ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପଡ଼ି ରହିଛି ହିତାଧିକାରୀଙ୍କ ମାଳମାଳ ଆବେଦନ ପତ୍ର; ଭତ୍ତାରୁ ବାଦ ପଡୁଛନ୍ତି ଅନେକ ଯୋଗ୍ୟ ଲୋକ

ପଡ଼ି ରହିଛି ହିତାଧିକାରୀଙ୍କ ମାଳମାଳ ଆବେଦନ ପତ୍ର; ଭତ୍ତାରୁ ବାଦ ପଡୁଛନ୍ତି ଅନେକ ଯୋଗ୍ୟ ଲୋକ

ଅକ୍ଟୋବର ସୁଦ୍ଧା ନ୍ୟାସନାଲ ସୋସିଆଲ ଆସିଷ୍ଟାନ୍ସ ପ୍ରୋଗ୍ରାମ ଅଧିନରେ ୩୦,୮୧୬ ଆବେଦନକାରୀ ଆବେଦନ କରିଥିଲେ। ୨୪, ୮୩୯ ଆବେଦନ ପେଣ୍ଡିଂ ପଡ଼ିଥିବା ବେଳେ ୩,୮୬୧ ଦରଖାସ୍ତ ମଞ୍ଜୁରୀ ହୋଇଛି। ୨,୧୧୬ ଆବେଦନ ନାକଚ ହୋଇଛି।

ପଡ଼ି ରହିଛି ହିତାଧିକାରୀଙ୍କ ମାଳମାଳ ଆବେଦନ ପତ୍ର; ଭତ୍ତାରୁ ବାଦ ପଡୁଛନ୍ତି ଅନେକ ଯୋଗ୍ୟ ଲୋକ
ପଡ଼ି ରହିଛି ହିତାଧିକାରୀଙ୍କ ମାଳମାଳ ଆବେଦନ ପତ୍ର
  • News18 Odia
  • Last Updated: November 24, 2021, 11:01 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ପଡ଼ି ରହିଛି ମାଳମାଳ ହିତାଧିକାରୀଙ୍କ ଆବେଦନ ପତ୍ର। ବାଦ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ। ଜିଲ୍ଲା ସ୍ତରରେ ପଡ଼ି ରହିଛି ଲକ୍ଷାଧିକ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇଁ ଆବେଦନ ପତ୍ର। ମଧୁବାବୁ ପେନସନ ଯୋଜନା ଓ ଏନ.ଏସ ଏ.ପି (ନ୍ୟାସନାଲ ସୋସିଆଲ ଆସିଷ୍ଟାନ୍ସ ପ୍ରୋଗ୍ରାମ ) ଅଧିନରେ ପଡ଼ି ରହିଛି ଆବେଦନ ପତ୍ର। ବିଧାନସଭା ଷ୍ଟାଣ୍ଡିଂ କମିଟି ଉଦବେଗ୍ ପ୍ରକାଶ କରିବା ସହ ଶୀଘ୍ର ଏହାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। କଂଗ୍ରେସ କହିଛି ବ୍ଲକ ସ୍ତରରେ ଅଧିକ କର୍ମଚାରୀ ନିଯୁକ୍ତି ହେଲେ ଯାଞ୍ଚ ପ୍ରକ୍ରିୟା ଶୀଘ୍ର ହେବ। ବିଜେପି କହିଛି ବ୍ୟବସ୍ଥାରେ ନାହିଁ ସ୍ବଚ୍ଛତା।

ମିଳିପାରୁନି ସାମାଜିକ ସୁରକ୍ଷା ଯୋଜନା ସହାୟତା। ବ୍ଲକ ଅଫିସରେ ପଡ଼ି ରହୁଛି ଆବେଦନକାରୀଙ୍କ ଆବେଦନ ପତ୍ର। ଲକ୍ଷାଧିକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ଆବେଦନ ପତ୍ର ଯାଞ୍ଚ କରି ଭତ୍ତା ଯୋଗାଇ ଦେବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛି। ତଥ୍ୟ କହୁଛି ଅକ୍ଟୋବର ୭ ସୁଦ୍ଧା ନ୍ୟାସସନାଲ ସୋସିଆଲ ଆସିଷ୍ଟାନ୍ସ ପ୍ରୋଗ୍ରାମ ଅଧିନରେ ୩୦,୮୧୬ ଆବେଦନକାରୀ ଆବେଦନ କରିଥିଲେ।

୨୪, ୮୩୯ ଆବେଦନ ପେଣ୍ଡିଂ ପଡ଼ିଥିବା ବେଳେ ୩,୮୬୧ ଦରଖାସ୍ତ ମଞ୍ଜୀରୀ ହୋଇଛି। ୨,୧୧୬ ଆବେଦନ ନାକଚ ହୋଇଛି। ସର୍ବାଧିକ ଯାଜପୁର ଜିଲ୍ଲାରେ ୫,୧୧୭ ଆବେଦନକାରୀ ଆବେଦନ କରିଥିବା ବେଳେ ମାତ୍ର ୩୩୦ ଆବେଦନକୁ ମଞ୍ଜୁରୀ ମିଳିଛି। ୪,୩୯୮ ଆବେଦନ ପଡ଼ି ରହିଥିବା ବେଳେ ୩୮୯ ନାକଚ ହୋଇଛି। ବୌଦ୍ଧ ଜିଲ୍ଲାରେ ସାତଟି ଆବେଦନ ପତ୍ର ପଡ଼ି ରହିଛି। ଠିକ୍ ସେହିପରି ମଧୁବାବୁ ପେନସନ ଯୋଜନା ପାଇଁ ଆବେଦନକାରୀଙ୍କ ସଂଖ୍ୟା ଦେଖିଲେ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଛି ।

ଅକ୍ଟୋବର ୭ ସୁଦ୍ଧା ୫ ଲକ୍ଷ ୨୬ ହଜାର ୬୯୦ ଆବେଦନକାରୀ ଆବେଦନ କରିଥିବା ବେଳେ ୩ ଲକ୍ଷ ୬୭ ହଜାର ୫୬୮ ଆବେଦନ ପତ୍ର ଏଯାବତ ପଡ଼ି ରହିଛି। ୧ ଲକ୍ଷ ୪୯ ହଜାର ୫୮ ଆବେଦନକୁ ମଞ୍ଜୁରୀ ମିଳିଥିବା ବେଳେ ୪୮ ହଜାର ୮୮ ଆବେଦନ ନାକଚ ହୋଇଯାଇଛି। ବାଲେଶ୍ଵର ଜିଲ୍ଲାରେ ସର୍ବାଧିକ ୫୧୧୭୦ ଆବେଦନ ପତ୍ର ପଡ଼ିଥିବା ବେଳେ ୧୦୬୪୦ ଆବେଦନ ପତ୍ରକୁ ମଞ୍ଜୁରୀ ମିଳିଛି । ୩,୪୬୫୦ ଆବେଦନ ପଡ଼ି ରହିଥିବା ବେଳେ ୫,୪୭୧ ନାକଚ ହୋଇଯାଇଛି । ସେହିପରି ଦ୍ବିତୀୟରେ ପୁରୀ ଜିଲ୍ଲା ଥିବା ବେଳେ ତା ପଛକୁ ରହିଛି ଯାଜପୁର ଜିଲ୍ଲା। ସବୁ ଜିଲ୍ଲାରେ ଉଣା ଅଧିକେ ଏଭଳି ସ୍ଥିତି । ଏହାକୁ ନେଇ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ସରକାରଙ୍କ ଉପରେ ବର୍ଷିଛନ୍ତି। ବ୍ୟବସ୍ଥାରେ ସ୍ବଚ୍ଛତା ନାହିଁ। କେବଳ ଭୋଟ ପାଇଁ ଟ୍ରାନ୍ସଫୋର୍ମେସନ କଥା କହୁଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ବାର୍ଦ୍ଧକ୍ୟ ଭତ୍ତା ଜଣେ ମଲେ ଆଉ ଜଣକୁ ମିଳୁଛି। ଏଠି ବିଧବା ବାର୍ଦ୍ଧକ୍ୟ, ଭିନ୍ନକ୍ଷମଙ୍କୁ ମିଳୁନି ଭତ୍ତା। ସରକାର ବ୍ଲକ ସ୍ତରରେ ଅଧିକ ଷ୍ଟାଫ ନିଯୁକ୍ତି କଲେ ଦରଖାସ୍ତ ଯାଞ୍ଚ କରିବାରେ ସୁବିଧା ହେବ।

ବିଧାୟକ ତଥା ଦିବ୍ୟାଙ୍ଗ ଓ ସାମାଜିକ ସୁରକ୍ଷା ଷ୍ଟାଣ୍ଡିଂ କମିଟି ଅଧକ୍ଷ ଅଶ୍ବିନୀ ପାତ୍ର କହିଛନ୍ତି ଯେ ଯେତେ ପେଣ୍ଡିଂ କେସ୍ ଅଛି, ବିଧବା କେସ୍‌ରେ ଯେଉଁମାନେ ୩ ରୁ ୪ ବର୍ଷ ଧରି ଅପେକ୍ଷା କରିଛନ୍ତି ସେମାନଙ୍କୁ ଦେବା ନେଇ କୁହାଯାଇଛି । କିଛି ସ୍ଥାନରେ ଦେଖାଯାଉଛି ଯେଉଁମାନେ ଏବେ ଏବେ ପକେଇଛନ୍ତି ସେମାନେ ପାଇଯାଉଛନ୍ତି ମାତ୍ର ପିଛିଲା ଯେଉଁମାନେ ଆବେଦନ କରିଛନ୍ତି ସେମାନେ ପାଇନାହାଁନ୍ତି । ଖୁବ୍ ଶୀଘ୍ର ଯେତିକି ପେଣ୍ଡିଂ ରହିଛି ସାରା ରାଜ୍ୟରେ ସବୁଗୁଡ଼ିକ ଓଲ୍‌ଡ ଏଜ୍‌ ପେନସନ୍‌ରେ ୱିଡୁ କେସ୍‌ରେ ଆଗ କରିବା ପାଇଁ କୁହାଯାଇଛି।

ଗୋଟିଏ ପଟେ ଭତ୍ତା ପାଇଁ ଆବେଦନକାରୀଙ୍କ ହଜାର ହଜାର ଆବେଦନ ପତ୍ର ପଡ଼ି ରହୁଥିବା ବେଳେ ସର୍ବନିମ୍ନ ଭତ୍ତା ୧,୦୦୦ ଟଙ୍କା କରିବାକୁ ବିରୋଧୀ ଦାବି କରିଛନ୍ତି।
Published by: Lipina Das
First published: November 24, 2021, 11:01 AM IST