ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»BJP ରାଜ୍ୟ କାର୍ଯ୍ୟକାରିଣୀର ପ୍ରଥମ ଦିନରେ ମାରାଥନ ବୈଠକ; ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ଖସଡ଼ା

BJP ରାଜ୍ୟ କାର୍ଯ୍ୟକାରିଣୀର ପ୍ରଥମ ଦିନରେ ମାରାଥନ ବୈଠକ; ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ଖସଡ଼ା

ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀର ପ୍ରଥମ ଦିନରେ ପ୍ରଥମେ ଆରମ୍ଭ ହୋଇଥିଲା ପଦାଧିକାରୀ ବୈଠକ। ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ବୈଠକରେ ଉପସ୍ଥିତ ଥିଲେ ରାଜ୍ୟ ପ୍ରଭାରୀ ଡି. ପୁରଣ୍ଡେଶ୍ଵରୀ, ରାଜ୍ୟ ସଭାପତି ସମୀର ମହାନ୍ତି ଓ ପ୍ରମୁଖ ସଂଖ୍ୟାଧିକ ନେତା।

BJP ରାଜ୍ୟ କାର୍ଯ୍ୟକାରିଣୀର ପ୍ରଥମ ଦିନରେ ମାରାଥନ ବୈଠକ; ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ଖସଡ଼ା
BJP ରାଜ୍ୟ କାର୍ଯ୍ୟକାରିଣୀର ପ୍ରଥମ ଦିନରେ ମାରାଥନ ବୈଠକ
  • News18 Odia
  • Last Updated: November 24, 2021, 12:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଚିନ୍ତାଜନକ । ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। କ୍ରମାଗତ ଭାବେ ମହିଳାଙ୍କ ଉପରେ ବଢ଼ି ଚାଲିଛି ଅପରାଧିକ ଘଟଣା। ଲୋକଙ୍କ ବଳ ବୋଲି ନିଜକୁ ପରିଚୟ ଦେଇ ଆସୁଥିବା ରାଜ୍ୟ ସରକାର ଏବେ କୁମ୍ଭକର୍ଣ୍ଣ ନିଦରେ ଶୋଇଛି। କେନ୍ଦ୍ରୀୟ ଲୋକ କଲ୍ୟାଣ ଯୋଜନା ରାଜ୍ୟରେ ବାଟବଣା। ହେଲେ ରାଜ୍ୟ ସରକାର ଚିନ୍ତା ଶୂନ୍ୟ। ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ଏହି ସବୁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ରାଜ୍ୟ ବିଜେପି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ପ୍ରଥମ ଦିନରେ ଏସବୁ ପ୍ରସଙ୍ଗ ଉପରେ ଦିଆଯାଇଛି ଗୁରୁତ୍ୱ।

ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀର ପ୍ରଥମ ଦିନରେ ପ୍ରଥମେ ଆରମ୍ଭ ହୋଇଥିଲା ପଦାଧିକାରୀ ବୈଠକ। ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ବୈଠକରେ ଉପସ୍ଥିତ ଥିଲେ ରାଜ୍ୟ ପ୍ରଭାରୀ ଡି. ପୁରଣ୍ଡେଶ୍ଵରୀ, ରାଜ୍ୟ ସଭାପତି ସମୀର ମହାନ୍ତି ଓ ପ୍ରମୁଖ ସଂଖ୍ୟାଧିକ ନେତା।

ରାଜ୍ୟ ମୁଖ୍ୟଳୟରେ ଆରମ୍ଭ ହୋଇଥିଲା ଏହି ପଦାଧିକାରୀ ବୈଠକ। ପ୍ରଥମ ବୈଠକରେ ରାଜ୍ୟ ବିଜେପିର ବିଭିନ୍ନ ମୋର୍ଚ୍ଚା ସହିତ ହୋଇଥିଲା ମତ ବିନିମୟ। ରାଜ୍ୟର ବିଭିନ୍ନ ସ୍ଥାନରେ ଦଳୀୟ ମୋର୍ଚ୍ଚାର କାର୍ଯ୍ୟଧାରା, ଲୋକ ଗ୍ରହଣୀୟତା ଆଦି ପ୍ରସଙ୍ଗକୁ ନେଇ ହୋଇଥିଲା ମତ ବିନିମୟ।

ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ


ସେହିପରି ପ୍ରଥମ ଦିନର ଦ୍ୱିତୀୟ ବୈଠକରେ ଅନୁଷ୍ଠିତ ହୋଇଥିଲା ଦଳୀୟ ପ୍ରବକ୍ତାଙ୍କ ସହ ବିସ୍ତୃତ ଆଲୋଚନା। ବିଶେଷ କରି ରାଜ୍ୟ ସରକାରଙ୍କ ଦୋଷ, ତ୍ରୁଟିକୁ ଲୋକଙ୍କ ପାଖରେ ଶାଣିତ ଭାବରେ ଉପସ୍ଥାପନ କରିବା, କେନ୍ଦ୍ର ସରକାରଙ୍କ ଲୋକପ୍ରିୟ ଯୋଜନାର ଗ୍ରହଣୀୟତାକୁ ପ୍ରଚାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକ ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ସୂଚନା ଅନୁସାରେ, ଏହି ବୈଠକରେ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ଖସଡ଼ା। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ। ସରକାରୀ ଅଧିକାରୀ ନିରବ। ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛି ପୋଲିସ। ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ। ଏବେ ବିପିସି କାରବାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରାଜ୍ୟରେ ଯୁବକମାନେ କାମ ନପାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ସରକାର ସେମାନଙ୍କୁ କାମ ଦେବାରେ ବ୍ୟର୍ଥ।

ସେ ଆହୁରୀ କହିଛନ୍ତି ଯେ ରାଜ୍ୟର ପ୍ରାକୃତିକ ସମ୍ପଦ ଲୁଟ ହେଉଛି। ସରକାର ନିରବ। ବିଜୁଳି ବିଭ୍ରାଟ ତୀବ୍ର ହେବାରେ ଲାଗିଛି। ରାଜ୍ୟରେ ବିଜୁଳି ବଳକା ବୋଲି କୁହାଯାଉଥିବା ବେଳେ ଲୋକଙ୍କୁ ଶୋଷଣ କରୁଛନ୍ତି ଘରୋଇ କମ୍ପାନୀ। ସ୍କୁଲରେ ଶିକ୍ଷକ ନାହାଁନ୍ତି। ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଅବସ୍ଥାରେ। ବିଜୁ ସ୍ୱାସ୍ଥ୍ୟ ଯୋଜନା ନାଁରେ ହରି ଲୁଟ ହେଉଛି। ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ହେଲେ ସରକାର ବେଫିକର। ଏସବୁ ପ୍ରସଙ୍ଗକୁ ଉପରେ ପ୍ରଥମ ଦିନରେ ଦିଆଯାଇଛି ଗୁରୁତ୍ୱ।

ବୈଠକ ନେଇ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ସୂଚନା ଅନୁସାରେ ଦୁଇ ଦିନିଆ ଏହି ରାଜ୍ୟ କାର୍ଯ୍ୟକାରିଣୀରେ ସାଙ୍ଗଠନିକ ଆଲୋଚନାରେ ଦିଆଯାଇଛି ପ୍ରାଥମିକତା। ଗତ କାର୍ଯ୍ୟକାରିଣୀରେ ଦିଆଯାଇଥିବା ଟାସ୍କ ବା କାର୍ଯ୍ୟର ରୂପାୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
Published by: Lipina Das
First published: November 24, 2021, 12:30 PM IST