ଭୁବନେଶ୍ୱରରୁ କୋରିଅର୍ ଯୋଗେ ଦିଲ୍ଲୀକୁ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ ହେଲା; ୨ ଜଣ ଗିରଫ ହେଲେ

ଡ୍ରେସ୍ ଭର୍ତ୍ତି ବ୍ୟାଗ୍ ଭିତରେ ଥିବା ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ୪୫ କିଲୋ ଗଞ୍ଜେଇ ଜବତ କରିବା ସହ ଭୁବନେଶ୍ୱରରେ ଭଡ଼ାରେ ରହୁଥିବା ଦିଲ୍ଲୀ ବାସିନ୍ଦା ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ଦୁଇ ଗିରଫ ଯୁବକ ଓ ଜବତ ଗଞ୍ଜେଇ

ଦୁଇ ଗିରଫ ଯୁବକ ଓ ଜବତ ଗଞ୍ଜେଇ

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରୁ କୋରିଅର୍‌ ଯୋଗେ ଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ୪୫ କିଲୋ ଗଞ୍ଜେଇ ଜତବ କରିଛି କମିଶନରେଟ ପୋଲିସ । ଡ୍ରେସ୍‌ ଥିବା ତିନିଟି ବ୍ୟାଗରେ ଏହି ଗଞ୍ଜେଇ ଚୋରା ଚାଳାଣ ହେଉଥିଲା । ଏହି ଘଟଣାରେ ଦିଲ୍ଲୀର ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି ।

ଗିରଫ ଦୁଇ ଜଣ ଦିଲ୍ଲୀ ନିବାସୀ ଯୁବକ – ଅନିରୁଦ୍ଧ ମିଶ୍ର (୩୫) ଓ ମନିଷ କୁମାର (୨୮) – ଭୁବନେଶ୍ୱରରେ ଏକ ଘର ଭଡ଼ା ନେଇ ଦୀର୍ଘ ଦିନ ହେବ ଗଞ୍ଜେଇ ଚୋରା ଚାଲାଣ କରୁଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ସେମାନେ ରଶୁଲଗଡ଼ କୋଚିଲେଇ ହାଟ ନିକଟରେ ଥିବା ଭି.ଆର୍‌. ଟ୍ରେଡର୍ସ ନାମକ ଏକ କୋରିଅର୍‌ ସଂସ୍ଥାରୁ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ କରୁଥିଲେ ।

ଏହା ବି ପଢ଼ନ୍ତୁ | CMଙ୍କୁ ଚାପୁଡ଼ା ମାରିବେ କହି କେନ୍ଦ୍ର ମନ୍ତ୍ରୀ ଗିରଫ: ‘‘ନାରାୟଣ ରାଣେ ଠିକ୍ ଭାବେ କଥା କହିବା ଶିଖିବା ଉଚିତ’’

“ଆମେ ଶନିବାର ଖବର ପାଇଥିଲୁ ଯେ ରଶୁଲଗଡ଼କ ଏକ କୋରିଅର ସଂସ୍ଥାରୁ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ହେଉଛି । ଆମେ ସଙ୍ଗେ ସଙ୍ଗେ କୋରିଅର୍‌ ସଂସ୍ଥା ଉପରେ ଚଢ଼ାଉ କରିଥିଲୁ । ତିନୋଟି ବ୍ୟାଗ୍‌ ଉପରେ ସନ୍ଦେହ ଉପୁଜିବାରୁ ଯାଞ୍ଚ କରିଥିଲୁ । ଡ୍ରେସ୍‌ ଭର୍ତ୍ତି ବ୍ୟାଗ୍‌ ଭିତରେ ଥିଲା ଗଞ୍ଜେଇ ପ୍ୟାକେଟ୍‌ । ତିନୋଟି ବ୍ୟାଗରୁ ମୋ’ଟ୍ ୪୫ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛୁ,” କହିଛନ୍ତି କମିଶନରେଟ ପୋଲିସର ଜୋନ୍‌-୫ ଏ.ସି.ପି. ସଞ୍ଜୀବ ଶତପଥୀ ।

ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ନେବା ବ୍ୟବସ୍ଥା କରୁଛି ପୋଲିସ ।


ଏହା ବି ପଢ଼ନ୍ତୁ | ନାବାଳିକାକୁ ରେପ୍ କରିଥିଲେ ମେଘାଳୟର ଏହି ପୂର୍ବ MLA; ତାଙ୍କୁ ମିଳିଲା ୨୫ ବର୍ଷ ଜେଲ୍ ଦଣ୍ଡ

