ପ୍ରେମ-ପ୍ରତିଶୋଧ ଓ ଶତ୍ରୁତାରୁ ହତ୍ୟା: ଏ ବର୍ଷର ଅନେକ ଚର୍ଚ୍ଚିତ ମାମଲାରେ ପୋଲିସର ତଦନ୍ତ ସରିଲା ନାହିଁ

Many crime cases of year lie unresolved with Bhubaneswar police | କେତେକ ଚର୍ଚ୍ଚିତ ଆପରାଧିକ ଘଟଣା ଭୁବନେଶ୍ୱରବାସୀଙ୍କୁ ଥରାଇଦେଇଥିଲା । କମିଶନରେଟ୍ ପୋଲିସର ତଥ୍ୟ ଅନୁସାରେ ଚଳିତ ବର୍ଷ ରୁଜୁ ହୋଇଥିବା ୧,୫୧୩ଟି ଆପରାଧିକ ମାମଲା ମଧ୍ୟରୁ ୫୫୯ଟି ମାମଲାର ତଦନ୍ତ ସରିଛି ଓ ଅନ୍ୟଗୁଡି଼କର ତଦନ୍ତ ଜାରି ଅଛି ।

କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ମୁଖ୍ୟାଳୟ; (ଡାହାଣ) ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ

କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ମୁଖ୍ୟାଳୟ; (ଡାହାଣ) ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ

  • Share this:
News18 Odia Digital

ଭୁବନେଶ୍ୱର: ପୁଣି ଗୋଟିଏ ବର୍ଷ ସରିବାକୁ ବସିଲା, ହେଲେ ଏହି ବର୍ଷ ଘଟିଥିବା ଅନେକ ବହୁ ଚର୍ଚ୍ଚିତ ଆପରାଧିକ ମାମଲାରେ କମିଶନରେଟ୍‌ ପୋଲିସର ତଦନ୍ତ ସରିପାରିଲା ନାହିଁ । ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏକାଧିକ ଚର୍ଚ୍ଚିତ ମାମଲା ଏବେ ବି ପୋଲିସ ଫାଇଲ ତଳେ ଚାପିହୋଇ ରହିଛି । ପୋଲିସ କେତେକ ମୃତ ଦେହର ପରିଚୟ ଖୋଜୁଥିବା ବେଳେ ଆଉ କିଛି ଘଟଣାରେ ହତ୍ୟାକାରୀକୁ ଖୋଜୁଛି । କମିଶନରେଟ୍‌ ପୋଲିସର ତଥ୍ୟ ଅନୁସାରେ ଚଳିତ ବର୍ଷ ରୁଜୁ ହୋଇଥିବା ୧,୫୧୩ଟି ମାମଲା ମଧ୍ୟରୁ ୫୫୯ଟି ମାମଲାର ତଦନ୍ତ ସରିଛି ଓ ଅନ୍ୟଗୁଡି଼କର ତଦନ୍ତ ଜାରି ଅଛି ।

କମିଶନରେଟ ପୋଲିସର ନିଦ ହଜାଇ ଦେଇଥିବା ଚର୍ଚ୍ଚିତ ଅପରାଧ ଘଟଣା ମଧ୍ୟରେ ଅନ୍ୟତମ ଥିଲା ଜାନୁୟାରୀ ୨୮, ୨୦୨୧ରେ ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲ ଭିତରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟା । ତାହ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତ ଦେହକୁ ଏକ ସ୍କୁଟିରେ ନେଇ ଯାଜପୁର କୁଆଖିଆ ଅଞ୍ଚଳରେ ଫିଙ୍ଗି ଦେଇଥିଲା ତାଙ୍କ ପୁରୁଷ ବନ୍ଧୁ । ଏହି ଘଟଣାରେ କୁଆଖିଆ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ପରେ କମିଶନରେଟ ପୋଲିସ ସହାୟତାରେ ତଦନ୍ତ କରିଥିଲା । ଝରାଫୁଲଙ୍କ ପୁରୁଷ ବନ୍ଧୁ ସମେତ ତିନି ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା, ହେଲେ ହତ୍ୟା ପଛର ପ୍ରକୃତ କାରଣ ଏବେ ବି ସାମ୍ନାକୁ ଆସିପାରି ନାହିଁ ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟା: ହୋଟେଲରେ ନାଚୁଥିଲେ କନେଷ୍ଟବଳ, ନିଲମ୍ବିତ ହୋଇଥିଲେ; ବଦଳିଥିଲେ ଥାନା ଅଧିକାରୀ

ଫେବୃଆରୀ ୪ତାରିଖ ଦିନ ଚନ୍ଦକା ଥାନା ଅଧୀନ ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତ ଦେହ ମିଳିଥିଲା । ମହିଳାଙ୍କ ଶରୀରରେ ମୁଣ୍ଡ ନ ଥିବାରୁ ପୋଲିସ ଅନ୍ଧାରରେ ବାଡି଼ ବୁଲାଇ ତଦନ୍ତ ଆରମ୍ଭ କରିଥିଲା । ହେଲେ ମହିଳାଙ୍କ ହାତରେ ଥିବା ଏକ ଟାଟୁକୁ ନେଇ ପୋଲିସ ବିଭିନ୍ନ ଜାଗାରେ ପୋଷ୍ଟର୍‌ ମାରିବା ପରେ ମହିଳାଙ୍କ ପରିଚୟ ମିଳିପାରିଥିଲା । ଏହି ଘଟଣାର ସାତ ଦିନ ପରେ ପୋଲିସ ମହିଳାଙ୍କ ପୁରୁଷ ବନ୍ଧୁ ଓ ତା’ ସାଙ୍ଗକୂ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣରେ ଚନ୍ଦକା ଥାନା ପୋଲିସ ୧୨୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରିବାରେ ସକ୍ଷମ ହୋଇଥିଲା ।

ଜାନୁୟାରୀ ୨୮, ୨୦୨୧ରେ ଏକ ଓୟୋ ହୋଟେଲ୍ ଭିତରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କୁ ହତ୍ୟା କରାଯାଇଥିଲା ।


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ରମାଦେବୀ କଲେଜର ଛାତ୍ରୀ ଝରାଫୁଲଙ୍କୁ ହୋଟେଲ୍କୁ ନେଇ ମଦ ପିଆଇବା ପରେ ଅଣନିଶ୍ୱାସୀ କରି ମାରିଥିଲା ସେହିବନ୍ଧୁ

ମାର୍ଚ୍ଚ ୮ ତାରିଖରେ ଜାଆଁଳା ଫାଣ୍ଡି ପରିସରରେ ଜବତ ହୋଇଥିବା ଏକ କାର୍‌ ଭିତରୁ ଜଣେ ମହିଳାଙ୍କ କଙ୍କାଳ ଜବତ ହୋଇଥିଲା । ପ୍ରାଥମିକ ତଦନ୍ତରୁ ଜଣା ପଡି଼ଥିଲା ଯେ ମହିଳାଙ୍କ ମୃତ୍ୟୁ ଚାରି ମାସ ତଳେ ହୋଇଥିଲା । ପୋଲିସ ଏହି ମହିଳାଙ୍କ ପୋଷ୍ଟର୍‌ ଜାରି କରିବା ସହ ମେଡିକାଲ୍‌ ପଦ୍ଧତିରେ ତଦନ୍ତ କରିଥିଲା । ହେଲେ ଏ ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ କିମ୍ବା କୌଣସି ତଥ୍ୟ ପୋଲିସକୁ ମିଳିପାରି ନାହିଁ ।

ଏହା ବି ପଢ଼ନ୍ତୁ | ଭାଉଜ ଘରେ ଏକା ଥିଲେ; ଦିଅରଙ୍କ ଯୌନ ଇଚ୍ଛାର ବିରୋଧ କରିବାରୁ ସେ ତାଙ୍କୁ ହତ୍ୟା କରିଦେଲା

ଜୁଲାଇ ୫ ତାରିଖ ଦିନ ଏୟାରଫିଲ୍ଡ ଥାନା ଅଧୀନ ଭିମଟାଙ୍ଗୀ ଅଞ୍ଚଳରେ ପୂର୍ବ ଶତ୍ରୁତାରୁ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ନାମକ ଜଣେ ବିବାହିତା ଯୁବତୀଙ୍କ ବିଭତ୍ସ ହତ୍ୟା କରିଥିଲା ତାଙ୍କ ପୂର୍ବ ପ୍ରେମିକ । ଏହି ଘଟଣାରେ ପୋଲିସ ହତ୍ୟାକାରୀ ପ୍ରେମିକ ଜଗନ୍ନାଥ ପ୍ରଧାନକୁ ଗିରଫ କରିବା ସହ ତା’ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିଛି । ହେଲେ ଏ ପର୍ଯ୍ୟନ୍ତ ହତ୍ୟାର ଅସଲ କାରଣ ଜଣାପଡ଼ି ନାହିଁ ।

ଏହା ବି ପଢ଼ନ୍ତୁ | ପତ୍ନୀ ସବୁବେଳେ ଫେସବୁକରେ ଚାଟିଂ କରୁଥିଲେ ବୋଲି ସ୍ୱାମୀ ତାଙ୍କ ଗଳା ଚିପି ହତ୍ୟା କଲେ

ଜୁଲାଇ ୨୨ ତାରିଖରେ କୁଆଖାଇ ନଦୀ ପଠା ବାଲି ଭିତରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ପୋଲିସ ଯୁବକର ତଥ୍ୟ ଦେଇ ପୋଷ୍ଟର୍‌ ଜାରି କରିଥିଲେ ମଧ୍ୟ ପରିଚୟ ପାଇପାରି ନ ଥିଲା ।

ଜୁଲାଇ ୫, ୨୦୨୧ରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ନାମକ ଜଣେ ବିବାହିତା ଯୁବତୀଙ୍କୁ ହତ୍ୟା କରିଥିଲା ତାଙ୍କ ପୂର୍ବ ପ୍ରେମିକ ।


ଏହା ବି ପଢ଼ନ୍ତୁ | ‘ମାରିବି ଓ ମରିବି’: ଭୁବନେଶ୍ୱରରେ ବିବାହିତା ପୂର୍ବ ପ୍ରେମିକାକୁ ହତ୍ୟା କରିବା ଆଗରୁ ଲେଖିଥିଲା ଯୁବକ

“ଆମେ ସବୁ ଘଟଣାଗୁଡି଼କୁ ଗୁରୁତ୍ୱର ସହ ନେଇ ତଦନ୍ତ କରୁଛୁ । କିଛି ମାମଲାରେ ଆମେ ସଫଳ ହୋଇଥିବା ବେଳେ ଆଉ କିଛି ମାମଲାରେ ତଦନ୍ତ ଜାରି ରଖିଛୁ । ଅଧିକାଂଶ ମାମଲାକୁ ବିଶେଷ ତଦନ୍ତ ଟିମ୍ ସାହାଯ୍ୟରେ ତଦନ୍ତ କରୁଛୁ । ପୁରୁଣା ମାମଲାଗୁଡି଼କ ଉପରେ ମଧ୍ୟ ଆମେ ନଜର ରଖିଛୁ । ସେ ସବୁ ଘଟଣାଗୁଡି଼କର ତଦନ୍ତ କିଭଳି ଖୁବ୍‌ ଶୀଘ୍ର ଶେଷ ହେବ ସେ ନେଇ ପକ୍ରିୟା ଆରମ୍ଭ କରାଯାଇଛି,” କହିଛନ୍ତି ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ରାସ୍ତା କଡ଼ରେ ମହିଳାଙ୍କ ଗଳାକଟା ଶବ ତାପାଖରେ ରକ୍ତାକ୍ତ ଜୀବିତ ଶିଶୁ ପୁତ୍ର ମିଳିଥିଲା

ଭୁବନେଶ୍ୱରରେ କେତେବେଳେ ପ୍ରେମରୁ ଜାତ ପ୍ରତିଶୋଧକୁ ନେଇ ମୁଣ୍ଡ ଗଡି଼ଛି ତ ଆଉ କେତେବେଳେ ପୂର୍ବ ଶତ୍ରୁତାକୁ ନେଇ ରକ୍ତରଞ୍ଜିତ ହୋଇଛି ରାଜଧାନୀର ଭୂଇଁ । ପୋଲିସର ତଥ୍ୟ ଅନୁସାରେ ଚଳିତ ବର୍ଷ ୩୨ଟି ହତ୍ୟାକାଣ୍ଡ ଘଟିଛି । ଅଧିକାଂଶ ହତ୍ୟାକାଣ୍ଡର ମୂଳ କାରଣ ସାଜିଛି ପୂର୍ବ ଶତୃତା ଓ ପ୍ରେମ ବ୍ୟାପାର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବଲାଙ୍ଗିରରେ ପ୍ରେମ ପାଇଁ ବନ୍ଧୁକ ମୁନରେ ରଖିଥିଲା ପରିବାରକୁ; ଘଣ୍ଟାର ଅପରେସନ୍ପରେ ଧରାପଡ଼ିଲା

“ଚର୍ଚ୍ଚିତ ଘଟଣାଗୁଡି଼କ ଉପରେ ପୋଲିସ ଅଧିକ ଗୁରୁତ୍ୱ ଦେବା ଉଚିତ । ନୂଆ ନୂଆ ଜ୍ଞାନକୌଶଳ ବ୍ୟବହାର କରି ପୋଲିସ ତଦନ୍ତ କଲେ ହୁଏତ ସଫଳ ହୋଇ ପାରିବ । ଏଥି ପାଇଁ ପୋଲିସର ଆନ୍ତରିକତା ରହିବା ଆବଶ୍ୟକ । ନଚେତ୍‌ ପୋଲିସ ଉପରୁ ଲୋକଙ୍କ ଭରସା ଉଠିଯିବ,’’ କହିଛନ୍ତି ବରିଷ୍ଠ ଆଇନଜିବୀ ସିଦ୍ଦାର୍ଥ ଦାସ ।
Published by:Anand S.T. Das
First published:
)}