ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଲେ ୧୧ ପୁରୁଣା ମନ୍ତ୍ରୀ; ମିଳିପାରେ ସାଙ୍ଗଠନିକ ଦାୟିତ୍ବ

ଓଡ଼ିଶା ରାଜନୀତିରେ ପ୍ରଥମ ଥର ପାଇଁ ଏକକାଳୀନ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ତେବେ ମନ୍ତ୍ରୀମଣ୍ଡଳରୁ ବହୁ ହାଇପ୍ରୋଫାଇଲ ନେତା ବାଦ ପଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି।

ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଲେ ୧୧ ପୁରୁଣା ମନ୍ତ୍ରୀ

ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଲେ ୧୧ ପୁରୁଣା ମନ୍ତ୍ରୀ

  • Share this:
News18 Odia Digital

ଭୁବନେଶ୍ୱର: ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଲେ ୧୧ ପୁରୁଣା ମନ୍ତ୍ରୀ। ୧୩ ଜଣ କ୍ୟାବିନେଟ୍ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ଵ ନେଇଥିବା ବେଳେ ଅରୁଣ ସାହୁ, ପ୍ରତାପ ଜେନା, ସୁଦାମ ମାରଣ୍ଡି, ସୁଶାନ୍ତ ସିଂ ଓ ବିକ୍ରମ ଅରୁଖଙ୍କ ଭଳି ହେଭିୱେଟଙ୍କୁ କ୍ୟାବିନେଟରେ ସ୍ଥାନ ମିଳିନି।

ବିବାଦ ପାଇଁ କାହାକୁ ନବୀନ ବିଶ୍ବାସକୁ ନେଇନଥିବା ବେଳେ ରିପୋର୍ଟ କାର୍ଡ଼ ଆଧାରରେ କାହା କାହାର ପଦ ଯାଇଛି। ବିକ୍ରମ ଆରୁଖ ମନ୍ତ୍ରୀମଣ୍ଡଳରୁ ବିଦା ହୋଇଥିଲେ ବି ବାଚସ୍ପତି ପଦ ମିଳିବ ବୋଲି କୁହାଯାଉଛି।

ଆଉ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ବ ନଥିବା ଜଗତସିଂହପୁର ଜିଲ୍ଲାକୁ ସରକାରୀ ଦଳ ମୁଖ୍ୟ ସଚେତକ ପଦ ମିଳିଛି। ପ୍ରଶାନ୍ତ ମୁଦୁଲିଙ୍କୁ ଏହି ଦାୟିତ୍ବ ମିଳିବ ବୋଲି ଜଣାପଡ଼ିଛି। ନବୀନଙ୍କ ଟିମର ନବ କଳେବର ହୋଇଛି। ମନ୍ତ୍ରିମଣ୍ଡଳରେ କିଛି ପୁରୁଣା ମନ୍ତ୍ରୀ ବି ରହିଛନ୍ତି।

୧୧ ଜଣ ମନ୍ତ୍ର ବାଦ ପଡ଼ିଛନ୍ତି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ହେଭିୱେଟ ଅରୁଣ ସାହୁ, ପ୍ରତାପ ଜେନା, ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ବିକ୍ରମ କେଶରୀ ଅରୁଖ, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାରଣ୍ଡି, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ।

ସେପଟେ ଅରୁଣ ସାହୁ, ପ୍ରତାପ ଜେନା, ବିଦ୍ୟଶଙ୍କରଙ୍କ ନାଁରେ ଭିନ୍ନ ଭିନ୍ନ ମାମଲାରେ ଅଭିଯୋଗ ଆସିବା ପରେ ରାଜ୍ୟ ରାଜନୀତିରେ ବିରୋଧୀଙ୍କ ଘନ ଘନ ଆକ୍ରମଣର ଶିକାର ହୋଇଥିଲେ ସରକାର। ତେଣୁ କ୍ୟାବିନେଟରେ ସେମାନେ ସ୍ଥାନ ପାଇନଥିବା ଚର୍ଚ୍ଚା ହେଉଛି। ସେହିପରି ରିପୋର୍ଟ କାର୍ଡ଼ ଆଧାରରେ କେତେକଙ୍କୁ ବିଦା କରାଯାଇଛି।

ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜ୍ୟୋତି ପାଣିଗ୍ରାହୀଙ୍କ ପରି ମନ୍ତ୍ରୀଙ୍କ ପ୍ରଦର୍ଶନ ଭଲ ନଥିବା କାରଣରୁ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଥିବା ଚର୍ଚ୍ଚା ହେଉଛି। ଆଉ ଏହା ମଧ୍ୟ କୁହାଯାଉଛି ଆନୁଗତ୍ୟ ଅଭାବରୁ କେତେକଙ୍କ ମନ୍ତ୍ରୀ ପଦ ଯାଇଛି।

ଏହା ମଧ୍ୟ ହୋଇପାରେ ଯେ କେତେକଙ୍କୁ ସଙ୍ଗଠନରେ କାମ କରିବାର ସୁଯୋଗ ଦେବାକୁ ମନ୍ତ୍ରିମଣ୍ଡଳରୁ ବାଦ ଦେଇଥାଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ମନ୍ତ୍ରିମଣ୍ଡଳରୁ ସ୍ଥାନ ପାଇନଥିବା ବିକ୍ରମ କେଶରୀ ଆରୁଖ ବାଚସ୍ପତି ହୋଇପାରନ୍ତି। ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିବା ବିକ୍ରମଙ୍କୁ ବିଧାନସଭା ପରିଚାଳନା ଦାୟିତ୍ବ ନ୍ୟସ୍ତି ହୋଇପାରେ। ସରକାରୀ ଦଳ ମୁଖ୍ୟ ସଚେତକ ଥିବା ପ୍ରମୀଳା ମଲ୍ଲିକ ମନ୍ତ୍ରୀ ହେବା ପରେ ତାଙ୍କ ସ୍ଥାନରେ ପ୍ରଶାନ୍ତ ମୁଦୁଲି ଦାୟିତ୍ବ ତୁଲାଇ ଦେଇପାରନ୍ତି।

ସେପଟେ ପାଟଣାଗଡ ବିଧାୟକ ସରୋଜ ମେହର ସରକାରୀ ଦଳ ଉପମୁଖ୍ୟ ସଚେତକ ହେବା ସମ୍ଭାବନା ରହିଛି। ନବୀନଙ୍କ ନୂଆ ଟିମରେ ୧୧ ପୁରୁଣା ମନ୍ତ୍ରୀ ସ୍ଥାନ ପାଇନଥିଲେ ବି। ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ କୁମାର ମଲ୍ଲିକ, ନବ କିଶୋର ଦାସ, ଅଶୋକ କୁମାର ପଣ୍ଡା, ଟୁକୁନି ସାହୁ, ସମୀର ରଞ୍ଜନ ଦାଶ, ତୁଷାରକାନ୍ତି ବେହେରାଙ୍କ ଭଳି ମନ୍ତ୍ରୀ ରିପିଟ ହୋଇଛନ୍ତି।

ବିକ୍ରମ ଆରୁଖ କହଛନ୍ତି, ‘‘ମୁଖ୍ୟମନ୍ତ୍ରୀ ଯେତେବେଳେ ଯେଉଁ ଦାୟିତ୍ଵ ଦେଇଛନ୍ତି ସୁଚାରୁ ରୂପେ ପାଳନ କରିଛି। ଦୀର୍ଘ ଦିନ ଧରି ବିଭିନ୍ନ ଦାୟିତ୍ଵ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗକୁ ଯେଉଁ ଦାୟିତ୍ବ ଦେବେ ତାକୁ ବି ସଠିକ୍ ଭାବେ ନିର୍ବାହ କରିବି।’’

ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀଙ୍କ କଲ୍ ପାଇବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲି। ୩ ବର୍ଷ ଧରି ମନ୍ତ୍ରୀ ଭାବେ ବିଭାଗ କାର୍ଯ୍ୟକୁ ସଠିକ୍ ଭାବେ ନିର୍ବାହ କରିଛି। ବିଭାଗୀୟ ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ଅଛି। ତେଣୁ ମୁଖ୍ୟମନ୍ତ୍ରୀ ଆଗକୁ ଯାହା ଦାୟିତ୍ଵ ଦେବେ ପାଳନ କରିବି।’’
Published by:Lipina Das
First published: