ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ପୁଣି ରକ୍ତମୁଖା ହେଲେ ମାଓବାଦୀ; ୨ ଜଣଙ୍କୁ ବେକରେ ରଶି ଲଗାଇ ଗୁଳି କରି ହତ୍ୟା କଲେ

ରାଜ୍ୟରେ ପୁଣି ରକ୍ତମୁଖା ହେଲେ ମାଓବାଦୀ; ୨ ଜଣଙ୍କୁ ବେକରେ ରଶି ଲଗାଇ ଗୁଳି କରି ହତ୍ୟା କଲେ

ମାଓବାଦୀମାନେ ପୋଷ୍ଟରରେ ଚେତାବନୀ ଦେଇ ଲେଖିଛନ୍ତି: ‘‘ପୋଲିସ ଇନଫର୍ମର ଭାବେ କାମ କରୁଥିବା ପ୍ରାୟ ସମସ୍ତ ବ୍ୟକ୍ତିଙ୍କୁ ଆମେ ଜାଣିଛୁ । ଯଦି ୧୫ ଦିନ ମଧ୍ୟରେ ସେମାନେ ଜନ ଆଦାଲତରେ ଆତ୍ମସମର୍ପଣ ନ କରନ୍ତି ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ।’’

ରାଜ୍ୟରେ ପୁଣି ରକ୍ତମୁଖା ହେଲେ ମାଓବାଦୀ; ୨ ଜଣଙ୍କୁ ବେକରେ ରଶି ଲଗାଇ ଗୁଳି କରି ହତ୍ୟା କଲେ
ଜଣେ ମୃତକର ଶବ; (ଡାହାଣ) ଭବାନୀ ଶଙ୍କରଙ୍କ ଭଉଣୀ ଓ ଜଣେ ସମ୍ପର୍କୀୟ କାନ୍ଦୁଛନ୍ତି ।
  • News18 Odia
  • Last Updated: January 30, 2021, 10:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଫୁଲବାଣୀ: ରାଜ୍ୟରେ ମାଓବାଦୀ ହିଂସା ଓ ମାଓବାଦୀ ଗତିବିଧି କମ୍‌ ହେଉଥିବା ଖବର ଲଗାତର ମିଳିଆସୁଥିବା ବେଳେ ବାମପନ୍ଥୀ ଚରମପନ୍ଥୀମାନେ କନ୍ଧମାଳ ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ଦୁଇଟି ହତ୍ୟାକାଣ୍ଡ ସଙ୍ଗଠିତ କରି ପୁଣି ଥରେ ଭୟର ପରିବେଶ ସୃଷ୍ଟି କରିଛନ୍ତି ।

ସଶସ୍ତ୍ର ମାଓବାଦୀମାନେ କନ୍ଧମାଳ ଜିଲା ତୁମୁଡି଼ବନ୍ଧ ବ୍ଲକ୍‌ ଅନ୍ତର୍ଗତ ଭଣ୍ଡରଙ୍ଗୀ ପଞ୍ଚାୟତରେ ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ନିର୍ମମଭାବେ ହତ୍ୟା କରିଛନ୍ତି । ମୃତକ ଦୁଇ ଜଣ ହେଉଛନ୍ତି ହେମନ୍ତ ପାତ୍ର ଓ ଭବାନୀ ଶଙ୍କର ପାତ୍ର । ସ୍ଥାନୀୟ ଭଣ୍ଡରଙ୍ଗୀ ସରପଞ୍ଚ ଦଉପତି ପାତ୍ରଙ୍କ ଏକ ମାତ୍ର ପୁଅ ଥିଲେ ଭବାନୀ ଶଙ୍କର ପାତ୍ର । ଉଭୟ ସେ ଓ ହେମନ୍ତ ପାତ୍ର ମେଳାପୀ ସ୍ୱଭାବର ଯୁବକ ଥିଲେ । ସେମାନଙ୍କୁ ଝୁରିହେଉଛନ୍ତି ଶୋକାର୍ତ୍ତ ଗ୍ରାମବାସୀମାନେ ।

ଏହା ବି ପଢ଼ନ୍ତୁ | BJP ଆଗରେ ମୁଣ୍ଡ ନୁଆଁଇବା ଅପେକ୍ଷା ମୁଁ ନିଜ ଗଳା କାଟିବାକୁ ପସନ୍ଦ କରିବି: ମମତା ବାନାର୍ଜୀ

ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ । ଗ୍ରାମବାସୀ ଓ ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ପାଖାପାଖି ୨୦ରୁ ୨୫ ଜଣ ସଶସ୍ତ୍ର ମାଓବାଦୀ  ଭଣ୍ଡାରଙ୍ଗୀରେ ପହଞ୍ଚି ଭବାନୀଙ୍କ ପଞ୍ଚାୟତ ଘରକୁ ଘେରିଯାଇଥିଲେ ।  ସେହି ଘରକୁ ଏକ ଶକ୍ତ ଧକ୍କା ଦେଇ ଭବାନୀ ଓ ତାଙ୍କର ତିନି ଜଣ ସାଙ୍ଗଙ୍କୁ ଗ୍ରାମ ଭିତରକୁ ନେଇ ଯାଇଥିଲେ । ସେମାନଙ୍କୁ ପଚରା ଉଚୁରା କରିବା ପରେ ଭବାନୀଙ୍କ ତିନି ଜଣ ସାଙ୍ଗଙ୍କୁ ଛାଡି଼ ଦେଇଥିଲେ ।

ମାଓବାଦୀମାନେ ଛାଡ଼ିଯାଇଥିବା କେତେକ ପାମ୍ଫଲେଟ୍


ତା’ ପରେ ମାଓବାଦୀମାନେ ଭବାନୀଙ୍କୁ ପଞ୍ଚାୟତ ଘର ପଛ ପଟେ ହତ୍ୟା କରିଥିଲେ । ଭବାନୀଙ୍କ ବେକରେ ଏକ ରଶି ଲଗାଇ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ସେମାନେ । ତା’ ପରେ ମାଓବାଦୀମାନେ ଭଣ୍ଡରଙ୍ଗୀରେ ହେମନ୍ତଙ୍କ ଘରକୁ ଚାରି ପଟୁ ଘେରିଯାଇଥିଲେ । ହେମନ୍ତଙ୍କୁ ଗାଁ ଦାଣ୍ଡକୁ ନେଇ ଏକ ଶିଆଳି ଦଉଡି଼ରେ ତାଙ୍କ ଗୋଡ଼ ଓ ହାତକୁ ବାନ୍ଧି ଦେଇଥିଲେ । ପରେ ଅତି ନିକଟରୁ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ବୋଲି ପୋଲିସ ଓ ଗ୍ରାମବାସୀମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମାନସିକ ଅବସାଦ ଅଭିନେତ୍ରୀ ଜୟଶ୍ରୀଙ୍କ ପାଇଁ କାଳ ହେଲା; ପଙ୍ଖାରୁ ଝୁଲୁଥିବା ଅବସ୍ଥାରେ ମିଳିଲା ଶବ

‘‘ମୁଁ ରାତି ଅଧରେ ମାଓବାଦୀମାନଙ୍କ ଆସିବା ସୂଚନା ପାଇ ଲୁଚି ରହିଥିଲି । ସେମାନେ ଏମିତି ଜଘନ୍ୟ କାଣ୍ଡ କରି ଚାଲିଗଲେ । ମୋ’ର ଗୋଟିଏ ବୋଲି ପୁ୍ଅ ଥିଲା । ତା’ରି ମୁହଁକୁ ଚାହିଁ ଆମେ ଜୀବନ ବିତାଉଥିଲୁ । ହେଲେ ସେମାନେ ଏମିତି କାର୍ଯ୍ୟ କଲେ,’’ ବଡ଼ କଷ୍ଟରେ ନିଜ ଆଖିରେ ଲୁହ ଅଟକାଇ କହିଛନ୍ତି ମୃତକ ଭବାନୀ ଶଙ୍କରଙ୍କ ପିତା ଦଉପତି ପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Big Boss14: ବିବାହ ଆଗରୁ ରାଖୀ ସାୱନ୍ତଙ୍କୁ ଧମକ ମିଳୁଥିଲା, ତେଣୁ ସେ ଅର୍ଜେଣ୍ଟରେ ବିବାହ କଲେ

ଦୁଇ ଦୁଇଟି ହତ୍ୟା କରିବା ପରେ ମାଓବାଦୀମାନେ ନିକଟସ୍ଥ ଗୋଛଗଡ଼ା ଜଙ୍ଗଲକୁ ଚାଲିଯାଇଥିବା ଜଣା ପଡ଼ିଛି । ସେମାନେ ଘଟଣା ସ୍ଥଳରେ ତିନୋଟି ପୋଷ୍ଟର ଛାଡିଯାଇଥିଲେ । ପୋଷ୍ଟରରେ ପୋଲିସ ଇନଫର୍ମର ନ ହେବାକୁ ଗଣ୍ଡ ସମାଜକୁ ନିବେଦନ କରାଯାଇଛି । ସେଥିରେ ମୁଣ୍ଡିଗଡ଼ର ସରପଞ୍ଚ ଓ କିଛି ଆଦିବାସୀ ମିଶି ମାଓବାଦୀମାନଙ୍କ ବିରୋଧରେ ଯାଉଥିବାରୁ ସେମାନଙ୍କୁ ତାହା ନ କରିବାକୁ ବି ଅନୁରୋଧ କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଜୋ ଜିଲ୍ବାଇଡେନଙ୍କ Love Story: ଜୋ ଥର ପ୍ରପୋଜ୍ କଲା ପରେ ବିବାହ ପାଇଁ ରାଜି ହୋଇଥିଲେ ଜିଲ୍

‘‘ପୋଲିସ ଇନଫର୍ମର ଭାବେ କାମ କରୁଥିବା ପ୍ରାୟ ସମସ୍ତ ବ୍ୟକ୍ତିଙ୍କୁ ଆମେ ଜାଣିଛୁ । ଯଦି ୧୫ ଦିନ ମଧ୍ୟରେ ସେମାନେ ଜନ ଆଦାଲତରେ ଆତ୍ମସମର୍ପଣ ନ କରନ୍ତି ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ,’’ ମାଓବାଦୀମାନେ ଗୋଟିଏ ପୋଷ୍ଟରରେ ଚେତାବନୀ ଦେଇ ଲେଖିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମାସ, ଦେଶ, ସହର ପରେ ଘରକୁ ଫେରି ନିଜ କୁନି ଝିଅ ସହ ଖେଳୁଛନ୍ତି ଅଜିଙ୍କ୍ୟ ରହାଣେ

ଭଣ୍ଡାରଙ୍ଗୀ ସରପଞ୍ଚ ତଥା ମୃତକ ଭବାନୀ ଶଙ୍କର ପାତ୍ରଙ୍କ ପିତା ଦଉପତି ପାତ୍ର ବିଜେଡି ଦଳର ଜଣେ ସକ୍ରିୟ ସଦସ୍ୟ । ଏକ ମାତ୍ର ପୁଅର ହତ୍ୟାରେ ସେ ଓ ତାଙ୍କ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡି଼ଛନ୍ତି । ଭବାନୀଙ୍କ ପରିବାର ତରଫରୁ ବେଲଘର ଥାନାରେ ଏହି ହତ୍ୟା ବିଷୟରେ ଏକ ଲିଖିତ ଅଭିଯୋଗ କରାଯାଇଛି ।



ଦୁଇ ଦୁଇଟି ହତ୍ୟା ପରେ ଗ୍ରାମରେ ଭୟର ବାତାବରଣ ବ୍ୟାପିଯାଇଛି । ସୁରକ୍ଷା ପାଇଁ ପୋଲିସକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।
Published by: Anand Shankar Thankur Das
First published: January 30, 2021, 10:44 PM IST