ରିଲାଏନ୍ସ Jio ଓ Facebook ମିଶି ଭାରତୀୟମାନଙ୍କୁ ନୂଆ ବ୍ୟବସାୟର ସୁଯୋଗ ଦେବେ: ଜୁକରବର୍ଗ

ରିଲାଏନ୍ସ ଜିଓ ସହିତ ଫେସବୁକର ଆର୍ଥିକ ଚୁକ୍ତି ସମଗ୍ର ଭାରତର ଲୋକଙ୍କୁ ନୂତନ ବ୍ୟବସାୟର ସୁଯୋଗ ଦେବ ବୋଲି କହିଛନ୍ତି ଫେସବୁକର ସିଇଓ ମାର୍କ ଜୁକରବର୍ଗ ।

ରିଲାଏନ୍ସ Jio ଓ Facebook ମିଶି ଭାରତୀୟମାନଙ୍କୁ ନୂଆ ବ୍ୟବସାୟର ସୁଯୋଗ ଦେବେ: ଜୁକରବର୍ଗ
ମାର୍କ ଜୁକରବର୍ଗ ଓ (ଡାହାଣ) ମୁକେଶ ଅମ୍ବାନି
  • News18 Odia
  • Last Updated: April 22, 2020, 5:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓରେ ଏକ ଅଂଶଧନ କିଣିବା ପରେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ଫେସବୁକ୍‌ ଓ ଜିଓ କିଛି ପ୍ରମୁଖ ପ୍ରକଳ୍ପରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ଯାହାକି ସମଗ୍ର ଭାରତର ଲୋକଙ୍କୁ ନୂତନ ବ୍ୟବସାୟ ସୁଯୋଗ ଦେବ ।

‘‘ବର୍ତ୍ତମାନ ଦୁନିଆରେ ବହୁତ କିଛି ଚାଲିଛି, କିନ୍ତୁ ମୁଁ ଭାରତରେ ମୋର କାର୍ଯ୍ୟ ଉପରେ ଏକ ଅପଡେଟ୍ ସେୟାର କରିବାକୁ ଚାହୁଁଛି । ଫେସବୁକ୍ ଜିଓ ପ୍ଲାଟଫର୍ମ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି । ଆମେ ଏକ ଆର୍ଥିକ ପୁଞ୍ଜି ବିନିଯୋଗ କରୁଛୁ ଏବଂ ତା’ଠାରୁ ଅଧିକ, ଆମେ କିଛି ପ୍ରମୁଖ ପ୍ରକଳ୍ପରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ, ଯାହାକି ସମଗ୍ର ଭାରତର ଲୋକଙ୍କୁ ନୂତନ ବ୍ୟବସାୟର ସୁଯୋଗ ଦେବ,’’ କହିଛନ୍ତି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ।

ବିଶ୍ୱର ପ୍ରସିଦ୍ଧ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଭାରତର ବଡ଼ ଟେଲିକମ୍ କମ୍ପାନୀ ଜିଓର ୯.୯୯ ପ୍ରତିଶତ ଅଂଶ ୪୩,୫୭୪ କୋଟି ଟଙ୍କାରେ କିଣିଛି ।

ଏହି ଡିଲ୍‌ ଦ୍ୱାରା ଭାରତରେ ଛୋଟ ବ୍ୟବସାୟୀମାନେ ସାହାଯ୍ୟ ପାଇବେ । ଫେସବୁକ୍ ଓ ହ୍ୱାଟ୍ସଆପ୍ ଭାରତର ବଡ଼ ଭାଗରେ ବ୍ୟବହୃତ ହୁଏ । ଆହୁରି ମଧ୍ୟ, ଭାରତ ବର୍ତ୍ତମାନ ଏକ ପ୍ରମୁଖ ଡିଜିଟାଲ୍ ଦେଶରେ ରୂପାନ୍ତରିତ ହେଉଛି ଏବଂ ଜିଓ ବର୍ତ୍ତମାନ କୋଟି କୋଟି ଭାରତୀୟ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବ୍ୟବସାୟକୁ ସହଜ କରିବାରେ ସାହାଯ୍ୟ କରୁଛି । ଜିଓ ଛୋଟ ଭାରତୀୟ ବ୍ୟବସାୟକୁ ଡିଜିଟାଲ୍ ପ୍ଲାଟଫର୍ମରେ ପହଞ୍ଚିବାରେ ସାହାଯ୍ୟ କରୁଛି ।

ମାର୍କ ଜୁକରବର୍ଗ କହିଛନ୍ତି ଯେ ବର୍ତ୍ତମାନ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ କାରଣ ଛୋଟ ବ୍ୟବସାୟ ପ୍ରତ୍ୟେକ ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ସେମାନେ ସାହାଯ୍ୟ ଆବଶ୍ୟକ କରନ୍ତି । ଭାରତରେ ୬୦ ମିଲିୟନରୁ ଅଧିକ ଛୋଟ ବ୍ୟବସାୟ ଅଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ଚାକିରି ପାଇଁ ସେମାନଙ୍କ ଉପରେ ନିର୍ଭର କରନ୍ତି ।

‘‘ବିଶ୍ୱର ସବୁ ସମ୍ପ୍ରଦାୟଗୁଡିକ ବର୍ତ୍ତମାନ ଲକଡାଉନରେ ଅଛନ୍ତି ଓ ଏହି ବ୍ୟବସାୟୀମାନଙ୍କ ମଧ୍ୟରୁ ଅନେକ ଡିଜିଟାଲ୍ ଡିଭାଇସ୍ ଆବଶ୍ୟକ କରନ୍ତି ଯାହା ଉପରେ ସେମାନେ ଭରଷା କରିପାରିବେ, ଗ୍ରାହକମାନଙ୍କ ସହ ଯୋଗାଯୋଗ କରିପାରିବେ ଓ ନିଜ ବ୍ୟବସାୟ ବଢ଼ାଇ ପାରିବେ । ଏହା ଏପରି କିଛି ଯାହାକୁ ଆମେ ସାହାଯ୍ୟ କରିପାରିବା ଏବଂ ସେଥି ପାଇଁ ଆମେ ଭାରତର ଲୋକ ଓ ବ୍ୟବସାୟକୁ ସାହାଯ୍ୟ କରିବା ଏବଂ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ଜିଓ ସହିତ ସହଭାଗୀତା କରୁଛୁ,’’ କହିଛନ୍ତି ଜୁକରବର୍ଗ ।

‘‘ଏହି ଭାଗିଦାରୀ ପାଇଁ ମୁଁ ମୁକେଶ ଅମ୍ବାନି ଓ ପୂରା ଜିଓ ଟିମକୁ ଧନ୍ୟବାଦ ଦେବାକୁ ଚାହୁଁଛି । ଆମେ ଆରମ୍ଭ କରିବାକୁ ଅପେକ୍ଷା କରିଛୁ,’’ ସେ କହିଛନ୍ତି ।

ଡିସକ୍ଲେମର୍‌: ନ୍ୟୁଜ୍‌୧୮ ଓଡ଼ିଆ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ୧୮ ମିଡିଆ ଆଣ୍ଡ୍‌ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ ।

First published: April 22, 2020, 5:18 PM IST
corona virus btn
corona virus btn
Loading