News18 Odia Digital
ଭୁବନେଶ୍ୱର: ରାଜ୍ୟରୁ ୟାସ୍ ବାତ୍ୟାର ବିପତ୍ତି ଟଳିବା ପରେ ଆଶଙ୍କା କରାଯାଉଥିବା ପରି କ୍ଷୟକ୍ଷତି ଘଟି ନ ଥିବାରୁ ପ୍ରଗାଢ଼ ଆଶ୍ୱସ୍ତି ମିଳିଛି । ଆଶଙ୍କାର ବିପରୀତ ହୋଇ ଏହି ବାତ୍ୟାର ତୀବ୍ରତା କମ୍ ରହିଥିଲା ଓ ସେଥି ପାଇଁ ସମୁଦ୍ର-କୂଳିଆ ଓ ତଳିଆ ଅଞ୍ଚଳରେ ଏହା ବ୍ୟାପକ କ୍ଷୟକ୍ଷତି କରି ନ ଥିଲା । ହେନ୍ତାଳ ବଣ ଥିବା ଯୋଗୁଁ ବାତ୍ୟାର ପ୍ରକୋପ କମ୍ ହୋଇଥିବା ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି ।
ୟାସ୍ ଲ୍ୟାଣ୍ଡଫଲ୍ କରିବାର ୧୨ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ସେତେ ବେଳେ ପବନର ବେଗ ୧୮୫ କିଲୋମିଟର୍ ପ୍ରତି ଘଣ୍ଟା ରହିବ ବୋଲି କୁହାଯାଉଥିଲା । ତାହା ହୋଇଥିଲେ ଧନଜୀବନର କ୍ଷୟକ୍ଷତି ବହୁତ ଅଧିକ ହୋଇଥାନ୍ତା । ମାତ୍ର ବାଲେଶ୍ୱର ଠାରୁ ଦକ୍ଷିଣ ଦିଗରେ ବାହନାଗା ସଦର ଓ ରେମୁଣା ଦେଇ ଏହି ବାତ୍ୟା ସ୍ଥଳ ଭାଗ ଛୁଇଁବା ସମୟର ପବନର ବେଗ ପ୍ରାୟ ୧୩୫ରୁ ୧୪୫ କିଲୋମିଟର୍ ପ୍ରତି ଘଣ୍ଟା ରହିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ରେସଲର୍ ସୁଶୀଲ କୁମାର ନିଜ ପ୍ରେମିକାକୁ ଭେଟିବାକୁ ଦିଲ୍ଲୀ ଆସିଥିଲେ; ସାମନାକୁ ଆସିଲା ଏକ ସ୍କୁଟିଯଦିଓ ବାତ୍ୟା ଯୋଗୁଁ ୨୦୦ ମିମି ରୁ ଅଧିକ ବର୍ଷା ହେବା ସହ ୪ ମିଟର ଉଚ୍ଚ ଜୁଆର ସହ ପ୍ରାୟ ୩ରୁ ୪ କିଲୋମିଟର୍ ପର୍ଯ୍ୟନ୍ତ ସମୁଦ୍ର ପାଣି ମାଡ଼ି ଆସିଥିଲା, ପବନର ବେଗ କମ୍ ରହିବା ଯୋଗୁଁ ଏହି ବାତ୍ୟା ଆଶଙ୍କା ଅନୁସାରେ ଶକ୍ତିଶାଳୀ ହୋଇ ନ ଥିଲା । ସାମୁଦ୍ରର ତାପମାତ୍ରା କମିବାରୁ ବାତ୍ୟା ସ୍ଥଳ ଭାଗ ଛୁଇଁବା ବେଳକୁ ଅଧିକ ଶକ୍ତିଶାଳୀ ହେଲା ନାହିଁ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀମାନେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଛତିଶଗଡ଼ରେ ଜିଲ୍ଲାପାଳ ଜଣେ ଯୁବକକୁ ରାସ୍ତାରେ ପିଟିଲେ, ମୋବାଇଲ୍ ଭାଙ୍ଗିଲେ, କ୍ଷମା ମାଗିଲେ‘‘ବାତ୍ୟା ୟାସ୍ ଭିତରକନିକା ଦେଇ ଧାମରା ଆଡ଼କୁ ମୁଁହାଉଥିବା ବେଳେ ହେନ୍ତାଳ ବଣ ଛୁଇଁବା ଯୋଗୁଁ ଦୁର୍ବଳ ହୋଇଯାଇଥିଲା । ଯଦିଓ ଏହା ଏକ ଅତି ଭୀଷଣ ସାମୁଦ୍ରିକ ଝଡ଼ ହୋଇ ଓଡି଼ଶା ଉପକୂଳ ଅତିକ୍ରମ କଲା, କିନ୍ତୁ ପବନର ବେଗ ଅନେକ କମିଯାଇଥିଲା । ସମୁଦ୍ରର ତାପମାନ ହଠାତ୍ କମିବାରେ ଲାଗିବାରୁ ବାତ୍ୟାର ତୀବ୍ରତା କମ୍ ରହିଥିଲା । ଭିତରକନିକାର ମାନଗ୍ରୋଭସ ସହାୟକ ହୋଇଥିଲା ବାତ୍ୟାର ପ୍ରକୋପ କମାଇବାରେ । ଆଗକୁ ରିସର୍ଚ୍ଚ ହେବ ଯେ ମାନଗ୍ରୋଭସ୍ ଯୋଗୁଁ ସ୍ଥଳ ଭାଗ ଛୁଇଁବା ବେଳେ ବାତ୍ୟା ୟାସର ପ୍ରକୋପ କେତେ କମିଥିଲା,’’ କହିଛନ୍ତି ପାଣିପାଗ ବିଭାଗ ବୈଜ୍ଞାନିକ ଉମାଶଙ୍କର ଦାଶ ।

