ଜେଲରେ PG ଡିପ୍ଲୋମା କଲେ ମାଓବାଦୀ ଆଜାଦ; ପ୍ରଥମ ଶ୍ରେଣୀରେ ହେଲେ ଉତ୍ତୀର୍ଣ୍ଣ

ବର୍ତ୍ତମାନ ସମସ୍ତଙ୍କ ପାଇଁ ନୂଆ ଉଦାହରଣ ସାଜିଛନ୍ତି ଆନ୍ଧ୍ର ଓ ଓଡ଼ିଶା ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା ଆଜାଦ। ଜେଲରେ ରହି ପାସ୍ କରିଛନ୍ତି ପିଜି ଡିପ୍ଲୋମା। ଜେଲ ଭିତରେ ତାଙ୍କୁ ପ୍ରଦାନ କରାଯାଇଛି ସାର୍ଟିଫିକେଟ।

ଜେଲରେ ଥାଇ PG ଡିପ୍ଲୋମା ପାସ କଲେ ମାଓବାଦୀ

ଜେଲରେ ଥାଇ PG ଡିପ୍ଲୋମା ପାସ କଲେ ମାଓବାଦୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ବର୍ତ୍ତମାନ ସମସ୍ତଙ୍କ ପାଇଁ ନୂଆ ଉଦାହରଣ ସାଜିଛନ୍ତି ଆନ୍ଧ୍ର ଓ ଓଡ଼ିଶା ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା ଆଜାଦ। ଜେଲରେ ଥାଇ ପିଜି ଡିପ୍ଲୋମା ପାସ (PG Pass) କଲେ ମାଓବାଦୀ (Maoist)। ପିଜି ଡିପ୍ଲୋମା ଇନ ରୁରାଲ ଡେଭଲପମେଣ୍ଟରେ ପାସ୍ କରିଛନ୍ତି ମାଓ ନେତା ଅଜାଦ।

ସେ ଝାରପଡ଼ା ଜେଲରେ ଥିବାବେଳେ ସେଠାରେ ପାଠ ପଢ଼ି ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିପାଇଁ ଜେଲ୍ ଭିତରେ ତାଙ୍କୁ ପିଜି ଡିପ୍ଲୋମା ଇନ୍ ରୁରାଲ୍ ସାଇନ୍ସର ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଛି।

ଇନ୍ଦିରା ଗାନ୍ଧି ନ୍ୟାସନାଲ୍ ଓପନ୍ ୟୁନିଭରସିଟିରେ ସେ ଗତ ଡିସେମ୍ବର ୨୦୨୨ରେ ପରୀକ୍ଷା ଦେଇଥିଲେ। ଜାନୁଆରୀରେ ଏହାର ପରୀକ୍ଷା ଫଳ ବାହାରିଥିଲା।

ଜେଲରେ ଥାଇ PG ପାସ କଲେ ମାଓବାଦୀ


ଯେଉଁଥିରେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ ମାଓ ନେତା ଆଜାଦ। ୨୦୦୮ ନୟାଗଡ଼ ଅସ୍ତ୍ରାଗାର ଲୁଟ ଓ ପୋଲିସକୁ ହତ୍ୟା କରିବା, ସ୍ୱାମୀ ଲକ୍ଷ୍ମନାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାରେ ଆଜାଦଙ୍କ ସମ୍ପୃକ୍ତି ରହିଥିଲା।

ଆନ୍ଧ୍ର ଓ ଓଡ଼ିଶା ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲେ ଆଜାଦ। ତାଙ୍କୁ ଧରିବା ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା। ୨୦୧୧ରେ ଆନ୍ଧ୍ର ପ୍ରଦେଶ ପୋଲିସ ପାଖରେ ସେ ଆତ୍ମସମର୍ପଣ କରିଥିଲେ। ପରେ ତାଙ୍କୁ ଝାରପଡା ଜେଲକୁ ଅଣାଯାଇଥିଲା।

ଆଜାଦ ଘର ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ। ଜେଲରେ ରହି ମଧ୍ୟ ଦିନକୁ ୬ ଘଣ୍ଟା ପାଠ ପଢ଼ନ୍ତି ସେ। ଜେଲ ଭିତରେ ଥିବା ଲାଇବ୍ରେରୀରୁ ବହି ଆଣି ପାଠ ପଢୁଥିଲେ ସେ। ମାଓ ନେତା ସାବ୍ୟସାଚୀ ପଣ୍ଡାଙ୍କ ମୁଖ୍ୟ ସହଯୋଗୀ ଥିଲେ ଆଜାଦ।
Published by:Lipina Das
First published: