ସାହସକୁ ସଲାମ: ମାଲକାନଗିରିରେ ଲୋକଙ୍କ ଟେକା ପଥର ମାଡ଼ରେ ରାସ୍ତା କାମକୁ ବିରୋଧ କରୁଥିବା ଇନାମୀ ମାଓବାଦୀ ମୃତ

ମୃତ୍ୟୁ ବରଣ କରିଥିବା ଗଙ୍ଗା ମାଢ଼ି ଓରଫ ଆଡ୍‌ମେକୁ ଧରିବାକୁ ୧ ଲକ୍ଷ ଟଙ୍କା ଓ ଆହତ ହୋଇ ଏବେ ଚ଼ିକିତ୍ସାଧୀନ ଥିବା ଜିବ୍ରୋ ପାଇଁ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା ବୋଲି କହିଛନ୍ତି ମାଲକାନଗିରି ଏସ୍‌ପି ହୃଷୀକେଶ ଖିଲାରୀ ।

ସାହସକୁ ସଲାମ: ମାଲକାନଗିରିରେ ଲୋକଙ୍କ ଟେକା ପଥର ମାଡ଼ରେ ରାସ୍ତା କାମକୁ ବିରୋଧ କରୁଥିବା ଇନାମୀ ମାଓବାଦୀ ମୃତ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: January 26, 2020, 9:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମାଲକାନଗିରି: ସାଧାରଣ ଲୋକଙ୍କୁ ନାଲି ଆଖି ଓ ବନ୍ଧୁକ ଦେଖେଇ ସରକାରଙ୍କ ଦ୍ୱାରା କରାଯାଉଥିବା ଉନ୍ନତିମୂଳକ କାମକୁ ବିରୋଧ କରୁଥିବା ମାଓବାଦୀମାନଙ୍କ ପାଇଁ ମାଲକାନଗରିରୁ ଆସିଛି ଗୋଟେ ଶକ୍ତ ସନ୍ଦେଶ । ଅତ୍ୟାଚାର ଅଧିକ ହେଲେ ଲୋକେ ଯେ ମୁହଁତୋଡ଼ ଜବାବ ଦେବେ, ତା’ର ପ୍ରମାଣ ସ୍ୱରୂପ ଗ୍ରାମବାସୀଙ୍କ ଟେକା ପଥର ମାଡ଼ରେ ଜଣେ ଇନାମୀ ମାଓବାଦୀ ପ୍ରାଣ ହରେଇଛି ଓ ଅନ୍ୟ ଜଣେ ଆହତ ହୋଇଛି ।

ଓଡ଼ିଶାର ଲାଲଗଡ଼ ଭାବେ ପରିଚ଼ିତ ମାଲକାନଗିରିର ଯନ୍ତୁରାଇ ଅଞ୍ଚଳରେ ଘଟିଛି ଏ ଘଟଣା । ସୂଚନା ଅନୁସାରେ ସେଠାରେ ଚାଲିଥିବା ରାସ୍ତା କାମକୁ ବିରୋଧ କରିବାକୁ ଆସିଥିବା ଦୁଇ ଜଣ  ହାର୍ଡକୋର ମାଓବାଦୀ ସାଧାରଣ ଲୋକଙ୍କ କ୍ରୋଧର ଶିକାର ହୋଇଥିଲେ । ସେମାନେ ରାସ୍ତା କାମ ବନ୍ଦ କରିବାକୁ କହିବାରୁ ଲୋକେ ସେମାନଙ୍କୁ ବିରୋଧ କରିଥିଲେ, ଫଳରେ ମାଓବାଦୀ ଦୁଇ ଜଣ ଲୋକଙ୍କ ଉପରକୁ ଗୁଳି ଓ ବୋମା ଫିଙ୍ଗିବା ଆରମ୍ଭ କରିଥିଲେ । ଏଥିରେ ଅତିଷ୍ଠ ହୋଇ ଗାଁ ଲୋକମାନେ ମିଶି କାଉଣ୍ଟର ଆଟାକ କରିଥିଲେ । ମାଓବାଦୀଙ୍କୁ ତଡ଼ିବାକୁ ଟେକା ପଥର ମାଡ଼ କରିଥିଲେ ।

ନିହତ ହୋଇଥିବା ଗଙ୍ଗା ମାଢ଼ି


‘‘ଏଇ ଘଟଣାରେ ମାଓବାଦୀ ଗଙ୍ଗା ମାଢ଼ି ନିହତ ହୋଇଛି ଓ ତା’ର ସହଯୋଗୀ ଜିବ୍ରୋ ଗୁରୁତର ଆହତ ହୋଇଛି । ଜିବ୍ରୋ ମାଲକାନଗିରି ହସପିଟାଲରେ ଚ଼ିକିତ୍ସିତ ହେଉଛି । ଗଙ୍ଗା ମାଢ଼ି ଓରଫ ଆଡ୍‌ମେକୁ ଧରିବାକୁ ୧ ଲକ୍ଷ ଟଙ୍କା ଓ ଜିବ୍ରୋ ପାଇଁ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା,’’ କହିଛନ୍ତି ମାଲକାନଗିରି ଏସ୍‌ପି ହୃଷୀକେଶ ଖିଲାରୀ ।

ଏହି ଆକ୍ରମଣ ପରେ ପ୍ରତିଶୋଧ ପରାୟଣ ହୋଇ ଦଳେ ମାଓବାଦୀ ଯନ୍ତୁରାଇ ଗାଁକୁ ଆସି କେତେକ ଲୋକଙ୍କୁ ମାଡ଼ ମାରିବା ସହ ଯୋଡ଼ାଆମ୍ବରେ ୧୦ରୁ ଅଧିକ ଘରେ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ । ଏହା ପରେ ସେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି ହୋଲି ସୂଚନା ଦେଇଛନ୍ତି ଖିଲାରୀ ।

ଆହତ ହୋଇଥିବା ଚ଼ାରି ଲକ୍ଷ ଟଙ୍କାର ଇନାମୀ ମାଓବାଦୀ ଜିବ୍ରୋ


ନକ୍ସଲଙ୍କ ନାଲି ଆଖିକୁ ନ ଡରି ଲାଲ୍‌ ଗଡ଼ରେ ପାଲଟା ଜବାବ ଦେଇ ଏଇ ସାଧାରଣ ଗାଁ ଲୋକମାନେ ସମଗ୍ର ସ୍ବାଭିମାନ ଅଞ୍ଚଳର ଲୋକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
First published: January 26, 2020, 9:34 PM IST
corona virus btn
corona virus btn
Loading