍ତି। ମାର୍କେଟ ଭିତରେ ରହିଛି ଫୁଟ ପାଥ ସହିତ ବସିବା ସ୍ଥାନ। କିନ୍ତୁ ଏହି ସ୍ଥାନକୁ ମାଡି ବସିଛନ୍ତି ଉଠା ଦୋକାନୀ ବ୍ୟବସାୟୀ। ଯାହାକୁ ବିରୋଧ କରିଥିଲେ ସ୍ଥାୟୀ ବ୍ୟବସାୟୀ। ମାର୍କେଟ ବିଲଡିଂ ଭିତରେ ଉଠା ଦୋକାନୀ ଓ ସ୍ଥାୟୀ ବ୍ୟବସାୟୀଙ୍କ ଭିତରେ ହୋଇଥିଲା ପାଟିତୁଣ୍ଡ। ମାମଲା ଯାଇଥିଲା କ୍ୟାପିଟାଲ ଥାନାକୁ। ଏହି ବିବାଦର ସମାଧାନର ସୂତ୍ର ବିଏମ୍ସି ହାତରେ ରହିଛି। କୋର୍ କମିଟି ବୈଠକ ବସିବାରେ କଣ ନିଷ୍କର୍ଷ ବାହାରୁଛି ଦେଖିବାକୁ ବାକି ରହିଲା।
Published by:Soumya Das
First published: