ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମନୀଷ ହତ୍ୟା ମାମଲା: ରିମାଣ୍ଡରେ ଆଣି ଅଭିଯୁକ୍ତଙ୍କୁ ପଚରାଉଚରା କରିବ କମିଶନରେଟ ପୋଲିସ

ମନୀଷ ହତ୍ୟା ମାମଲା: ରିମାଣ୍ଡରେ ଆଣି ଅଭିଯୁକ୍ତଙ୍କୁ ପଚରାଉଚରା କରିବ କମିଶନରେଟ ପୋଲିସ

ବ୍ୟାଚଲର ପାର୍ଟି ମାଗିଥିଲେ ସାଙ୍ଗ। ବାରରୁ ବିବାଦ ଆରମ୍ଭ ହୋଇ ହତ୍ୟା ପର୍ଯ୍ୟନ୍ତ କଥା ଯାଇଥିଲା। ପରେ ପ୍ରମାଣ ନଷ୍ଟ ପାଇଁ ମନିଷଙ୍କ ମୃତ୍ୟୁଦେହକୁ ପୋଖରୀରେ ଫିଙ୍ଗି ଦେଇଥିଲେ। ସୋମବାର ଅଭିଯୁକ୍ତଙ୍କୁ ପଚରାଉଚରା କରିବ ପୋଲିସ ।

ମନୀଷ ହତ୍ୟା ମାମଲା: ରିମାଣ୍ଡରେ ଆଣି ଅଭିଯୁକ୍ତଙ୍କୁ ପଚରାଉଚରା କରିବ କମିଶନରେଟ ପୋଲିସ
ରିମାଣ୍ଡରେ ଆଣି ଅଭିଯୁକ୍ତଙ୍କୁ ପଚରାଉଚରା କରିବ କମିଶନରେଟ ପୋଲିସ (ଫାଇଲ୍ ଫଟୋ)
  • News18 Odia
  • Last Updated: October 18, 2021, 2:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁର ପର୍ଦ୍ଦାଫାଶ କରିସାରିଛି କମିଶନରେଟ ପୋଲିସ । ମନୀଷଙ୍କ ମୃତ୍ୟୁ ସ୍ବାଭାବିକ ନଥିଲା । ତାଙ୍କୁ ହ୍ୟାତ କରିଛନ୍ତି ତାଙ୍କ ସାଙ୍ଗମାନେ । ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରିବ କମିଶନରେଟ ପୋଲିସ । ଏ ନେଇ କମିଶନରେଟ ପୋଲିସକୁ ରିମାଣ୍ଡ ଅନୁମତି ଦେଲେ JMFCO କୋର୍ଟ । ସୋମବାର ଠାରୁ ତିନି ହତ୍ୟାକାରୀଙ୍କୁ ଚାରି ଦିନ ପାଇଁ ରିମାଣ୍ଡରେ ନେବ ଇନଫୋ ସିଟି ଥାନା ପୋଲିସ ।

ଗିରଫ ହୋଇ ଜେଲ ଯାଇଥିବା ତିନି ହତ୍ୟାକାରୀ ହେଲେ ଅମରିତ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଦିନେଶ ମିଶ୍ର । ତିନି ଜଣ ଏବେ ଝରପଡ଼ା ଜେଲରେ ଅଛନ୍ତି । ଆଜି ଇନଫୋ ସିଟି ଥାନା ପୋଲିସର ଏକ ଟିମ ଜେଲକୁ ଯାଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରିବ ।

ଏହି ମାମଲାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ‘‘ମନୀଷଙ୍କୁ ହତ୍ୟା କରାଇଥିବା ସ୍ପଷ୍ଟ ହୋଇଛି । ତଥାପି ଆମେ ଅଧିକ ପ୍ରମାଣ ପାଇଁ ସମସ୍ତଙ୍କୁ ରିମାଣ୍ଡରେ ଆଣିବୁ। ରିମାଣ୍ଡ ବେଳେ ଅଧିକ ରୁ ଅଧିକ ତଥ୍ୟ ଖୋଜିବୁ । ହୋଟେଲ ବିଲକୁ ନେଇ ବିବାଦ ହୋଇଥିବା କଥା ଅଭିଯୁକ୍ତମାନେ ମାନିଛନ୍ତି । ତେବେ କୋର୍ଟରେ ଏହାକୁ ପ୍ରମାଣିତ କରିବା ପାଇଁ ସେତିକି ମାତ୍ରାରେ ପ୍ରମାଣ ଦରକାର । ତେଣୁ ସମସ୍ତଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରାଯିବ ।"

ଏବେ ବି ମନୀଷଙ୍କ ମୋବାଇଲ ଫୋନ ଜବତ ହୋଇନି । ତେଣୁ ମନୀଷର ମୋବାଇଲ ଫୋନ ଖୋଜୁଛି ପୋଲିସ । ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ମୋବାଇଲ ଫୋନକୁ ପୋଖରୀ ମଧ୍ୟକୁ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି । ଯାହା ପୋଲିସ ଜବତ କରିବା କଷ୍ଟ ହେବ ।

ମନୀଷଙ୍କ ପୂର୍ଣ୍ଣାଙ୍ଗ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବେ ବି ପୋଲିସକୁ ହସ୍ତଗତ ହୋଇନଥିବା ଶନିବାର ଦିନ ସମ୍ବାଦିକ ସମ୍ମିଳନୀରେ କହିଥିଲେ ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ୍ । ତେବେ ପୋଷ୍ଟମୋର୍ଟମ ରିପୋର୍ଟ ଆସିଲେ ପୋଲିସର ତଦନ୍ତର ଦିଗ ବଦଳିବା ସମ୍ଭାବନା ରହିଛି । ପୋଲିସ ସୂତ୍ରରୁ ମିଳିଥିବା ସୁଚନା ଅନୁସାରେ, ସୋମବାର ଏମ୍ସ ପକ୍ଷରୁ ପୂର୍ଣାଙ୍ଗ ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇପାରେ । ତେଣୁ ଅଭିଯୁକ୍ତ ମାନଙ୍କୁ ମେଡ଼ିକାଲ ରିପୋର୍ଟ ଅନୁସାରେ ପଚରାଉଚରା କରିବ ପୋଲିସ ।

ରିମାଣ୍ଡ ବେଳେ ଅଭିଯୁକ୍ତମାନେ ଇନଫୋ ସିଟିରୁ ବାହାରି ପ୍ରଥମେ ଲଷ୍ମୀସାଗର ଏକ ବାର ପରେ ପାତ୍ରପଡ଼ାରେ ଥିବା ସାଉଥସିଟିକୁ ଆସିଥିଲେ। ପରେ ମନୀଷକୁ ହତ୍ୟା କରିବା ପରେ ୟୁନିଟ-୪ ରେ ଥିବା ହୋଟେଲ ସ୍ୱାଗତ ପ୍ୟାଲେସରେ ଲୁଚିଥିଲେ ସମସ୍ତେ। ତେଣୁ ସେ ସବୁ ହୋଟେଲକୁ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।

ସୂଚନା ଅନୁସାରେ, ଗତ ୧୦ ତାରିଖରେ ମନୀଷଙ୍କ ମୃତ ଦେହ ପାତ୍ରପଡ଼ା ନିକଟ ଏକ ପୋଖରୀରୁ ଜବତ କରିଥିଲା ପୋଲିସ । ଏହି ଘଟଣାରେ ମନୀଷଙ୍କ ତିନି ସାଙ୍ଗକୁ ହତ୍ୟା କରିବା ଓ ଯୋଜନା କରି ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଛି । ତେବେ ଡିସିପି କହିଛନ୍ତି କି ହୋଟେଲ ବିଲକୁ କେନ୍ଦ୍ରକରି ସାଙ୍ଗମାନେ ମନୀଷଙ୍କୁ ହତ୍ୟା କରିଛନ୍ତି ।

ମନୀଷଙ୍କ ଓକିଲ ଯୁବରାଜ ପାରିକ କହିଛନ୍ତି, "ପୋଲିସ ତଦନ୍ତ କରୁଛି । କିନ୍ତୁ ବିଲ ପାଇଁ ତାଙ୍କ କ୍ଳାଇଣ୍ଟ ମନୀଷଙ୍କୁ ହତ୍ୟା କରିଥିବା କଥା ସହଜରେ ଗ୍ରହଣ ହେଉନି । ମନୀଷଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି । ଆଉ ମୁଖ୍ୟ ହେଉଛନ୍ତି ଅମରିତ । ବ୍ୟବସାୟୀକ କାରଣରୁ ମନୀଷଙ୍କୁ ଅମରିତ ଯୋଜନା କରି ହତ୍ୟା କରିଛି। ତେଣୁ ପୋଲିସ ସେ ଦିଗରେ ମଧ୍ୟ ତଦନ୍ତ କରୁ ।"
Published by: Lipina Das
First published: October 18, 2021, 2:25 PM IST