• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ପୁରୀରେ ମାତ୍ରାଧିକ ନକଲି ଶିକ୍ଷକ; କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ତତ୍ପରତା

ପୁରୀରେ ମାତ୍ରାଧିକ ନକଲି ଶିକ୍ଷକ; କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ତତ୍ପରତା

ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ମାଳମାଳ ନକଲି ଶିକ୍ଷକ । କାହାର ଜାତିଗତ ପ୍ରମାଣପତ୍ର ନକଲି ତ ଆଉ କାହାର ସିଟି ଓ ବିଇଡି ପ୍ରମାଣପତ୍ର ମଧ୍ୟ ନକଲି । ଜାଲ୍ ପ୍ରମାଣପତ୍ର ଦେଖାଇ ବର୍ଷ ବର୍ଷ ଧରି ଶିକ୍ଷକତା କରିଆସୁଛନ୍ତି ।

ପୁରୀରେ ମାତ୍ରଧିକ ନକଲି ଶିକ୍ଷକ; କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ତତ୍ପରତା

ପୁରୀରେ ମାତ୍ରଧିକ ନକଲି ଶିକ୍ଷକ; କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ତତ୍ପରତା

  • Share this:
3News 18 Odia Digital

ପୁରୀ; ଜିଲ୍ଲାରେ ମାଳମାଳ ନକଲି ଶିକ୍ଷକ । ଓସେପାରୁ ନକଲି ଶିକ୍ଷକ ଯାଞ୍ଚ ନେଇ ଚିଠି ଆସିବା ପରେ ତତ୍ପର ହୋଇ ଉଠିଛି ପୁରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ । ୪୯ ଜଣ ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡ ଓ ବିଶ୍ୱବିଦ୍ୟାଳୟକୁ ପଠାଯାଇଥିବା ବେଳେ ୩୦୦ ଜଣ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ନୋଟିସ ଦିଆଯାଇଛି ।



ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ମାଳମାଳ ନକଲି ଶିକ୍ଷକ । କାହାର ଜାତିଗତ ପ୍ରମାଣପତ୍ର ନକଲି ତ ଆଉ କାହାର ସିଟି ଓ ବିଇଡି ପ୍ରମାଣପତ୍ର ମଧ୍ୟ ନକଲି । ଜାଲ୍ ପ୍ରମାଣପତ୍ର ଦେଖାଇ ବର୍ଷ ବର୍ଷ ଧରି ଶିକ୍ଷକତା କରିଆସୁଛନ୍ତି । ମୋ ସରକାରରେ ଶିକ୍ଷା ବିଭାଗ ରହିଥିବା ବେଳେ ପ୍ରଶାସନ ନକଲି ଶିକ୍ଷକ ଜାଣି ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ନେବା ମଧୁଚନ୍ଦ୍ରୀକା ସ୍ପଷ୍ଟ ହୋଇଛି ବୋଲି ଅଭିଯୋଗ ହେଉଛି । ସେପଟେ ଏଭଳି ଶିକ୍ଷକଙ୍କୁ ଚିହ୍ନଟ କରାଯାଇ ବିଭାଗ ପକ୍ଷରୁ ଡକ୍ୟୁମେଣ୍ଟ ଯାଞ୍ଚ ନେଇ ନୋଟିସ ଜାରି କରାଯାଇଥିବା ବେଳେ ଏହାକୁ କର୍ଣ୍ଣପାତ କରୁନାହାନ୍ତି ନକଲି ଶିକ୍ଷକ । ସେପଟେ ଏଭଳି ଘଟଣାରେ ପୁରୀ ପୌରସଂସ୍ଥାର ଗୋଟିଏ ସ୍କୁଲର ଦୁଇଜଣ ନକଲି ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ନକଲି ପ୍ରମାଣିତ ହେଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱଜିତ ଘୋଷ ।

ଶିକ୍ଷା ବିଭାଗର ଅଧିକାରୀଙ୍କ ସହ ନକଲି ଶିକ୍ଷକଙ୍କ ଭଲ ସଂମ୍ପର୍କ ଯୋଗୁଁ ନିରନ୍ତର ଭାବେ କରିଆସୁଛନ୍ତି ଶିକ୍ଷାଦାନ । ଆଉ ଯାଞ୍ଚ ବେଳେ ସେମାନେ ଲାଞ୍ଚ ଦେଇ ତଦନ୍ତକୁ ବାଟବଣା କରୁଛନ୍ତି । କିନ୍ତୁ ସବୁଠାରୁ ହାସ୍ୟାସ୍ପଦ କଥା ହେଲା ଜାଲ ଶିକ୍ଷକ ମାନେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପହଁଚିବା ପରେ ତାର ପରେ ତଦନ୍ତ ଶିଥିଳ ପଡି ଯାଉଛି । ଶୁଣିବାକୁ ମିଳୁଛି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ବଡ଼ ଧରଣର ଡିଲ ହେଉଛି ଓ ଟଙ୍କା କାରବାରର ରାକେଟ ଚାଲୁଛି । ତେବେ ଯାଞ୍ଚର ମାନଦଣ୍ଡ ଅନୁସାରେ ତଦନ୍ତ କଲେ ଖାଲି କୃଷ୍ଣପ୍ରସାଦ କି ବ୍ରହ୍ମଗିରି ନୁହେଁ ସମଗ୍ର ଜିଲ୍ଲାରେ ଶହଶହ ନକଲି ଶିକ୍ଷକଙ୍କ ପର୍ଦ୍ଦାଫାସ ହୋଇପାରିବ ଏହାର ଖୁଲାସ ପାଇଁ ଭିଜିଲାନ୍ସ କିମ୍ବା କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇ ନକଲି ଶିକ୍ଷକଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ କରିବା ଦରକାର , ବୋଲି କହିଛନ୍ତି ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ।
Published by:Sujit Swain
First published: