ନୂଆ ବର୍ଷରେ ଭୁବନେଶ୍ୱରରେ ଅଧାପନ୍ତରିଆ ଥିବା ଅନେକ ପୁରୁଣା ଯୋଜନା କାର୍ଯ୍ୟକ୍ଷମ ହେବ
ସାମଗ୍ରିକ ବିକାଶ ଯୋଜନା ୨୦୩୦ର ଲକ୍ଷ୍ୟ ହାସଲ କରିବା ପାଇଁ ନୂଆ ସଙ୍କଳ୍ପ ଗ୍ରହଣ କରିଛନ୍ତି ବିଏମସି, ବିଡିଏ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ । ଅଟକିଥିବା ବିକାଶମୂଳକ କାମକୁ ଦ୍ରୁତ ଗତିରେ ଆଗେଇ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ବସ୍ତିମୁକ୍ତ ସହର ଗଠନ କରିବା ବିଏମସିର ମୁଖ୍ୟ ଲକ୍ଷ୍ୟ ରହିଛି ।
- News18 Odia
- Last Updated: January 3, 2021, 11:56 PM IST
ଭୁବନେଶ୍ୱର: କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଲକଡାଉନ ଓ ସଟଡାଉନ ଭଳି କଟକଣା କାରଣରୁ ଆରମ୍ଭ ହୋଇ ବନ୍ଦ ରହିଯାଇଛି ରାଜଧାନୀ ଅଞ୍ଚଳର ଅନେକ ପ୍ରକଳ୍ପ । ମହାମାରୀର ଆତଙ୍କ ଭିତରେ ଗତି କରି ବର୍ଷ ୨୦୨୧ ଶେଷ ହେବା ପରେ ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍.ସି.) ଓ ବିଡିଏ ପରି ସଂସ୍ଥାମାନେ ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି ସେହି ପ୍ରକଳ୍ପଗୁଡ଼ିକୁ ।
ସାମଗ୍ରିକ ବିକାଶ ଯୋଜନା (ସିଡିପି) ୨୦୩୦ର ଲକ୍ଷ୍ୟ ହାସଲ କରିବା ପାଇଁ ନୂଆ ସଙ୍କଳ୍ପ ଗ୍ରହଣ କରିଛନ୍ତି ବିଏମସି, ବିଡିଏ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ (ବି.ଏସ୍.ସି.ଏଲ୍.)। ଅଟକିଥିବା ବିକାଶମୂଳକ କାମକୁ ଦ୍ରୁତ ଗତିରେ ଆଗେଇ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । କରୋନା ଯୋଗୁଁ ଅଧପନ୍ତରିଆ ହୋଇ ରହିଯାଇଛି ଅନେକ ଯୋଜନା । ତେଣୁ ନୂଆ ବର୍ଷରେ ନୂଆ ଯୋଜନା ନୁହେଁ, ବରଂ ପୁରୁଣା ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ତିନେଟି ସଂସ୍ଥା ।
ଏହା ବି ପଢ଼ନ୍ତୁ | ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ପୋଲିସ ଅଫିସର୍ ଲେଖିଲେ: ‘ଏହା ମୋ’ କର୍ମର ଫଳ’

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ
ବସ୍ତିମୁକ୍ତ ସହର ଗଠନ କରିବା ବିଏମସିର ମୁଖ୍ୟ ଲକ୍ଷ୍ୟ ରହିଛି । ସହରରେ ୨୦ ହଜାର ପକ୍କା ଘର ତିଆରି କରିବାର ସଂକଳ୍ପ ନେଇଛନ୍ତି ବିଏମସି ଓ ବିଡିଏ । ବର୍ତ୍ତମାନ ସୁଦ୍ଧା ଗାଡ଼କଣ, ଶାନ୍ତିନଗର ବସ୍ତି, ନୀଳମାଧବ ବସ୍ତି, ମହାବୀର ଓ ମହିଷାଖଲ ବସ୍ତିରେ ଆବାସ ପ୍ରକଳ୍ପ ଚାଲିଛି । ଆଗକୁ ଆହୁରି ୪,୦୦୦ ଘର ନିର୍ମାଣ କରାଯାଇ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ଯୋଜନା ରହିଛି ।
ଦେଖନ୍ତୁ ଫଟୋ | ଗର୍ଭବତୀ ଅନୁଷ୍କା ଶର୍ମା ବୋଲ୍ଡ ଫଟୋଶୁଟ୍ କଲେ; ପତି ବିରାଟ ଓ ପ୍ରଶଂସକମାନେ ପସନ୍ଦ କଲେ
ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ଡ୍ରେନେଜ କାମକୁ ବି ତ୍ୱରାନ୍ୱିତ କରାଯିବ ଏହି ବର୍ଷ । ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ମୁଖ୍ୟ ମନ୍ତ୍ରୀ ୧,୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ସେଥିରୁ ବିଏମସି ୧୫୦ କୋଟି ଟଙ୍କାରେ ଜଳବନ୍ଦୀ ସମସ୍ୟା ଥିବା ଅଞ୍ଚଳରେ ଅଗ୍ରାଧିକାର ଭିତ୍ତିରେ ଡ୍ରେନ ପୁନରୁଦ୍ଧାର, ନିର୍ମାଣ, ଜବରଦଖଲ ମୁକ୍ତ କରିବା ଓ ମୁଖ୍ୟ ନାଳ ସହିତ ଡ୍ରେନର ସଂଯୋଗ କରିବା କାମ ଜାରି ରଖିଛି ।
ରାଜଧାନୀର ପ୍ରାୟ ୩୭ଟି ସମ୍ବେଦନଶୀଳ ସ୍ଥାନରେ ଜବନ୍ଦୀ ସମସ୍ୟା ଲାଗି ରହୁଛି । ୨୦୨୧ରେ ଏହି ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବିଏମସି କହିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | CCTV: ଇଣ୍ଡିକେଟର୍ ନ ଦେଇ ଗାଡ଼ି ମୋଡ଼ିଦେଲା; ପଛରୁ ଆକ୍ଟିଭାରେ ଆସୁଥିବା ଝିଅଟିର ମୃତ୍ୟୁ ହେଲା
ସ୍ବଚ୍ଛ ସର୍ବେକ୍ଷଣ ପୂର୍ବରୁ ପରିମଳ ଉପରେ ଗୁରୁତ୍ୱ ଦିଆଯାଇଛି । ଏକ କ୍ଷୁଦ୍ର ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର ନିର୍ମାଣ ହୋଇ ଏହି ବର୍ଷ କାର୍ଯ୍ୟକ୍ଷମ ହେବ । ଭୁଆସୁଣିରେ ଏକ ବୃହତ ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର କାମ ଆରମ୍ଭ ହେବ । ସେଠାରେ ଏକ ସବୁଜିମା ବଳୟ ପାର୍କ ନିର୍ମାଣ ପାଇଁ ବି ଯୋଜନା ରହିଛି ।
ହକି ବିଶ୍ୱକପ ସମୟରେ ରାଜଧାନୀରେ ମାଗଣା ୱାଇଫାଇ ସେବା ଆରମ୍ଭ ହୋଇଥିଲା । ହେଲେ ପରେ ଏହା ବନ୍ଦ ହୋଇଗଲା । ଦୀର୍ଘ ମାସ ସେବା ଅଚଳ ରହିବା ପରେ ଏବେ କିଛି ଅଞ୍ଚଳରେ ଏହା କାମ କରୁଛି । ଖୁବ୍ ଶୀଘ୍ର ନିର୍ଦ୍ଧାରିତ ସମସ୍ତ ଅଞ୍ଚଳରେ ଏହା ଆକ୍ଟିଭ ହୋଇଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
ଦେଖନ୍ତୁ ଫଟୋ | ପୂରା ବଚ୍ଚନ ପରିବାର ଏମିତି ସ୍ୱାଗତ କଲେ ନୂଆ ବର୍ଷ ୨୦୨୧କୁ; ବାହାରକୁ ଆସିଲା ଫଟୋ ସବୁ
‘‘କୋଭିଡ-୧୯ ଆମକୁ ନିଜ ଯୋଜନାକୁ ତର୍ଜମା କରିବାକୁ ଏକ ସୁଯୋଗ ଦେଇଛି । ଏହି ବିପର୍ଯ୍ୟୟରୁ ଶିକ୍ଷା ଲାଭ କରି ସହର ପାଇଁ ଦୀର୍ଘମିଆଦି ଯୋଜନା କରିବା ଆବଶ୍ୟକ,’’ କହିଛନ୍ତି ଟାଉନ ପ୍ଲାନର ପୀୟୂଷ ରାଉତ ।
ସହରର ପରିମଳ ବ୍ୟବସ୍ଥା ସହ ଡ୍ରେନେଜ ବ୍ୟବସ୍ଥାକୁ ପ୍ରାଥମିକତା ଦେଇ ତାକୁ ସଜାଡ଼ିବା ଦରକାର ବୋଲି କହିଛନ୍ତି ରାଜଧାନିବାସୀ । ସହରର ଉନ୍ନତି ପାଇଁ ଅନେକ ଯୋଜନା ପ୍ରସ୍ତୁତ ହୋଇଛି । ହେଲେ ସେଗୁଡ଼ିକ କାର୍ଯ୍ୟକ୍ଷମ ହେବା ନେଇ ଉଠିଛି ପ୍ରଶ୍ନ । ତେଣୁ ଚଳିତ ବର୍ଷ କେତେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଛି ତାହା ଦେଖିବା କଥା ।