ମାଓବାଦୀ ଆକ୍ରମଣ; ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ!

Maoist Attack in Dantewada: ଛତିଶଗଡ଼ର ଦନ୍ତେୱାଡ଼ାରେ ମାଓବାଦୀଙ୍କ ଭୟଙ୍କର ଆକ୍ରମଣ ପରେ ଓଡ଼ିଶା ପାଇଁ ବିପଦ। ଆଗାମୀ ୨୪ ଘଣ୍ଟା ଗୁରୁତ୍ବପୂର୍ଣ୍ଣ।

ମାଓବାଦୀ ଆକ୍ରମଣ, ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ!

ମାଓବାଦୀ ଆକ୍ରମଣ, ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ!

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Maoist Attack: ଛତିଶଗଡ଼ର ଦନ୍ତେୱାଡ଼ାରେ ମାଓବାଦୀଙ୍କ ଭୟଙ୍କର ଆକ୍ରମଣ (Maoist attack in Dantewada ସାର ଦେଶକୁ ଦୋହଲାଇ ଦେଇଛି। ବେଶ୍ କିଛି ଦିନ ହେଲା ମାଓବାଦୀଙ୍କ ଏଭଳି ଉଗ୍ର ରୂପ ଦେଖାଯାଇନଥିଲା।

ଆଶା କରାଯାଇଥିଲା ମାଓବାଦୀମାନେ ଥଣ୍ଡା ପଡ଼ିଯାଇଛନ୍ତି ଏବଂ ତାଙ୍କ ପାଖରେ ଆକ୍ରମଣର ସେହି କ୍ଷମତା ଆଉ ନାହିଁ। କିନ୍ତୁ ଦନ୍ତେୱାଡ଼ାର ଘଟଣା ବୟାନ କରୁଛି ଯେ ମାଓବାଦୀମାନେ ପୂର୍ବ ଭଳି ସକ୍ରିୟ ଅଛନ୍ତି ଏବଂ ଯେକୌଣସି ସମୟରେ ସେମାନେ ଏଭଲି ବଡ଼ ଧରଣର ଆକ୍ରମଣ କରିପାରିବେ।

ପ୍ରାଥମିକ ସୂଚନା ଅନୁସାରେ ଛତିଶଗଡ଼ର ଦନ୍ତେୱାଡ଼ାର ମାଓବାଦୀଙ୍କ ଦରଭା ଡିଭିଜନ ଏହି ଘଟଣା ଘଟାଇଛି। ଏହା ପରେ ପାରା ମିଲିଟାରୀ ଫୋର୍ସ ସେଠାରେ ପହଞ୍ଚିଛନ୍ତି ଏବଂ ଜୋରଦାର କୁମ୍ବିଂ ଅପରେସନ୍ ଆରମ୍ଭ ହୋଇଯାଇଛି।

କୁମ୍ବିଂ ଅପରେସନ୍ ଆରମ୍ଭ ହେବା ଫଳରେ ମାଓବାଦୀମାନେ ପଛକୁ ହଟୁଥିବା ସୂଚନା ମିଳିଛି। ପାରା ମିଲିଟାରୀ ଫୋର୍ସର ଆକ୍ରମଣ ଭୟରେ ଦରଭା ଡିଭିଜନର ମାଓବାଦୀମାନେ ଓଡ଼ିଶା (Odisha) ସୀମା ଆଡ଼କୁ ଗତି କରୁଥିବା ସୂଚନା ମିଳୁଛି।

ପୂର୍ବତନ ବିଏସଏଫ ଡିଜି ପ୍ରଭାସ ମିଶ୍ର ନ୍ୟୁଜ୧୮କୁ କହିଛନ୍ତି, ‘‘ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ କାରଣ ଏହି ସମୟ ଭିତରେ ଆକ୍ରମଣ ଘଟାଇଥିବା ମାଓବାଦୀମାନେ ଓଡ଼ିଶା ସୀମା ଆଡ଼କୁ ଆସିପାରନ୍ତି।’’

ପ୍ରଭାସ ମିଶ୍ର ଆହୁରି କହିଛନ୍ତି, ‘‘ନକ୍ସଲ ଅପରେସନରେ ନିୟୋଜିତ ଥିବା ସୁରକ୍ଷା କର୍ମୀମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟର ବା ଏସଓପି ଠିକ ଭାବେ ପାଳନ କରୁନାହାଁନ୍ତି। ଅପରେସନ୍ ଚାଲିଥିବା ସ୍ଥାନରେ ମାଓବାଦୀଙ୍କୁ ଠାବ କରିବା ପାଇଁ ଡ୍ରୋନର ବ୍ୟବହାର କରାଯିବା ନିହାତି ଦରକାର। ଏଥିପାଇଁ ସୁରକ୍ଷାକର୍ମୀଙ୍କୁ ଏସବୁ ଅତ୍ୟାଧୁନିକ ଯୋଗାଇ ଦିଆଯାଇଛି। କିନ୍ତୁ ସୁରକ୍ଷାକର୍ମୀ ଏହାକୁ ଠିକ ଭାବରେ ବ୍ୟବହାର କରୁନାହାଁନ୍ତି।’’

ଏପଟେ ଓଡ଼ିଶା ସରକାର ୫ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛନ୍ତି। ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବରଗଡ଼ ଓ ନୂଆପଡ଼ାରେ ସୁରକ୍ଷାକର୍ମୀଙ୍କୁ ସତର୍କ କରାଯାଇଛି। ଏହି ଜିଲ୍ଲାର ସୀମାବର୍ତ୍ତୀ ଇଲାକାଗୁଡ଼ିକରେ ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି।

ପଢ଼ନ୍ତୁ ଏହି ଖବର: Maoist Attack: ଛତିଶଗଡ଼ରେ ବଡ଼ ଧରଣର ନକ୍ସଲ ଆକ୍ରମଣ; ୧୧ ଜଣ ସହିଦ
Published by:Lipina Das
First published: