ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବ୍ରହ୍ମପୁରରେ ନିର୍ମିତ ହୋଇଥିବା ଅନେକ ଶିଶୁ ଉଦ୍ୟାନ ଏବେ ବ୍ୟବହାର ଉପଯୋଗୀ ନୁହେଁ

ବ୍ରହ୍ମପୁରରେ ନିର୍ମିତ ହୋଇଥିବା ଅନେକ ଶିଶୁ ଉଦ୍ୟାନ ଏବେ ବ୍ୟବହାର ଉପଯୋଗୀ ନୁହେଁ

ଶିଶୁ ଉଦ୍ୟାନ ଗୁଡ଼ିକ ରକ୍ଷଣାବେକ୍ଷଣ କରାଯାଉନଥିବା ଯୋଗୁଁ ଏହା ବର୍ତ୍ତମାନ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । କାରଣ ଶିଶୁ ଉଦ୍ୟାନରେ ରହିଥିବା ଅନେକ ବ୍ୟାୟାମ ସାମଗ୍ରୀ ଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ ଉଦ୍ୟାନ ମଧ୍ୟରେ ଅନାବନା ଗଛ ଉଠିଛି ।

ବ୍ରହ୍ମପୁରରେ ନିର୍ମିତ ହୋଇଥିବା ଅନେକ ଶିଶୁ ଉଦ୍ୟାନ ଏବେ ବ୍ୟବହାର ଉପଯୋଗୀ ନୁହେଁ
ବ୍ରହ୍ମପୁରରେ ନିର୍ମିତ ହୋଇଥିବା ଅନେକ ଶିଶୁ ଉଦ୍ୟାନ ଏବେ ବ୍ୟବହାର ଉପଯୋଗୀ ନୁହେଁ
  • News18 Odia
  • Last Updated: November 19, 2021, 1:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ସହରକୁ ସୁନ୍ଦର ରଖିବା ସହ ଲୋକଙ୍କୁ ଆକର୍ଷିତ କରିବା ନିମନ୍ତେ ସହରର କିଛି ସାହିରେ ଓ ମୁଖ୍ୟ ଛକମାନଙ୍କରେ କରାଯାଇଥିଲା ଶିଶୁ ଉଦ୍ୟାନ। ଏହି ଶିଶୁ ଉଦ୍ୟାନରେ କେବଳ ଯେ ଶିଶୁମାନେ ଖେଳିପାରିବେ ତାହା ନୁହେଁ ବରଂ ଶିଶୁଙ୍କ ଠାରୁ ବରିଷ୍ଠ ନାଗରିକମାନେ ମଧ୍ୟ ଆସି ନିଜର ଅବସର ସମୟକୁ ଏଠାରେ ବିତାଇପାରିବେ । ସହରରେ ପ୍ରଥମେ ଏହି ବି.ଏମ.ସି. ପକ୍ଷରୁ ଶିଶୁ ଉଦ୍ୟାନ କରିବା ପରେ ସହରବାସୀଙ୍କ ମଧ୍ୟରେ ବେଶ୍ ଆନନ୍ଦ ଖେଳିଯାଇଥିଲା ।

ହେଲେ ଦୁର୍ଭାଗ୍ୟବସତଃ ଏହି ଶିଶୁ ଉଦ୍ୟାନ ଗୁଡ଼ିକ ରକ୍ଷଣାବେକ୍ଷଣ କରାଯାଉନଥିବା ଯୋଗୁଁ ଏହା ବର୍ତ୍ତମାନ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । କାରଣ ଶିଶୁ ଉଦ୍ୟାନରେ ରହିଥିବା ଅନେକ ବ୍ୟାୟାମ ସାମଗ୍ରୀ ଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ ଉଦ୍ୟାନ ମଧ୍ୟରେ ଅନାବନା ଗଛ ଉଠିଛି । ଯାହା ଦ୍ବାରା ଜନ୍ତୁଜୁନ୍ତା ଭୟରେ ସହରବାସୀ ଶିଶୁ ଉଦ୍ୟାନକୁ ଯିବା ନିମନ୍ତେ ଡରୁଛନ୍ତି।

ସେପଟେ ସହରରେ ରହିଥିବା ଶିଶୁ ଉଦ୍ୟାନ ବର୍ତ୍ତମାନ ଠିକ୍‌ରେ ଚାଲୁଥିବା ବେଳେ ଯେଉଁଠାରୁ ଅଭିଯୋଗ ଆସୁଛି ସେହି ଶିଶୁ ଉଦ୍ୟାନର କାମ କରାଯାଉଛି ବୋଲି କହିଛନ୍ତି ବି.ଏମ.ସି. କମିଶନର ।

ଶିଶୁ ଉଦ୍ୟାନ ଗୁଡ଼ିକ ରକ୍ଷଣାବେକ୍ଷଣ କରାଯାଉନଥିବା ଯୋଗୁଁ ଏହା ବର୍ତ୍ତମାନ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ


ସ୍ମାର୍ଟ ସିଟି ଦୌଡ଼ରେ ରେଶମ ସହର ବ୍ରହ୍ମପୁର ସାମିଲ ଅଛି । ସହରକୁ ଆହୁରି ସ୍ବଚ୍ଛ ଓ ସୁନ୍ଦର ରଖିବା ନିମନ୍ତେ ବି.ଏମ.ସି. ପ୍ରତିଦିନ ନୂଆ ନୂଆ ପଦକ୍ଷେପ ନେଉଛି । ପଦକ୍ଷେପ ନେଉଥିବା ସହ ଅନେକ ନୂଆ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଉଛି ସତ କିନ୍ତୁ ତାହାର ରକ୍ଷଣାବେକ୍ଷଣ କରାଯାଉନଥିବା ଯୋଗୁଁ ତାହା ଫଳପ୍ରଦ ହୋଇପାରୁନାହିଁ । ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ସହରର ବିଭିନ୍ନ ସାହି ଓ ଛକରେ ରହିଥିବା ଶିଶୁ ଉଦ୍ୟାନ ଗୁଡ଼ିକରେ।

ବ୍ରହ୍ମପୁର ବାସିନ୍ଦା ନିମାଇଁ ଚରଣ ସାହୁ କହିଛନ୍ତି, ‘‘ସହରର ପ୍ରାୟ କିଛି ସାହି ସମେତ ଛକମାନଙ୍କରେ ଶିଶୁ ଉଦ୍ୟାନ ବି.ଏମ.ସି. ପକ୍ଷରୁ କରାଯାଇଛି । ଏହି ଶିଶୁ ଉଦ୍ୟାନରେ ବ୍ୟାୟାମ କରିବା ନିମନ୍ତେ ବିଭିନ୍ନ ସାମଗ୍ରୀ, ଶିଶୁମାନଙ୍କ ନିମନ୍ତେ କ୍ରୀଡ଼ା ସାମଗ୍ରୀ ସହ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବସିବା ପାଇଁ ଚୌକି ପକାଯିବା ସହିତ ଚାଲିବା ପାଇଁ ପାଦଚଲା ରାସ୍ତା କରାଯାଇଛି । ଯାହା ଦ୍ବାରା ଶିଶୁ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକମାନେ ଏହି ଶିଶୁ ଉଦ୍ୟାନକୁ ଆସି ନିଜର ଅବସର ସମୟକୁ ଏଠାରେ ବିତାଇବା ସହିତ ବ୍ୟାୟାମ କରୁଥିଲେ । କିନ୍ତୁ ଏହାର ରକ୍ଷଣାବେକ୍ଷଣା କରାଯାଉନଥିବା ଯୋଗୁଁ ଶିଶୁ ଉଦ୍ୟାନ ଗୁଡ଼ିକ ଅନାବନା ଗଛରେ ପରିଣତ ହୋଇଯାଇଛି । ଶିଶୁ ଉଦ୍ୟାନର ଅନେକ ସାମଗ୍ରୀ ଭାଙ୍ଗିରୁଜି ଯାଇଥିବା ବେଳେ ଉଦ୍ୟାନ ସାରା ଅନାବନା ଘାସରେ ପରିଣତ ହୋଇଛି । ଯାହାକୁ ନେଇ ଅସନ୍ତୋଷ ସମସ୍ତେ ।’’

