News 18 Odia Digital
ଭୁବନେଶ୍ୱର; ଖୋର୍ଦ୍ଧା ହରିପୁର ଜଙ୍ଗଲରୁ ସୁଟକେସରେ ମିଳିଥିଲା ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହ ( Death body ) । ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆଙ୍କ ସୂଚନା ଅନୁସାରେ ମନୋରଞ୍ଜନଙ୍କ ସ୍ତ୍ରୀ ମିଲି ହତ୍ୟା ଘଟଣାରେ ମୁଖ୍ୟ ସୁତ୍ରଧର (Main accused ) । ଏପରି ଏକ ଖବର ଆଜି ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ମୃତଦେହ ନିକଟରେ ସ୍ତ୍ରୀ ମିଲି ଯେପରି କାନ୍ଦୁଥିଲେ ସମସ୍ତେ ଭାବିନେଇଥିଲେ ସତରେ ସ୍ୱାମୀଙ୍କ ମୃତ୍ୟୁରେ ସ୍ତ୍ରୀ ଖୁବ ଭାଙ୍ଗି ପଡିଛନ୍ତି । କିନ୍ତୁ ମିଲି ଯେ ମୁଖ୍ୟ ଖଳନାୟିକା ଏକଥା ବିଶ୍ୱାସ କରିବା ଅସମ୍ଭବ ଲାଗୁଥିଲେ ମଧ୍ୟ ପୋଲିସ ଘଟଣାରୁ ଏପରି କିଛି ଗନ୍ଧ ବାରିଛି ।
ପତ୍ନୀ ମିଲି ଏକା ନୁହନ୍ତି ତାଙ୍କ ସହ ଜଣେ ସମ୍ପର୍କୀୟ ଭାଇ ଓ ଅନ୍ୟଜଣେ ବ୍ୟକ୍ତି ସାମିଲ ଥିଲେ ହତ୍ୟାକାଣ୍ଡରେ । ତେବେ ହତ୍ୟାର କାରଣ କେବଳ ଝଗଡା ନା ଅନ୍ୟ କିଛି ସେନେଇ ଏବେ ତଦନ୍ତ ଚାଲିଛି । ମିଳିଥିବା ସୂଚନା ମୁତାବକ ପତ୍ନୀ ମିଲିଙ୍କୁ ନିର୍ଯ୍ୟାତନା ଦେଉଥିଲେ ସ୍ୱାମୀ ମନୋରଞ୍ଜନ । ତେଣୁ ମିଲି ନିର୍ଯ୍ୟାତନା ସହିନପାରି ମନୋରଞ୍ଜନଙ୍କୁ ଯୋଜନା ମୁତାବକ ହତ୍ୟା କରିଥିବା କୁହାଯାଉଛି । ଗୋଟିଏ ରଶି ସାହାଯ୍ୟରେ ମନୋରଞ୍ଜନଙ୍କ ବେକକୁ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି ବୋଲି ଜଣାପଡିଛି । ମୃତଦେହକୁ ଲୁଚାଇ ଅନ୍ୟତ୍ର ନେବାପାଇଁ ନୂଆ ସୁଟକେସଟି କିଣାଯାଇଥିଲା । ଚଣ୍ଡେଶ୍ଵରରେ ହତ୍ୟା କରିବା ପରେ ହରିପୁରରେ ମୃତଦେହ ଫିଙ୍ଗାଯାଇଥିଲା । ମିଲି ନିଜେ ନିଜ ଓଢଣୀରେ ବାନ୍ଧିଥିଲେ ସ୍ୱାମୀଙ୍କ ଗୋଡ଼ । ମରିବାର ସଙ୍ଗେ ସଙ୍ଗେ ସୁଟକେସରେ ଭର୍ତି କରିଥିଲେ ସ୍ୱାମୀଙ୍କୁ । ମନୋରଞ୍ଜନଙ୍କ ମୃତ୍ୟୁ ହୋଇଯିବା ପରେ ସୁଟକେସରେ ମୃତଦେହକୁ ପୁରାଇ ନିଛାଟିଆ ଜଙ୍ଗଲରେ ଫିଙ୍ଗା ଯାଇଥିଲା ।
ମୃତ୍ୟୁ ଘଟଣାର ତଦନ୍ତ କରି ଖୋର୍ଦ୍ଧା ପୋଲିସ ୩ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ମିଲିଙ୍କ ସହ ତାଙ୍କ ସମ୍ପର୍କୀୟ ଭାଇ ଓ ଅନ୍ୟ ଜଣେ ସହଯୋଗୀ ରହିଛନ୍ତି । ଏଥିସହ ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ପୋଲିସ କ୍ରାଇମ ସିନକୁ ରିକ୍ରିଏସନ କରୁଛି ।
ତେବେ ମୃତଦେହକୁ ଲୁଚାଇବାରୁ ବ୍ୟବହାର କରାଯାଇଥିବା ସୁଟକେସଟି ୨୧ତାରିଖ ଦିନ ନୟାଗଡ ଚାନ୍ଦପୁର ବଜାରରୁ ୩୯୯୦ଟଙ୍କାରେ କିଣାଯାଇଥିବା ଜଣାପଡିଛି । ଉକ୍ତ ଦୋକାନର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ ହୋଇଛି ।
ଅଧିକ ଖବର ପଢ଼ନ୍ତୁ-
http://ମଣିଷ ପିଲାକୁ ଧରି ଗଛ ଚଢିଗଲା ମାଙ୍କଡ; ଶିଶୁ ଗୁରୁତରPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।