ସ୍ବାସ୍ଥ୍ୟ ବୀମା କରାଇବା ନାଁରେ ବୌଦ୍ଧରେ ୬୦୦ରୁ ଅଧିକ ଲୋକଙ୍କ ଏକାଉଣ୍ଟରୁ ଠକି ନେଲେ ଲକ୍ଷ ଲକ୍ଷ ଟଙ୍କା

ତିନିଟି ପଞ୍ଚାୟତର ପାଖାପାଖି ୬୦୦ରୁ ଅଧିକ ଲୋକଙ୍କ ଠାରୁ ଫର୍ମରେ ତରଳ ମହମମତୀ ପକାଇ ଟିପ ଚିହ୍ନ ନେଇଥିଲେ ଅଭିଯୁକ୍ତମାନେ । ଲୋକଙ୍କ ଠାରୁ ଆଧାର କାର୍ଡ଼ ଓ ଭୋଟର ପରିଚୟ ପତ୍ର ବି ନେଇଥିଲେ ସେମାନେ । ପୋଲିସର ତଦନ୍ତ ଚ଼ାଲିଛି ।

ସ୍ବାସ୍ଥ୍ୟ ବୀମା କରାଇବା ନାଁରେ ବୌଦ୍ଧରେ ୬୦୦ରୁ ଅଧିକ ଲୋକଙ୍କ ଏକାଉଣ୍ଟରୁ ଠକି ନେଲେ ଲକ୍ଷ ଲକ୍ଷ ଟଙ୍କା
ଠକେଇର ଶିକାର ଲୋକେ ନିଜ ଆଧାର କାର୍ଡ଼ ଓ ଭୋଟର୍‌ କାର୍ଡ଼ ଆଦି ଦେଖାଉଛନ୍ତି ।
  • News18 Odia
  • Last Updated: March 13, 2020, 6:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବୌଦ୍ଧ: ସ୍ବାସ୍ଥ୍ୟ ବୀମା କରାଇ ଦେବା ନାଁରେ ଏକ ଅଭିନବ ଉପାୟରେ ବୌଦ୍ଧ ଜିଲ୍ଲାରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ଏକ ଫର୍ମରେ ତରଳ ମହମମତୀ ପକାଇ ବିଭିନ୍ନ ଗାଁର ସରଳ ଲୋକମାନଙ୍କ ଠାରୁ ଟିପ ଚିହ୍ନ ନେଇ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି ।

ପାଖାପାଖି ତିନିଟି ପଞ୍ଚାୟତର ୬୦୦ରୁ ଅଧିକ ଲୋକ ଏହି ଠକାମୀର ଶିକାର ହୋଇଥିବା ସୂଚନା ମିଳିଛି । ଏ ନେଇ ଅଭିଯୋଗ ହୋବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ମାମଲାର ତଦନ୍ତ ଜାରୀ ରଖିଛି

ଠକେଇର ଶିକର ହୋଇଛନ୍ତି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁଶଙ୍ଗ, ମହାଳିକପଡ଼ା ଓ ତଳ ଗାଁ ପଞ୍ଚାୟତର ଲୋକମାନେ । ମହାଳିକାପଡ଼ାର ଅକ୍ଷଦୀପ ନାମକ ଜଣେ ଯୁବକ ଓ ଅନ୍ୟ ଜଣେ ସହଯୋଗୀ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । ଅଭିଯକ୍ତମାନେ ସ୍ବାସ୍ଥ୍ୟ ବୀମା କରାଇ ଦେବେ ବୋଲି ସ୍ଥାନୀୟ ଲୋକଙ୍କୁ କହିଥିଲେ । ଏଥି ପାଇଁ ସେମାନେ ଲୋକମାନଙ୍କ ଠାରୁ ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ନେବା ସହ ଫର୍ମ ଉପରେ ତରଳ ମହମ ପକାଇ ସେମାନଙ୍କ ମଧ୍ୟମ ଓ ବୁଢ଼ା ଆଙ୍ଗୁଠିର ଟିପ ଚିହ୍ନ ନେଇଥିଲେ ।

ଅଭିଯୁକ୍ତମାନେ ଏହି ତିନି ପଞ୍ଚାୟତର ପାଖାପାଖି ୬୦୦ରୁ ଅଧିକ ଲୋକଙ୍କ ଠାରୁ ଏଭଳି ଟିପ ଚିହ୍ନ ନେଇଥିଲେ । ଏହାର କିଛି ଦିନ ପରେ ସେମାନଙ୍କ ଏକାଉଣ୍ଟରୁ ଟଙ୍କା ଗାଏବ ହୋଇ ଯାଇଥିଲା । ଟଙ୍କା ଏକାଉଣ୍ଟରୁ କଟିବା ପରେ ସେମାନେ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ । ଟିପ ଚିହ୍ନ ଓ ଆଧାର ନମ୍ବର ମାଧ୍ୟମରେ ଅଭିଯୁକ୍ତମାନେ ସେମାନଙ୍କ ଏକାଉଣ୍ଟରୁ ଟଙ୍କା ନେଇ ଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ । ପରେ ପୀଡ଼ିତ ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଟଙ୍କା ଫେରିପାଇବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ପୀଡ଼ିତ ଲୋକେ ।


‘‘ଆମେ ଟିପ ଚିହ୍ନ କାହିଙ୍କି ନେଉଛ ବୋଲି ପଚାରିଥିଲୁ । ସେମାନେ ଟିପ ଚହ୍ନ ଦରକାର ବୋଲି କହି ଆମର ଟିପ ଚିହ୍ନ ନେଇଥିଲେ । ପରେ ମୋ’ ବ୍ୟାଙ୍କ ଏକାଉଣ୍ଟରୁ ସବୁ ଟଙ୍କା ଚାଲିଯାଇଥିଲା,’’ କାନ୍ଦି କାନ୍ଦି କହିଛନ୍ତି ଠକେଇର ଶିକାର ହୋଇଥିବା ମହାକାଳପଡ଼ାର ବାସିନ୍ଦା ଅର୍ଣ୍ଣପୂର୍ଣ୍ଣା ବେହେରା ।

ଅନ୍ୟ ଜଣେ ପୀଡ଼ିତା ମହାଳିକପଡାର ବାସିନ୍ଦା ଅଞ୍ଜଳୀ ସାହୁ କହିଛନ୍ତି: ‘‘ଆମ ଠାରୁ ସେମାନେ ସ୍ବାସ୍ଥ୍ୟ ବୀମା କରାଇଦେବା ପାଇଁ ଟିପ ଚିହ୍ନ ନେଇଥିଲେ । ଏହାର କିଛି ଦିନ ପରେ ମୋ ଏକାଉଣ୍ଟରୁ ୨୦ ହଜାର ଟଙ୍କା କଟିଯାଇଥିଲା । ସେମାନେ ଏଭଳି ତିନିଟି ପଞ୍ଚାୟତରେ କରିଛନ୍ତି ।’’

କୁଶଙ୍ଗର ବାସିନ୍ଦା ଗୋଲକ ବିହାରୀ ସାହୁ କହିଛନ୍ତ ଯେ ଟିପ ଚିହ୍ନ ଓ ଆଧାର କାର୍ଡ଼ ଯୋଗୁଁ ଲୋକଙ୍କ ବ୍ୟାଙ୍କ ଖାତାରୁ ଟଙ୍କା କଟିଛି ବୋଲି ବ୍ୟାଙ୍କରୁ ଲୋକେ ଜାଣିବାକୁ ପାଇଛନ୍ତି । ‘‘ତିନିଟି ପଞ୍ଚାୟତର ପାଖାପାଖି ୧,୦୦୦ରୁ ଅଧିକ ଲୋକଙ୍କ ଠାରୁ ଏଭଳି ଠକେଇ ହୋଇଛି ବୋଲି ଲାଗୁଛି,’’ ସେ କହିଛନ୍ତି ।

‘‘ତିନିଟି ବ୍ୟାଙ୍କର ବିଭିନ୍ନ ବ୍ରାଞ୍ଚରୁ କିଛି ଲୋକଙ୍କ ଜମା ଟଙ୍କାରୁ କଟିଛି । ପ୍ରାରମ୍ଭିକ ତଦନ୍ତରୁ ଷ୍ଟେଟ ବ୍ୟାଙ୍କ, ଏକ୍ସିସ୍ ବ୍ୟାଙ୍କ ଓ ଇଣ୍ତଡିଆନ ବ୍ୟାଙ୍କରେ ଥିବା ଖାତାରୁ ଏମିତି ଟଙ୍କା କଟିଥିବା ଜଣାପଡିଛି । ଏନେଇ ଆମେ ଏକ ମାମଲା ରୁଜୁ କରିଛୁ । ତଦନ୍ତ ସରିବା ପରେ କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ,’’ କହିଛନ୍ତି ବୌଦ୍ଧ ଏସ୍‌.ପି. ଭି. ରଘୁନାଥ ରାଓ ।
First published: March 13, 2020, 6:07 PM IST
corona virus btn
corona virus btn
Loading