ବାତ୍ୟା ଯୋଗୁଁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅନେକ ସ୍ଥାନରେ ବଡ଼ ଗଛ ଭାଙ୍ଗିପଡ଼ିଥିଲେ ।
ଏହା ବି ପଢ଼ନ୍ତୁ | ଅନୁପମ ଖେର୍ଙ୍କ ପତ୍ନୀ କିରଣଙ୍କୁ କ୍ୟାନସର୍; ଅପଡେଟ୍ ଦେଇ ଅନୁପମ କହିଲେ; ‘‘କଠିନ ଚିକିତ୍ସା, କିନ୍ତୁ…’’ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟରେ ଓଡି଼ଶା ଉପକୂଳ ଅତିକ୍ରମ କରିଥିଲା ବାତ୍ୟା ୟାସ୍ । ୨୧ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟର ପ୍ରଭାବରେ ୨୨ ତାରିଖ ବେଳକୁ ସୃଷ୍ଟି ହୋଇଥିଲା ଲଘୁଚାପ କ୍ଷେତ୍ର । ଏହା ୨୩ ସକାଳେ ଅବପାତ ଓ ସନ୍ଧ୍ୟାରେ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଥିଲା । ୨୪ ତାରିଖ ସକାଳେ ଏହା ବାତ୍ୟାର ରୂପ ନେଇ କ୍ରମେ ଘନୀଭୂତ ହୋଇ ଓଡି଼ଶା ଓ ପଶ୍ଚିମ ବଙ୍ଗ ଆଡ଼କୁ ମୁଁହାଇଥିଲା । ପ୍ରଥମେ ପାରାଦୀପ ଓ ସାଗର ଦ୍ବୀପ ମଝିରେ ସ୍ଥଳ ଭାଗ ଛୁଇଁବା ନେଇ ଆକଳନ କରାଯାଇଥିଲେ ବି ପରେ ଧାମରା ଓ ଚାନ୍ଦବାଲି ନିକଟରେ ସ୍ଥଳ ଭାଗ ଛୁଇଁବ ବୋଲି କୁହାଯାଇଥିଲା । ପରେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇ ବାଲେଶ୍ୱରଠାରୁ ଦକ୍ଷିଣ ଦିଗରେ ଥିବା ବାହନାଗା ସଦର ଓ ରେମୁଣା ଦେଇ ସ୍ଥଳ ଭାଗ ଛୁଇଁଥିଲା ।
‘‘ବାତ୍ୟା ୟାସର ପ୍ରଭାବରେ ହାଇ ଆଲର୍ଟରେ ଥିବା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଚାନ୍ଦବାଲିରେ ସର୍ବାଧିକ ୨୮୮.୩ ମିମି ବର୍ଷା ରେକର୍ଡ଼ ହୋଇଥିବା ବେଳେ ରାଜକନିକାରେ ୨୫୨ ମିମି, ଗରଦପୁରରେ ୨୪୫ ମିମି, ମାର୍ଶାଘାଇରେ ୨୨୯ ମିମି, କୁଜଙ୍ଗରେ ୨୨୬ ମିମି, ମୟୂରଭଞ୍ଜରେ ୨୧୦ ମିମି, ତିର୍ତ୍ତୋଲରେ ୨୦୭ ମିମି, ବିଞ୍ଝାରପୁରରେ ୨୦୬ ମିମି ଓ ପାରାଦୀପରେ ୨୦୦ ମିମି ବର୍ଷା ରେକର୍ଡ଼ ହୋଇଛି । ପୂର୍ବ ଆକଳନ ମୁତାବକ ବାଲେଶ୍ୱର ସରାଉଣ୍ଡିଙ୍ଗରେ ହିଁ ବାତ୍ୟା ୟାସ୍ ଲାଣ୍ଡଫଲ କରିଥିଲା । ପ୍ରାୟ ସବୁ ଜାଗାରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି,’’ କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ୍. ଆର୍. ବିଶ୍ୱାସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।