ବ୍ରହ୍ମପୁରରେ ନିର୍ମିତ ହୋଇଥିବା ଅନେକ ଶିଶୁ ଉଦ୍ୟାନ ଏବେ ବ୍ୟବହାର ଉପଯୋଗୀ ନୁହେଁ


ଯେଉଁ ଉଦ୍ଦେଶ୍ୟ ନେଇ ଏହି ଶିଶୁ ଉଦ୍ୟାନ ଗୁଡ଼ିକ ନିର୍ମାଣ କରାଯାଇଥିଲା ତାହା ସଫଳ ହୋଇପାରିଲା ନାହିଁ । ଶିଶୁ ଉଦ୍ୟାନ ଦ୍ବାରା ସହର ସୁନ୍ଦର ଦିଶିବା ତ ଦୂରର କଥା ବର୍ତ୍ତମାନ ସହରବାସୀଙ୍କ ନିମନ୍ତେ ଏହା ବ୍ୟବହାର ଯୋଗ୍ୟ ହୋଇପାରିଲା ନାହିଁ । ଲକ୍ଷ ଲକ୍ଷ ଟଙ୍କା ଏଭଳି ସହରରେ ଶିଶୁ ଉଦ୍ୟାନ କରାଯାଇଥିବା ବେଳେ ଉଦ୍ୟାନକୁ ଏଭଳି ପରତ୍ୟକ୍ତ ନ ଛଡ଼ାଯାଇ ଏହାର ରକ୍ଷଣାବେକ୍ଷଣ କରାଯାଉ ବୋଲି ଦାବି କରିଛନ୍ତି ବ୍ରହ୍ମପୁର ବାସିନ୍ଦା ମଧୁସୂଧନ ସାହୁ ।

ବ୍ରହ୍ମପୁର ସହରରେ ଥିବା ରାମହରି ନଗର, ସୁରଜ ବିହାର, ପ୍ରେମ ନଗର, ଆସିକା ରୋଡ଼ ଭଳି ବିଭିନ୍ନ ସ୍ଥାନରେ ରହିଥିବା ଶିଶୁ ଉଦ୍ୟାନ ମାନଙ୍କର ସମାନ ଅବସ୍ଥା । କେଉଁ ଶିଶୁ ଉଦ୍ୟାନରେ ରହିଥିବା ଶିଶୁଙ୍କ କ୍ରୀଡ଼ା ସାମଗ୍ରୀ ଭାଙ୍ଗିଯାଇଛି ତ ଆଉ କେଉଁ ଶିଶୁ ଉଦ୍ୟାନରେ ଅନାବନା ଗଛ ମାଡ଼ି ଯାଇଛି । ଯାହାଫଳରେ ପୂର୍ବରୁ ଯେଉଁ ମାତ୍ରାରେ ଏହି ଶିଶୁ ଉଦ୍ୟାନରେ ଭିଡ଼ ଜମୁଥିଲା ବର୍ତ୍ତମାନ ଉଦ୍ୟାନକୁ ଆଉ କେହି ଆସୁନାହାଁନ୍ତି ।

ସହରର ଖୋଲା ସ୍ଥାନରେ ରହିଥିବା ଶିଶୁ ଉଦ୍ୟାନ ଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉଛି । ଯେଉଁ ଶିଶୁ ଉଦ୍ୟାନ କେଉଁ ସମସ୍ୟା ନେଇ ଅଭିଯୋଗ ଆସିଲେ ତାହାର ସମାଧାନ କରାଯାଉଛି । କିଭଳି ଭାବେ ସହରରେ ରହିଥିବା ସମସ୍ତ ଶିଶୁ ଉଦ୍ୟାନ ଦ୍ବାରା ସହରବାସୀ ଉପକୃତ ହେବ ସେ ନେଇ ପଦକ୍ଷେପ ନିଆଯାଉଛି । ତଥାପି ମଧ୍ୟ ଯେଉଁ ଶିଶୁ ଉଦ୍ୟାନ ଗୁଡ଼ିକରେ ସରଞ୍ଜାମ ଭାଙ୍ଗି ପଡ଼ିଛି ତାହାକୁ କିଭଳି ସଜଡ଼ା ଯାଇ ପାରିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ବି.ଏମ.ସି. କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର ।

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସହରର ଅନେକ ସ୍ଥାନରେ ଏଭଳି ଶିଶୁ ଉଦ୍ୟାନ କରାଯାଇଥିବା ବେଳେ ତାହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବର୍ତ୍ତମାନ ବ୍ୟବହାର ଉପଯୋଗୀ ରହିନଥିବା ବେଳେ ଏଥି ପ୍ରତି ବି.ଏମ.ସି. ଦୃଷ୍ଟି ଦେଇ ପଦକ୍ଷେପ ନେବା ଏବେ ଜରୁରୀ ଆବଶ୍ୟକ ହୋଇପଡ଼ିଛି।
Published by: Lipina Das
First published: November 19, 2021, 1:03 PM IST