ଗିରଫ ହୋଇଥିବା ଦୁଇ ଜଣ ଯୁବକ ଭୁବନେଶ୍ୱରରେ ରହି ଗଜପତି ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଜର ଏଜେଣ୍ଟ୍‌ ରଖି ବସ୍‌ ଯୋଗେ ଭୁବନେଶ୍ୱରକୁ ଗଞ୍ଜେଇ ଆଣୁଥିଲେ ବୋଲି ଜାଣିବାକୁ ପାଇଛି ପୋଲିସ । ପରେ ବିଭିନ୍ନ ଉପାୟରେ ସେମାନେ କୋରିଅର୍‌ ଯୋଗେ ଦିଲ୍ଲୀକୁ ଏହି ଗଞ୍ଜେଇ ପଠାଉଥିଲେ । ଏହି ଦୁଇ ଜଣ ଗିରଫ ହେବାପରେ ସେମାନଙ୍କ ଗ୍ୟାଙ୍ଗରେ ଆଉ କେଉଁମାନେ ଅଛନ୍ତି ସେ ଦିଗରେ ତଦନ୍ତ କରାଯିବ ବୋଲି କହିଛନ୍ତି ଏ.ସି.ପି. ଶତପଥୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣି ଗର୍ଭବତୀ ହୋଇଛନ୍ତି? ତାଜା ଫଟୋରୁ ଜନ୍ମ ହେଲା କଳ୍ପନା ଜଳ୍ପନା

ଗିରଫ ଦୁଇ ଯୁବକ ନିଜେ ସପ୍ଳାୟର୍‌ ସାଜି ଦିଲ୍ଲୀର ନବରଙ୍ଗ୍‌ ଟ୍ରେଡର୍ସ ନାମରେ ଗଞ୍ଜେଇ ପଠାଉଥିଲେ ଓ ଗଞ୍ଜେଇ ସେଠାରେ ପହଞ୍ଚିବା ପୂର୍ବରୁ ସେମାନେ ନିଜେ ଦିଲ୍ଲୀ ଯାଇ ରିସିଭ୍‌ କରୁଥିଲେ ବୋଲି ତଦନ୍ତରୁ ଜଣା ପଡି଼ଛି । ପୂର୍ବରୁ ତିନି ଥର ଏହି ଦୁଇ ଜଣ ଯୁବକ ସମାନ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ କରିଛନ୍ତି ବୋଲି ବି ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ଯିବେ କୁଆଡ଼େ ଆଫଗାନ୍ଶରଣାର୍ଥୀମାନେ? ଅଧିକାଂଶ ମୁସଲିମ୍ଦେଶ ସେମାନଙ୍କୁ ନେବାକୁ ଚାହୁଁନାହାନ୍ତି

ଏ.ସି.ପି. ଶତପଥୀ କହିଛନ୍ତି, ‘‘କୋରିଅର୍‌ ସଂସ୍ଥାର କିଛି କର୍ମଚାରୀଙ୍କର ଏମାନଙ୍କ ସହ ସମ୍ପୃକ୍ତି ଥାଇପାରେ । ସେ ଦିଗରେ ମଧ୍ୟ ତଦନ୍ତ କରାଯାଉଛି । ଏମାନଙ୍କର କେଉଁମାନେ ଏଜେଣ୍ଟ୍‌‌ ଥିଲେ ସେମାନଙ୍କର ଠିକଣା ଖୋଜା ଚାଲିଛି । ଜବତ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ।’’



କୋରିଅର୍‌ ସଂସ୍ଥା ଭି.ଆର୍‌. ଟ୍ରେଡର୍ସ ସହିତ ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲ୍‌ ପକ୍ଷରୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, ହେଲେ ସେମାନଙ୍କ ସବୁ ଫୋନ୍‌ ନମ୍ବର୍‌ ସୁଇଚ୍‌-ଅଫ୍ ଥିଲା । ରଶୁଲଗଡ଼ ସ୍ଥିତ ଅଫିସ୍‌ ରବିବାର ଥିବାରୁ ବନ୍ଦ ଥିବାରୁ କୋରିଅର୍‌ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନ ଥିଲା ।
Published by:Anand S.T. Das
First published: