ଓଡ଼ିଶାରେ କମୁଛି ଆମ୍ବ ଉତ୍ପାଦନ; ପାଗ ଅସନ୍ତୁଳନ ଏକ ବଡ଼ କାରଣ

ଓଡ଼ିଶାରେ ପ୍ରାୟ ଦୁଇ ଲକ୍ଷ ହେକ୍ଟର ଜମିରେ ଆମ୍ବ ଚାଷ ହୋଇଥାଏ। ହାରାହାରି ହିସାବରେ ରାଜ୍ୟରେ ପ୍ରାୟ ହେକ୍ଟର ପିଛା ୪.୬ ରୁ ୫ ଟନ ଆମ୍ବ ଉତ୍ପାଦନ କରିଥାନ୍ତି ଚାଷୀ।

ଓଡ଼ିଶାରେ କମୁଛି ଆମ୍ବ ଉତ୍ପାଦନ (ପ୍ରତୀକାତ୍ମକ ଛବି)

ଓଡ଼ିଶାରେ କମୁଛି ଆମ୍ବ ଉତ୍ପାଦନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବାରମ୍ବାର ପରିବେଶରେ ଅସନ୍ତୁଳନ ସହିତ ତାପମାତ୍ରାରେ ବ୍ୟତିକ୍ରମ କାରଣରୁ ଚକିତ ବର୍ଷ ସାରା ରାଜ୍ୟରେ ଆମ୍ବ ଉତ୍ପାଦନ କମିଛି।   ଦେଶରେ ମଧ୍ୟ ସମାନ ସ୍ଥିତି। ଆଗକୁ ଏହି ସ୍ଥିତି କିମ୍ବା ଏହାଠାରୁ ଅଧିକ ଖରାପ ସ୍ଥିତି ଉପୁଜିପାରେ। ତେଣୁ ଏହାକୁ ଗୁରୁତର ଭାବେ ଵିଚାରକୁ ନେବାର ଆବଶ୍ୟକତା ରହିଛି। ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ମତ ରଖିଛନ୍ତି ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରିକ୍ଷଣ  କେନ୍ଦ୍ରର ବରିଷ୍ଠ ବିଜ୍ଞାନୀ ଡ଼ଃ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ।

ଡ଼ଃ ଆଚାର୍ଯ୍ୟ କହିଛନ୍ତି,"ସାଧାରଣ ଭାବେ ଏଥର ସାରା ଦେଶରେ ଆମ୍ବ ଉତ୍ପାଦନ କମିଛି। ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି। ଏହାର ଏକାଧିକ କାରଣ ହୋଇପାରେ। ପ୍ରଥମ କାରଣ ପରିବେଶର ବା ଜଳବାୟୁରେ ଅସନ୍ତୁଳନ। ଅର୍ଥାତ ଆମ୍ବ ଗଛରେ ଫୁଲ ଧରିବା ସମୟରେ ନିର୍ଦ୍ଦିଷ୍ଟ ତାପମାତ୍ରା ବାୟୁମଣ୍ଡଳରେ ରହିବା ଦରକାର। ସେହିଭଳି ଆମ୍ବ କଷି ଧରିବା ସମୟରେ  ମଧ୍ୟ ନିର୍ଦ୍ଦିଷ୍ଟ ତାପମାତ୍ରା ବାୟୁମଣ୍ଡଳରେ ଦରକାର। ଏହି ସମୟରେ ବାରମ୍ବାର ବର୍ଷା ହେଲେ ଅସୁବିଧା। ସେହି କାରଣରୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି।

ସେ ସ୍ପଷ୍ଟ କରିଛନ୍ତି ଯେ,ଅନେକ ସମୟରେ ବାୟୁମଣ୍ଡଳ ରେ 'ଅଫ ୟିଅର ' ପରିଲକ୍ଷିତ ହୁଏ। ସେହିବର୍ଷ ବିଭିନ୍ନ ପ୍ରକାରର ଫଳ, ପନିପରିବା ଉତ୍ପାଦନ ମଧ୍ୟ କମିଥାଏ। ହୁଏତ ଚଳିତବର୍ଷ ସେଭଳି 'ଅଫ ୟିଅର' ରହିଥିବା ଅନୁମାନ କରାଯାଇପାରେ। ଏହା ସହିତ ଯଦି ରୋଗ ପୋକ ସଂକ୍ରମଣ ପାଇଁ ଠିକଣା ସମୟରେ ଔଷଧ ପକା ନଯାଏ ତେବେ ତାହା ମଧ୍ୟ ଆମ୍ବ ଉତ୍ପାଦନ ପରିମାଣକୁ ପ୍ରଭାବିତ କରିବାର ନଜିର ରହିଛି।

ଡ଼ଃ ଆଚର୍ୟ୍ଯଙ୍କ ସୂଚନା ଅନୁସାରେ, ଓଡ଼ିଶାରେ ପ୍ରାୟ ଦୁଇ ଲକ୍ଷ ହେକ୍ଟର ଜମିରେ ଆମ୍ବ ଚାଷ ହୋଇଥାଏ । ଅନେକ ଚାଷୀଙ୍କର ଆମ୍ବ ଉତ୍ପାଦନ ଉପରେ ଆର୍ଥିକ ନଜର ରହିଥାଏ। ହାରାହାରି ହିସାବରେ  ରାଜ୍ୟରେ ପ୍ରାୟ ହେକ୍ଟର ପିଛା ୪.୬ ରୁ ୫  ଟନ ଆମ୍ବ ଉତ୍ପାଦନ କରିଥାନ୍ତି ଚାଷୀ। କିନ୍ତୁ ଚଳିତବର୍ଷ  ଏହି ଉତ୍ପାଦନ ପ୍ରଭାବିତ ହୋଇଛି। ଅର୍ଥାତ ଜୁନ ମାସରେ ବଜାରକୁ ବିଳମ୍ବରେ ଆସିଛି ଆମ୍ବ।

ସବୁଠାରୁ ବଡ଼କଥା ହେଲା ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ। ଅନେକ ସମୟରେ ବର୍ଷା, ବନ୍ୟା ଓ ବାତ୍ୟା ଭଳି ସ୍ଥିତି ଏଠାରେ ଅନୁଭୂତ ହୋଇଥାଏ।  ତେଣୁ ସାମଗ୍ରିକ ଭାବେ  କହିଲେ ନିୟମିତ ଭାବରେ ରାଜ୍ୟରେ କମୁଛି ଆମ୍ବ ଉତ୍ପାଦନ ପରିମାଣ। ତାଛଡା ଏ ସମସ୍ତ କାରଣରୁ ଆଗକୁ ମଧ୍ୟ ସମାନ ସ୍ଥିତି ରହିବ ବୋଲି ଏକ୍ସପର୍ଟଙ୍କ ମତ।
Published by:Soumya Das
First published: