News18 Odia Digital
ମାଲକାନଗିରି: ମାଓବାଦୀମାନେ ଏକ ଏନକାଉଣ୍ଟର ବେଳର ଭିଡିଓ ଜାରି କରିଛନ୍ତି । ଏହି ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା ନିଜର ସାଥୀମାନଙ୍କ ଶବକୁ ନେଇ ସେମାନେ କେମିତି ଜଙ୍ଗଲରେ ଏକ ବିଶାଳ ରାଲି କରୁଛନ୍ତି ଓ କେମିତି ସେମାନଙ୍କ ଅନ୍ତ୍ୟେଷ୍ଟ କ୍ରିୟା କରୁଛନ୍ତି ସେହି ସବୁ ଦୃଶ୍ୟ ଥିବା ଏକ ଭିଡିଓ ଗଣମାଧ୍ୟମଙ୍କୁ ପଠାଇଛନ୍ତି । ଜଙ୍ଗଲରେ ମାଓବାଦୀମାନେ ଏତେ ବଡ଼ ଆୟୋଜନ କରୁଥିବା ଖବର କିପରି ପୋଲିସ ଜାଣିପାରିଲା ନାହିଁ ତାହା ଏବେ ପ୍ରଶ୍ନ ଚିହ୍ନ ସୃଷ୍ଚଟି କରିଛି ।
ଜଙ୍ଗଲରେ ଶହ ଶହ ମାଓବାଦୀ ଏକତ୍ରିତ ହୋଇ ଏନକାଉଣ୍ଟରରେ ନିହତ ସେମାନଙ୍କ ସାଥୀମାନଙ୍କ ଶବକୁ କାନ୍ଧରେ ବୋହି ‘କମ୍ରେଡ୍ ଅମର୍ ରହେ’ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି ଏହି ଭିଡିଓରେ । ମାଓବାଦୀମାନଙ୍କ ହାତରେ ଲାଲ୍ ରଙ୍ଗର ବ୍ୟାନର, କାନ୍ଧରେ ଏକେ-୪୭ ଓ ଇନସାସ୍ ଭଳି ବନ୍ଧୁକ ରହିଥିବା ଦିଶୁଛି ଏଥିରେ ।
ଏହା ବି ପଢ଼ନ୍ତୁ | କ୍ରିକେଟର୍ ମନୋଜ ତିୱାରୀ TMCରେ ଯୋଗଦେବେ; କହିଲେ ‘‘ଦିଦିଙ୍କୁ ଏକୁଟିଆ ଛାଡ଼ି ହେବ ନାହିଁ’’ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ନିପ୍ପା ଜଙ୍ଗଲରେ ମାଓବାଦୀମାନଙ୍କ ସହ ପୋଲିସର ଗୁଳି ବିନିମୟ ଘଟିଥିଲା । ଏହି ଗୁଳି ବିନିମୟରେ ୧୨ ଜଣ ଡି.ଆର୍.ଜି. ଯବାନ ଓ ୫ ଜଣ ଏସ୍.ଟି.ଏଫ୍. ଯବାନଙ୍କର ମୃତ୍ୟୁ ହୋଇଥିଲା । ମାଓବାଦୀ ପାର୍ଟି ତରଫରୁ ମଧ୍ୟ ତିନି ଜଣ ମାଓ କ୍ୟାଡରଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ପାଇଁ ଏକ ଶୋକ ସଭା ସହ ଏକ ଶୋକ ରାଲିର ଆୟୋଜନ କରାଯାଇଥିଲା । ମୃତ କମ୍ରେଡମାନଙ୍କ ଶବ ଶୋଭାଯାତ୍ରାର ସ୍ଲୋଗାନରେ ଜଙ୍ଗଲ ଫାଟି ପଡୁଥିଲା ।

ମୃତ କମ୍ରେଡମାନଙ୍କ ଶବ ଶୋଭାଯାତ୍ରାର ସ୍ଲୋଗାନରେ ଜଙ୍ଗଲ ଫାଟି ପଡୁଥିଲା ।
ହେଲେ ପୋଲିସର ଗୁଇନ୍ଦା ବିଭାଗ ଜଙ୍ଗଲରେ ହୋଇଥିବା ଏତେ ବଡ଼ ଆୟୋଜନର ଟେର୍ କେମିତି ପାଇଲା ନାହିଁ ତାହା ସମସ୍ତଙ୍କୁ ଚକିତ କରିଛି । ଏଠାରେ କେଉଁଠି ନା କେଉଁଠି ଗୁଇନ୍ଦା ବିଭାଗ ଫେଲ୍ ମାରିଛି ବୋଲି କୁହାଯାଉଛି । ଅସଲରେ ଗୁଇନ୍ଦା ବିଭାଗର ବିଫଳତା ଯୋଗୁଁ ହିଁ ପୋଲିସ କର୍ମୀମାନେ ମାଓବାଦୀଙ୍କର ଶିକାର ପାଲଟିଥିଲେ ବୋଲି କୁହାଯାଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଦକ୍ଷିଣର ସୁପର୍ଷ୍ଟାର୍ ହିରୋଇନ୍ ବେଦିକା କୁମାରଙ୍କ ଫଟୋସୁଟ୍ ଭାଇରାଲ୍ ହେଲା! ଇଣ୍ଟରନେଟରେ ଲଗାଇଲା ନିଆଁ‘‘ଏହି ଭିଡିଓ ମାଓବାଦୀ ଦମନ ପ୍ରୟାସରେ ବହୁତ ସହାୟତା କରିବ। ଅନେକ ଟପ୍ କ୍ୟାଡର ମାଓବାଦୀ ଏହି ଭିଡିଓରେ ଦେଖାଯାଉଛନ୍ତି । ସେମାନଙ୍କ ଫଟୋ ପୋଲିସ ଫାଇଲରେ ରହିଛି । ତେଣୁ ଏହି ଭିଡିଓ ଆଗକୁ ପୋଲିସକୁ ବଡ଼ ସଫଳତା ଆଣିଦେବ,’’ କହିଛନ୍ତି ବସ୍ତର ଆଇଜି ସୁନ୍ଦର ରାଜ ପି. ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସ୍ତ୍ରୀର ସତୀତ୍ୱ ପରୀକ୍ଷା କରିବାକୁ ଫୁଟୁଥିବା ତେଲରେ ତାଙ୍କ ହାତ ବୁଡ଼ାଇଲେ ସ୍ୱାମୀ! VIDEO ଭାଇରାଲ୍ ହେଲାଏତେ ସଂଖ୍ୟକ ନକ୍ସଲ ଗୋଟିଏ ସ୍ଥାନରେ ଏକାଠି ହେବା ଛୋଟ କଥା ନୁହେଁ । ଭିଡିଓରେ ହଜାର ହଜାର ନକ୍ସଲ ଏକ ଲମ୍ବା ଧାଡିରେ ଜଙ୍ଗଲରେ ରାଲି କରୁଥିବା ଦୃଶ୍ୟ ଯେ କେହି ଦେଖିଲେ ପୋଲିସକୁ ଏହା ମାଓବାଦୀମାନଙ୍କର ଏକ ଖୁଲମଖୁଲା ଚ୍ୟାଲେଞ୍ଜ ବୋଲି ମନେ ହେବ । ଏତେ ଦିନ ପରେ ମାଓବାଦୀମାନେ ନିଜର ଭିଡିଓକୁ ଏବେ ଭାଇରାଲ୍ କରିଛନ୍ତି । ଏଥିରେ କିଛି ନା କିଛି ମାଓବାଦୀଙ୍କର ପ୍ଲାନ୍ ରହିଥିବା ଅନୁମାନ କରାଯାଉଛି । ଲୋକଙ୍କୁ ଓ ପୋଲିସକୁ ଭୟଭୀତ କରାଇବା ପାଇଁ ଏହି ଭିଡିଓ ଭାଇରାଲ୍ କରାଯାଇଥାଇପାରେ ବୋଲି କୁହାଯାଇଛି ।
ଏହା ବି ପଢ଼ନ୍ତୁ | ମଦ ପିଉଥିବାରୁ ମା’ ଗାଳିଦେଲା, ତେଣୁ ପୁଅ ମା’କୁ ହତ୍ୟା କଲା, ଜୁଇ ନିଆଁରେ କୁକୁଡ଼ା ରାନ୍ଧି ଖାଇଲା‘‘ପୂର୍ବରୁ ମଧ୍ୟ ମାଓବାଦୀଙ୍କ ଦ୍ବାରା ବହୁ ଭିଡିଓ ଭାଇରାଲ କରାଯାଇ ପୋଲିସକୁ ଚ୍ୟାଲେଞ୍ଜ କରାଯାଇଛି । ଏହି ସଦ୍ୟ ଭିଡିଓ କିନ୍ତୁ ଅନ୍ୟ ଭିଡିଓ ଠାରୁ ଭିନ୍ନ । ନିଜର ଦମ୍ କେତେ ଅଛି ମାଓବାଦୀମାନେ ଏହି ଭିଡିଓରେ ଦର୍ଶାଇଛନ୍ତି । ଏତେ ସଂଖ୍ୟକ ନକ୍ସଲ ଗୋଟିଏ ସ୍ଥାନରେ ରୁଣ୍ଡ ହେବା ପଛରେ କୌଣସି ବଡ଼ ଯୋଜନା ଥାଇପାରେ,’’ କହିଛନ୍ତି ମାଲକାନଗିରିର ନକ୍ସଲଙ୍କ ଗତିବିଧି ଅନୁଧ୍ୟାନ କରୁଥିବା ଜଣେ ପୂର୍ବତନ ପୋଲିସ ଅଧିକାରୀ ।
ସେହି ଆନକାଉଣ୍ଟରରେ ୧୭ ଜଣ ଯବାନଙ୍କର ମୃତ୍ୟୁ ହୋଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।