News18 Odia Digital
5T Secretary: ଗଞ୍ଜାମ ଜିଲ୍ଲାରେ ୫ଟି ସଚିବଙ୍କ (5T Secretary) ମାରଥନ ଗସ୍ତ। ମୁଖ୍ୟମନ୍ତ୍ରୀଙ୍କ (CM) ନିର୍ବାଚନ ମଣ୍ଡଳିରେ ବିଭିନ୍ନ ଉନ୍ନୟମୂଳକ କାମ ସମକ୍ଷା ଓ ତଦାରଖ କରିଛନ୍ତି ପାଣ୍ଡିଆନ (VK Pandian)। ପାଣ୍ଡିଆନଙ୍କ ସାଙ୍ଗରେ କ୍ରୀଡ଼ା ସଚିବ ଆର. ଭିନୀଲ କ୍ରିଷ୍ଣା ଓ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉନ୍ନୟମୂଳକ କାମର ସମୀକ୍ଷା କରିଛନ୍ତି।
ସକାଳୁ ସକାଳୁ ହିଞ୍ଜିଳିକାଟୁ ବ୍ଲକର ଜଗନ୍ନାଥ ମନ୍ଦିର ଓ ଉତ୍ତରେଶ୍ବର ଶିବ ମନ୍ଦିର ଯାଇ ଦର୍ଶନ କରିବା ପରେ ପିତ୍ତଳ ଯୁକ୍ତ ଦୁଇ କଲେଜ ପରିଦର୍ଶନ କରିଛନ୍ତି ୫T ସଚିବ। ଶିକ୍ଷକ ଓ ଛାତ୍ରଛାତ୍ରୀ ଓ କଲେଜ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ ।
ପାଣ୍ଡିଆନଙ୍କୁ ହିଞ୍ଜିଳିରେ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନ ଦିଆଯାଇଥିଲା। କିଛି ସ୍ଥାନରେ ପାଣ୍ଡିଆନଙ୍କ ଉପରକୁ ସ୍ଥାନୀୟ ଲୋକେ ଫୁଲ ଫିଙ୍ଗି ସ୍ବାଗତ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ବିଶେଷ କରି ପାନୀୟ ଜଳ, ରାସ୍ତାଘାଟର ଭିତ୍ତିଭୂମି, ମନ୍ଦିର ଉନ୍ନତିକରଣ, କଲେଜ ଅଧ୍ୟାପକ ପଦବୀ ଖାଲି ଭଳି ସମସ୍ୟା ସ୍ଥାନୀୟ ଛାତ୍ରଛାତ୍ରୀ ଓ ଲୋକେ ଅବଗତ କରିଥିଲେ।
ଅନ୍ ସ୍ପଟରେ ସମସ୍ୟାର ସମାଧାନ ପାଇଁ ଡେଡଲାଇନ୍ ସ୍ଥିର କରିଛନ୍ତି ଭିକେ ପାଣ୍ଡିଆନ। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏପରି କି ୬ ମାସ ମଧ୍ୟରେ ତୁରନ୍ତ କାମ ସାରିବାକୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପାଣ୍ଡିଆନ।
ଖୁବଶୀଘ୍ର ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯିବ। ଯାହାବି ସମସ୍ୟା ରହିଛି, ତାହା ମୁଖ୍ୟମନ୍ତ୍ରୀ ପୂରଣ କରିବେ ବୋଲି କହିଛନ୍ତି ୫T ସଚିବ। ଆସନ୍ତା ଡିସେମ୍ବର ସୁଦ୍ଧା ବିକାଶମୂଳକ କାର୍ଯ୍ୟ ଶେଷ କରିବାକୁ କହିଛନ୍ତି ଭି.କେ ପାଣ୍ଡିଆନ୍।
ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଠାରେ ଲକ୍ଷ୍ମୀ ନୃସିଂହଙ୍କ ତ୍ରିଦିନାତ୍ମକ ଯାତ୍ରାର ଶେଷ ଦିନରେ ଦର୍ଶନ କରିଥିଲେ ୫ଟି ସଚିବ।
ସେହିପରି ଆଜି ଦିନ ତମାମ ଶେରଗଡ ଓ ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଏହାସହ ଗଞ୍ଜାମ ଜିଲ୍ଲା ଶେରଗଡ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମସ୍ୟା ପଚାରି ବୁଝିଲେ ୫ଟି ସଚିବ ଭିକେ ପାଣ୍ଡିଆନ।
ପଢ଼ନ୍ତୁ ଏହି ଖବର: Ration Card Update: ଖୁସି ଖବର; ଡବଲ ରାସନ ପାଇବେ କାର୍ଡ଼ଧାରୀମିଶନ ୨୪ ପୂର୍ବରୁ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରି ଲୋକାଭିମୁଖୀ ଯୋଜନା ଓ ସରକାରୀ କାର୍ଯ୍ୟ ସାରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଓ ନିର୍ବାଚନ ମଣ୍ଡଳିରେ ୫ଟି ସଚିବଙ୍କ ମାରଥନ ଗସ୍ତ ଓ ସମୀକ୍ଷା ରାଜ୍ୟ ସରକାରଙ୍କ ପାଇଁ ଯଥେଷ୍ଟ ଗୁରୁତ୍ବ ବହନ କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।